Posted inଖେଳ

ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କାନବେରା,୧୦।୮: ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ୫୧ ବର୍ଷିୟ କେର୍ନସଙ୍କ ମୁଖ୍ୟ ଧମନୀର ଭିତର ପରସ୍ତ କଟିଯାଇଥିଲା। ଏହା ପରେ ତାଙ୍କୁ ଗତ ସପ୍ତାହରେ କାନବେରା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଅନେକ ଗୁଡିଏ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ହୋଇ ନ ଥିଲା। ଏହା ପରେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। କିନ୍ତୁ ତାଙ୍କୁ ଖୁବଶୀଘ୍ର ସିଡନୀକୁ ସ୍ଥାନାନ୍ତର କରାଯିବ।

୧୯୮୯ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା କେର୍ନସ ନ୍ୟୁଜିଲାଣ୍ଡ ପାଇଁ ୬୨ ଟେଷ୍ଟରେ ୩୩୨୦ ରନ ସ୍କୋର କରିଥିଲେ। ୨୧୫ଟି ଦିନିକିଆ ମ୍ୟାଚରେ ତାଙ୍କ ନାମରେ ୪୯୫୦ ରନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୯ ଶତକ ଏବଂ ୪୮ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୦୦ରେ ତାଙ୍କୁ ୱିସଡେନର ୫ ପ୍ଲେୟାର ଅଫ ଦି ଇୟର ଭାବରେ ସମ୍ମାନିତ କରାଯାଇଥିଲା। ସେ ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରେ ଗଣିତ ହୋଇଥିଲେ। ୨୦୦୪ରେ, ସେ ଅଲରାଉଣ୍ଡର ଭାବରେ ୨୦୦ ଉଇକେଟ ଏବଂ ୩୦୦୦ ରନ ସ୍କୋର କରିବାରେ ଷଷ୍ଠ ଖେଳାଳି ହୋଇଥିଲେ। ଟେଷ୍ଟରେ ୨୧୮ ଉଇକେଟ ଏବଂ ଦିନିକିଆରେ ୨୦୧ ୱିକେଟ ନେଇଥିଲେ। ଟେଷ୍ଟରେ ସେ ୧୩ ଥର ପାଞ୍ଚଟି ଉଇକେଟ ନେଇଥିଲେ ଏବଂ ଥରେ ମ୍ୟାଚରେ ୧୦ ଉଇକେଟ ନେଇଥିଲେ। ଘରୋଇ କ୍ରିକେଟରେ ୨୧ ହଜାରରୁ ଅଧିକ ରନ ସଂଗ୍ରହ କରି ୧୧୧୦ରୁ ଅଧିକ ଉଇକେଟ ନେଇଥିଲେ। ବଲ ସହିତ କେର୍ନସଙ୍କ ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା। ତାଙ୍କ ନାଁରେ ମ୍ୟାଚ ଫିକ୍ସିଂ ଭଳି ଗୁରୁତର ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗ କେବେ ପ୍ରମାଣିତ ହୋଇ ନ ଥିଲା। ମ୍ୟାଚ ଫିକ୍ସିଂ ଅଭିଯୋଗ ହେତୁ ତାଙ୍କର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା ଏବଂ ସେ ଅକଲାଣ୍ଡ ପୌରପାଳିକା ପାଇଁ ଟ୍ରକ ମଧ୍ୟ ଚଳାଇଥିଲେ, ବସ୍‌ ଧୋଇଥିଲେ ଏବଂ ଘରର ଦାୟତ୍ୱ ତୁଲାଇବା ପାଇଁ ବାରରେ ମଧ୍ୟ କାମ କରିଥିଲେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri