୧୫୩୭ କୋଟିର ୧୪ ଶିଳ୍ପ: ଶିଳାନ୍ୟାସ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୭(ବ୍ୟୁରୋ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ କରିଥିବା ବେଳେ ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦ୍‌ଘାଟନ କରିଛନ୍ତି। ଏ ସମସ୍ତ ଶିଳ୍ପରେ ୧୫୩୭.୦୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏଥିରେ ୩,୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
ବୟନଶିଳ୍ପ, ରାସାୟନିକ ସାର, ଖାଦ୍ୟ ପ୍ରକି୍ରିୟାକରଣ, ବର୍ଜ୍ୟବସ୍ତୁ ପରିଚାଳନା, ଅକ୍ଷୟ ଶକ୍ତି ଉତ୍ପାଦନ, ପ୍ଲାଷ୍ଟିକ, ମେଟାଲ ଓ ଆନୁଷଙ୍ଗିକ ଶିଳ୍ପରେ ପୁଞ୍ଜିନିବେଶ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ସର୍ବୋଚ୍ଚ ଲକ୍ଷ୍ୟ ସ୍ଥଳରେ ପରିଣତ ହୋଇପାରିଛି। ପୂର୍ବ ଭାରତର ଏହା ଶିଳ୍ପ ହବ୍‌ ଭାବେ ଉଭା ହୋଇଛି। ରାଜ୍ୟ ସରକାରଙ୍କ ସ୍ଥିର ଶିଳ୍ପ ନୀତି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିଛି। ଇଜ୍‌ ଅଫ୍‌ ଡୁଇଂରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ଶିଳ୍ପଗୁଡ଼ିକ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ସେମାନଙ୍କର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। କୋଭିଡ୍‌ ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ ଅଭାବକୁ ଦୂର କରିବାରେ ଶିଳ୍ପାନୁଷ୍ଠାନଗୁଡ଼ିକ ସହାୟତା କରିଛନ୍ତି। ଅନ୍ୟ ରାଜ୍ୟକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଇବାରେ ଓଡ଼ିଶା ଆଗୁଆ ପଦକ୍ଷେପ ନେଇଛି। ରାଜ୍ୟର ବହୁ ଶିଳ୍ପ ମେଡିକାଲ ଅକ୍ସିଜେନ, ଟ୍ୟାଙ୍କର, ଜେନେରେଟର, ସିଲିଣ୍ଡର ଯୋଗାଇବାରେ ସହଯୋଗ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି।
ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଓଡ଼ିଶା ହେଉଛି ପୁଞ୍ଜିନିବେଶ ପାଇଁ ଏକ ପସନ୍ଦ ସ୍ଥାନ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ହୋଇ ଚାଲିଛି। ଏହି କାର୍ଯ୍ୟକ୍ରମରେ ବ୍ରିଟାନିଆ ଶିଳ୍ପର ଏମ୍‌ଡି ବରୁଣ ବେରି, ବେଦାନ୍ତର ଉପାଧ୍ୟକ୍ଷ ନବୀନ ଅଗ୍ରଓ୍ବାଲ, ଓ୍ବାଇଲ୍ଡ ଲୋଟସ୍‌ ଟେକ୍ସଟାଇଲର ନିର୍ଦ୍ଦେଶକ ପି.ଏଲ. ମହାନ୍ତି, ଆଦିତ୍ୟ ବିର୍ଲା ରିନ୍ୟୁଏବଲ୍‌ସର ସଭାପତି ଅମିତାଭ ବର୍ମା ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଶିଳ୍ପ ସଚିବ ହେମନ୍ତ ଶର୍ମା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ପକ୍ଷରୁ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଏହି ପ୍ରକଳ୍ପରେ ଆଦିତ୍ୟ ବିର୍ଲା ପକ୍ଷରୁ ୩୫୨.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି। ଝାରସୁଗୁଡ଼ାରେ ୬୪.୪୩ କୋଟି ପୁଞ୍ଜିନିବେଶରେ ଆଲୁମିନା ରିଫାଇନେରି ପ୍ରକଳ୍ପ ହୋଇଛି। ଖୋର୍ଦ୍ଧା ଛତାବରଠାରେ ୨୦ କୋଟି ବ୍ୟୟରେ ନିର୍ମିତ ଗାର୍ମେଣ୍ଟ ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ପାରାଦୀପରେ ଇଫ୍‌କୋ ସଲ୍‌ଫରିକ ଏସିଡ୍‌ ସମ୍ପ୍ରସାରଣ ପ୍ରକଳ୍ପ କରିବ। ଏଥିରେ ୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ସେହିପରି ସୁନ୍ଦରଗଡ଼ ଲହୁଣୀପଡ଼ାରେ ବାର୍ଷିକ ୧.୫୦ ନିୟୁତ ଟନ୍‌ର ଲୁହାପଥର ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୨୬୫.୭୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। କଟକ ଖୁଣ୍ଟୁଣୀରେ ପିଭିସି ପାଇପ ଉତ୍ପାଦନ ଶିଳ୍ପ ସ୍ଥାପନ ହେବ। ଏଥିରେ ୧୫୧.୩୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଖୋର୍ଦ୍ଧାରେ ବ୍ରିଟାନିଆ ପକ୍ଷରୁ ବିସ୍କୁଟ ଫ୍ୟାକ୍ଟ୍ରି କରାଯିବ। ସେହିପରି ଖୋର୍ଦ୍ଧା ଚମ୍ପାଝରରେ ଏନ.କେ. ଆନନ୍ଦ ପକ୍ଷରୁ ଜୋତା କାରଖାନା ସ୍ଥାପନ ହେବ। କଟକ ରାମଦାସପୁରରେ ଥର୍ମୋ ପ୍ଲାଷ୍ଟିକ ପାଇପ କାରଖାନା, ଭାରତ ମସଲା ପକ୍ଷରୁ ରାମଦାସପୁରରେ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ଚୌଦ୍ୱାରରେ ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ, ଅର୍ଗାନିକ ଫର୍ଟିଲାଇଜର ଉତ୍ପାଦନ ୟୁନିଟ୍‌ ଓ ନୁଡୁଲସ ଉତ୍ପାଦନ କାରଖାନା ହେବ। ୨୦୧୭ ନଭେମ୍ବରରୁ ୧୯୫ଟି ପ୍ରକଳ୍ପ ରାଜ୍ୟରେ ବାସ୍ତବ ରୂପ ନେଇଛି। ୯୨ହଜାର ୪୬୦ କୋଟି ୮୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହୋଇଛି। ୧ଲକ୍ଷ ୧୮ ହଜାର ୨୧୧ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri