‘ଓୟୋ’ ଅଂଶଧନ କିଣିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ,୧।୮:  ବିଶ୍ୱର ଅଗ୍ରଣୀ ସଫ୍ଟଓ୍ବେର କମ୍ପାନୀ ‘ମାଇକ୍ରୋସଫ୍ଟ’ ଖୁବ୍‌ଶୀଘ୍ର ସହଜ ଓ ସୁଲଭ ମୂଲ୍ୟରେ ଆତିଥେୟତା ଯୋଗାଇ ଦେଉଥିବା ଭାରତୀୟ କମ୍ପାନୀ ଓୟୋକୁ ଅଧିଗ୍ରହଣ କରିପାରେ ବୋଲି ସୂଚନା ମିଳିଛି। ଏ ନେଇ ଓୟୋ କର୍ତ୍ତୃପକ୍ଷଙ୍କ ସହ ମାଇକ୍ରୋସଫ୍ଟର ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ରହିଛି। ଯଦି ଏହି ବ୍ୟବସାୟିକ ଆଲୋଚନା ସଫଳ ହୁଏ, ତେବେ ଓୟୋର ଅଂଶଧନକୁ ମାଇକ୍ରୋସଫ୍ଟ କିଣିବ ବୋଲି ଜଣାପଡ଼ିଛି। ଫଳରେ ଏହା ୯ ବିଲିୟନ ଡଲାର ( ଭାରତୀୟ ମୁଦ୍ରାରେ ଏହା ମୂଲ୍ୟ ପ୍ରାୟ ୬୭ ହଜାର କୋଟି ଟଙ୍କା) କମ୍ପାନୀରେ ପରିଣତ ହେବ ବୋଲି କୁହାଯାଉଛି।
୨୦୧୯ ଶେଷ ଆଡ଼କୁ ଓୟୋର ଡିମାଣ୍ଡ ସାରା ବିଶ୍ୱରେ ୨ ନମ୍ବରରେ ରହିଥିଲା। କୋଭିଡ୍‌-୧୯ ଯୋଗୁ ଏହି କ୍ଷେତ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଏହାର ଚାହିଦା ସମୟାନୁସାରେ ହ୍ରାସ ପାଇଚାଲିଛି। ୨୦୧୯ରେ ଏହାର ମୂଲ୍ୟ ୧୦ ବିଲିୟନ ଡଲାର ରହିଥିଲା। ସେହିପରି ୨୦୧୭ ବେଳକୁ ମଧ୍ୟ ଓୟୋର ଚାହିଦା ଅନୁସାରେ ବଜାର ମୂଲ୍ୟ ୮୫୦ ମିଲିୟନ ଡଲାରରେ ଶେୟାର କାରବାର ପାଇଁ ବିଭିନ୍ନ ନିବେଶକ ଆଗ୍ରହ ପ୍ରକାଶ କରିଥିଲେ ବୋଲି ଓୟୋ ପକ୍ଷରୁ କୁହାଯାଇଛି। ସେହିଭଳି ଆଗାମୀ ଦିନରେ ଓୟୋ ଆଇପିଓ ଆଣିବା ଲାଗି ଯୋଜନା କରିଛି। ତେବେ ଏହି କାରବାର ଏହା ପୂର୍ବରୁ ଶେଷ ହେବ ବୋଲି ଆଶଙ୍କା କରାଯାଉଛି। ଆଇପିଓ ଲାଗି ଓୟୋ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସମୟସୂଚୀ ରଖାଯାଇନାହିଁ।
ତେବେ ଏ ପ୍ରସଙ୍ଗରେ ଓୟୋ ଏବଂ ମାଇକ୍ରୋସଫ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ଆଲୋଚନା ସମ୍ପୂର୍ଣ୍ଣ ଗୋପନୀୟ ରହିଛି। ସେହିଭଳି ଉଭୟ ସଂସ୍ଥାର ଅଧିକାରୀଙ୍କୁ ମଧ୍ୟ ନୀରବତା ଅବଲମ୍ବନ କରିବାକୁ କୁହାଯାଇଛି।
ଜୁଲାଇ ପହିଲାରୁ ଓୟୋ ସଂସ୍ଥାଗତ ନିବେଶକଙ୍କଠାରୁ ପ୍ରାୟ ୪,୯୨୦ କୋଟି ଟଙ୍କା ଋଣ ଆକାରରେ ସଂଗ୍ରହ କରିଥିଲା। ଏହି ଧନକୁ ସଂସ୍ଥା ପୁରୁଣା ଋଣ ଓ ଅନ୍ୟ ବ୍ୟବସାୟିକ ନିବେଶ ହ୍ରାସ ଲାଗି ଉପଯୋଗ କରିଥିବା ଜଣାପଡ଼ିଛି। ତେବେ ଓୟୋ ପକ୍ଷରୁ ଦିଆଯାଇଥିବା ଏହି ଅଫରକୁ ୧.୭ ଗୁଣା ସବ୍‌ସ୍କ୍ରାଇବର ମିଳିଥିବା ବେଳେ କମ୍ପାନୀକୁ ପ୍ରମୁଖ ସଂସ୍ଥାଗତ ନିବେଶକଙ୍କଠାରୁ ପାଖାପାଖି ୧ ବିଲିୟନ ଡଲାରର ପ୍ରତିଶ୍ରୁତି ମିଳିଥିବା ଓୟୋ ପକ୍ଷରୁ କୁହାଯାଇଛି। ୨୭ ବର୍ଷୀୟ ଓଡ଼ିଆ ପୁଅ ରିତେଶ ଅଗ୍ରଓ୍ବାଲ ଏହି ହୋଟେଲ ଚେନ୍‌ ବ୍ୟବସାୟ ‘ଓୟୋ’ର ଆରମ୍ଭ କରିଥିଲେ। ଗ୍ରାହକ ସେବାରେ ଏହାର ପ୍ରଭାବ ସାରା ବିଶ୍ୱରେ ଦେଖାଦେଇଥିଲା। ପର୍ଯ୍ୟଟକଙ୍କଠାରୁ ଆରମ୍ଭକରି ଅଜଣା ଲୋକଙ୍କ ପାଇଁ ଓୟୋ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା। କୋଭିଡ୍‌-୧୯ ଓ ଅନ୍ୟ କେତେକ ସମସ୍ୟା ଯୋଗୁ ଓୟୋ ବର୍ତ୍ତମାନ ନିବେଶକ ସନ୍ଧାନରେ ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri