ରାଜଧାନୀରେ ବ୍ୟାଟେରି ଚୋରି ଗ୍ୟାଙ୍ଗ୍‌ର ଆଡ୍ଡା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାସ୍ତା ପାର୍ଶ୍ୱ, ଘର ଆଗରେ ରହୁଥିବା ବଡ଼ ଓ ଦାମୀ ଗାଡ଼ିରୁ ବ୍ୟାଟେରି ଚୋରି କରୁଥିଲେ। ବିଭିନ୍ନ ଜିଲାରୁ ଏସବୁ ଚୋରି ବ୍ୟାଟେରିକୁ ଭୁବନେଶ୍ୱର ଆଣି ଏକାଠି କରିବା ପରେ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ। ରାଜ୍ୟରେ ସକ୍ରିୟ ରହିଥିବା ଏପରି ଏକ ଆନ୍ତଃରାଜ୍ୟ ବ୍ୟାଟେରି ଚୋରି ର଼୍ୟାକେଟକୁ କମିଶନରେଟ ପୋଲିସ ଠାବ କରିଛି। ଚୋରି ବ୍ୟାଟେରିକୁ ଚାଲାଣ ପାଇଁ ଗାଡ଼ିରେ ଲଦାଯାଉଥିବା ବେଳେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ଧରିଛି। ଏଥିସହ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ କୋଲକାତା ଜିଲା ମଲ୍ଲିକ ବଜାର ଥାନାଞ୍ଚଳର ମହମ୍ମଦ ଏସ୍ତ୍ୟାକ୍‌ (୩୫), ଦକ୍ଷିଣ ଚବିଶ ପ୍ରଗଣା ଜିଲା ଡାଇମଣ୍ଡ ହାଓଡା ଥାନା ଅଞ୍ଚଳର ମୁସାରୁଦ୍ଦିନ୍‌ ମୁଲ୍ଲା(୨୪), ଆକ୍ରମ ସେଖ୍‌(୨୪), ସେଖ୍‌ ସବିର୍‌(୩୨), ପଶ୍ଚିମ ମେଦିନପୁର ଜିଲା ବେଲ୍‌ଦା ଥାନାଞ୍ଚଳର ସୁର୍‌ଜିତ ସିଂ ସଇନି(୫୫) ଓ ଗଞ୍ଜାମ ଜିଲା ସଦର ଥାନା ଆସ୍କା ରୋଡ୍‌ର ସେଖ୍‌ ଜାଫର(୨୫)। ଘଟଣାସ୍ଥଳରୁ ଦୁଇଟି ଟ୍ରକ୍‌, ଗୋଟିଏ ପିକ୍‌ଅପ୍‌ ଭ୍ୟାନ ସହ ସେଥିରେ ଲୋଡ୍‌ ଥିବା ୧୫ଶହରୁ ଊର୍ଦ୍ଧ୍ୱ ବ୍ୟାଟେରି ଜବତ ହୋଇଛି। ଏସବୁ ବ୍ୟାଟେରିର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏନେଇ ପୋଲିସ ଏକ ମାମଲା (ନଂ.୨୩୨/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି।
ପ୍ରାଥମିକ ତଦନ୍ତରୁ ପୋଲିସକୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ, ପୁରୀ, ନୟାଗଡ଼ ସମେତ ରାଜ୍ୟର କେତେକ ଜିଲାରେ ଏହି ଗ୍ୟାଙ୍ଗ୍‌ ସକ୍ରିୟ ରହିଛି। ଜାତୀୟ ରାଜପଥ, ମୁଖ୍ୟ ରାସ୍ତା ପାର୍ଶ୍ୱ ଓ ଘର ଆଗରେ ଅଟକି ରହୁଥିବା ଗାଡ଼ିକୁ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଟାର୍ଗେଟ କରିଥାନ୍ତି। ବିଳମ୍ବିତ ରାତିରେ ସେଥିରୁ ବ୍ୟାଟେରି ଚୋରି କରିବା ପରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ଭୁବନେଶ୍ୱର ଆଣି ଏକାଠି କରିଥାନ୍ତି। ସମୟ ସୁଯୋଗ ଦେଖି ପଶ୍ଚିମବଙ୍ଗକୁ ଚାଲାଣ କରି ବିପୁଳ ଅର୍ଥ ରୋଜଗାର କରନ୍ତି। ପୋଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ଚାଲାଣରେ ନିୟୋଜିତ ଗାଡ଼ି ଆଗରେ ‘ଅନ୍‌ ଆର୍ମି ଡ୍ୟୁଟି’ ଲେଖୁଥିଲେ। ତେବେ ବୁଧବାର ରାତି ପ୍ରାୟ ୧୨ଟାରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଟ୍ରକ ରଖି ସେଥିରେ ଚୋରି ବ୍ୟାଟେରିକୁ ଲଦୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇଥିଲା। ଏହାପରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅଭିଯୁକ୍ତମାନେ ଟ୍ରକ୍‌ ଓ ବ୍ୟାଟେରି ଛାଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଟିମ୍‌ ଘେରିଯାଇ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଗୋଟିଏ ଟ୍ରକ୍‌ ଆଗରେ ସାଦା କାଗଜରେ ‘ଅନ୍‌ ଆର୍ମି ଡ୍ୟୁଟି ଅର୍ଜେଣ୍ଟ’ ବୋଲି ଲେଖାଥିଲା। ତେବେ ଘଟଣାସ୍ଥଳରୁ କେହି ଖସି ଯାଇଥିଲେ କି, ଚୋରି ବ୍ୟାଟେରି କେଉଁଠାରେ ରଖୁଥିଲେ ଓ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri