ଦ୍ୱିତୀୟ ନ ଯାଉଣୁ ତୃତୀୟ ଭୟ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୧୪ା୭:ଓଡ଼ିଶାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଗତ ଏପ୍ରିଲ ୧୩ରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମେ ୧୩ରେ ୧୯, ଜୁନ ୧୩ରେ ୪୫ ଏବଂ ଜୁଲାଇ ୧୩ରେ ୬୮ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍‌ ରାଜ୍ୟରୁ କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବାବେଳେ ବିଶ୍ୱର ବିଭିନ୍ନ ଦେଶରେ ଏହି ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଗଲାଣି। ଅନ୍ତର୍ଜାତୀୟ ଛବିକୁ ଦେଖିଲେ ବ୍ରିଟେନ, ସ୍ପେନ, ରୁଷିଆ, ଇରାନ, ଇଣ୍ଡୋନେସିଆ, ବାଂଲାଦେଶ, ଥାଇଲାଣ୍ଡ, ଆର୍ଜେଣ୍ଟିନା,ଦକ୍ଷିଣ ଆଫ୍ରିକା ଭଳି କେତେକ ଦେଶରେ ସଂକ୍ରମଣ ପୁଣିଥରେ ଉପରମୁହାଁ ହୋଇଛି। ଭାରତରେ ମଧ୍ୟ କୌଣସି ସମୟରେ ତୃତୀୟ ଲହରର ପ୍ରକୋପ ଆରମ୍ଭ ହୋଇପାରେ। ତେଣୁ ଏସମ୍ପର୍କିତ ଭବିଷ୍ୟବାଣୀକୁ ପାଣିପାଗ ଅପ୍‌ଡେଟ୍‌ ଭଳି ଗ୍ରହଣ ନ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ଦେଶବାସୀଙ୍କୁ ଚେତାଇଦେଇଛନ୍ତି। ଦେଶର ୫ ରାଜ୍ୟରେ ୭୩.୪% ନୂଆ ସଂକ୍ରମଣ ମାମଲା ରହିଛି। ସର୍ବାଧିକ ସଂକ୍ରମିତ ଥିବା ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ରହିଥିବାରୁ ଏଠାରେ ମଧ୍ୟ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଜୁଲାଇରେ କେରଳ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ୫ ରାଜ୍ୟରେ ନୂଆ କୋଭିଡ୍‌ ସଂକ୍ରମିତଙ୍କ ମାମଲା ଦେଶର ପ୍ରାୟ ୭୩.୪% ରହିଛି। ଦେଶର ୫୫ ଜିଲାରେ ସଂକ୍ରମଣ ହାର ୧୦%ରୁ ଊର୍ଦ୍ଧ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ମହାରାଷ୍ଟ୍ର, ଛତିଶଗଡ଼, ଆସାମ, ମେଘାଳୟ, ମିଜୋରାମ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ ଓ ତ୍ରିପୁରାକୁ କୋଭିଡ୍‌ ପରିଚାଳନାରେ ସହାୟତା ଲାଗି କେନ୍ଦ୍ରୀୟ ଟିମ୍‌ ପଠାଯାଇଛି। ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ନିୟମ ମାନନ୍ତୁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ଏକ ଖବରଦାତା ସମ୍ମିଳନୀରେ ଚେତାଇ ଦେଇଛନ୍ତି।
୩ୟ ଲହର ଭୟ ଘାରୁଥିବାବେଳେ ଓଡ଼ିଶାରେ ଆଉ ଦିନକ ପରେ ଅର୍ଥାତ୍‌ ୧୬ ତାରିଖ ସକାଳ ୬ଟାରେ ଆଂଶିକ ଲକ୍‌ଡାଉନ୍‌ ବା ଅନ୍‌ଲକ୍‌ ପର୍ଯ୍ୟାୟ ସରୁଛି। ଏବେ ବି କିଛି ଜିଲାରେ ସଂକ୍ରମଣ ହାର ଅଧିକ ରହିଛି। ପୁରୀରେ ବିନା ଭକ୍ତରେ ରଥଯାତ୍ରା ଚାଲିଥିବାବେଳେ ସଂକ୍ରମଣ ହାର ୧୨.୪ ପ୍ରତିଶତ ରହିଛି। ଲୋକଙ୍କ ବେପରୁଆ ମନୋଭାବ ଯୋଗୁ ସେସବୁ ଜିଲାରେ ସ୍ଥିତି ଜଟିଳ ରହୁଥିବା କୁହାଯାଉଛି। ଏପରିସ୍ଥିତିରେ ଆଗକୁ ରାଜ୍ୟ ସରକାର କ’ଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଆଲୋଚନା ଓ ପର୍ଯ୍ୟାଲୋଚନା। ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟବାସୀ ଚାହିଁ ରହିଥିବାବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କେତେକ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର କହିଛନ୍ତି, ଅଧିକ ସଂକ୍ରମଣ ଜିଲାରେ ଶଟ୍‌ଡାଉନ ଜାରି କରିବା ସହିତ ନାଇଟ୍‌ କର୍ଫ୍ୟୁକୁ କଡ଼ାକଡ଼ି କରାଯାଉ। ଭୁବନେଶ୍ୱର, କଟକ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଇବା ଉଚିତ। ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ଗତ କିଛିଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମିକମି ଆସୁଛି। ବର୍ତ୍ତମାନ କଟକ, ଖୋର୍ଦ୍ଧା, ପୁରୀ ସମେତ ଆଉ କିଛି ଜିଲାକୁ ଅଧିକ ଫୋକସ୍‌ କରାଯାଉଛି। ତେବେ ଦୈନିକ ସଂକ୍ରମଣ ହାର ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ସରକାର ଅନ୍‌ଲକ୍‌ ସମ୍ପର୍କରେ ନିଷ୍ପତ୍ତି ନେବେ। ତେବେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକେ ପୁଣିଥରେ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। ଏମାନଙ୍କ ଉପରେ କଟକଣା ରହିବା ଦରକାର। କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ଡିଏମ୍‌ଇଟି କହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ସାମଗ୍ରିକ ଭାବେ ସଂକ୍ରମଣ କମିଛି। କେସ୍‌ ଲୋଡ୍‌, ଟେଷ୍ଟ ପଜିଟିଭ୍‌ ରେଟ୍‌ ଓ ଲୋକଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନ୍‌ଲକ୍‌ ସମ୍ପର୍କରେ ନିଷ୍ପତ୍ତି ନେବେ। ନିୟମ କୋହଳ ହେଲେ ବି ଲୋକେ ନିଜ ଦାୟିତ୍ୱ ଭୁଲନ୍ତୁ ନାହିଁ। ନ ହେଲେ ପୁଣି ସଂକ୍ରମଣ ବଢ଼ିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରାଇଦେଇଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି, କୋଭିଡ୍‌-୧୯ର ତୃତୀୟ ଲହର ନେଇ କରାଯାଉଥିବା ଭବିଷ୍ୟବାଣୀକୁ ଗମ୍ଭୀର ଭାବେ ନେବା ଉଚିତ। ଲୋକେ ଗାଇଡ୍‌ଲାଇନ୍‌କୁ ଅବଜ୍ଞା କରିଚାଲିଲେ ସଂକ୍ରମଣର ମୁକାବିଲାରେ ଯାହା ବି ସଫଳତା ମିଳିଛି ସବୁ ପାଣିରେ ପଡ଼ିବ। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ କହିଛନ୍ତି, ମହାମାରୀର ତୃତୀୟ ଲହର ବିଶ୍ୱର କେତେକ ଦେଶରେ ଆରମ୍ଭ ହୋଇଯାଇଛି। ଭାରତରେ ଯେଭଳି ତାହା ବିସ୍ତାର ନ ହେବ ସେଦିଗରେ ଲୋକେ ସତର୍କ ହୋଇ ଚଳିବା ଜରୁରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଚେତାବନୀ ଏଭଳି ସମୟରେ ଆସିଛି ଯେତେବେଳେ ହଜାର ହଜାର ଲୋକ ପାର୍ବତ୍ୟାଞ୍ଚଳର ହିଲ୍‌ ଷ୍ଟେଶନଗୁଡ଼ିକରେ କୋଭିଡ୍‌ ନିୟମକୁ ଫୁ କରି ଭିଡ଼ ଜମାଉଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲି ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି। ମୋଦି କହିଛନ୍ତି, ଲୋକେ ସାମାଜିକ ଦୂରତ୍ୱକୁ ନ ମାନି ହିଲ୍‌ ଷ୍ଟେଶନଗୁଡ଼ିକରେ ବିନା ମାସ୍କରେ ଯେପରି ବୁଲୁଛନ୍ତି ତାହା ଚିନ୍ତାଜନକ। ଏକଥା ସତ ଯେ, କରୋନା ଯୋଗୁ ପର୍ଯ୍ୟଟନ ଓ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି। କିନ୍ତୁ ବିନା ମାସ୍କରେ ହିଲ୍‌ ଷ୍ଟେଶନଗୁଡ଼ିକରେ ଭିଡ଼ ଜମାଇବା ଅନୁଚିତ। ତୃତୀୟ ଲହରକୁ ଅଟକାଇବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଆବଶ୍ୟକ। ସରକାରଙ୍କ ପକ୍ଷରୁ ଜାରି ପ୍ରୋଟୋକଲ ସହ ଲୋକେ କୌଣସି ପ୍ରକାର ସାଲିସ କରିବା ଅନୁଚିତ। କୋଭିଡ୍‌-୧୯ ଭୂତାଣୁ ରୂପ ବଦଳାଇ ଆସିପାରେ ବୋଲି ବିଶେଷଜ୍ଞମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଏଭଳି ସ୍ଥିତିରେ ଉଭୟ ନିରାକରଣ ଓ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କରୋନା ସ୍ଥିତିକୁ ତର୍ଜମା କଲେ ସରକାର ଓ ବିଶେଷଜ୍ଞଙ୍କ ପରାମର୍ଶ ରାଜ୍ୟରେ ବେଶ୍‌ ଗୁରୁତ୍ୱ ବହନ କରୁଛି। ସଂକ୍ରମଣ କମିବାରୁ ଗତ ୧ ତାରିଖରୁ ରାଜ୍ୟରେ ୧୫ଦିନିଆ ଅନ୍‌ଲକ୍‌ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ୩୦ ଜିଲାକୁ ଦୁଇ ଭାଗ ଅର୍ଥାତ୍‌ ବର୍ଗ-୧ ଓ ୨ରେ ବିଭକ୍ତ କରାଯାଇ କଟକଣା କୋହଳ କରାଯାଇଥିଲା। ବର୍ଗ-୨ରେ ଥିବା ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଯାଜପୁର ଜିଲାରେ ସଂକ୍ରମଣ ହାର କମୁଥିଲେ ମଧ୍ୟ ୫%ରୁ ଅଧିକ ଥିବାରୁ ଏଠାରେ ଅଧିକ କଟକଣା ଜାରି ରହିଥିଲା। ଏସବୁ ଜିଲା ମଧ୍ୟରୁ ଏବେ ୪ ଜିଲାରେ ସଂକ୍ରମଣ ହାର ୫% ଉପରେ ରହିଛି। ପୁରୀ ଜିଲାରେ ସର୍ବାଧିକ ସଂକ୍ରମଣ ହାର ୧୨.୪% ଥିବାବେଳେ ଖୋର୍ଦ୍ଧା ୭.୬, କଟକରେ ୬.୮ ଓ ନୟାଗଡ଼ରେ ୫.୫% ରହିଛି। ସେହିପରି ବାଲେଶ୍ୱରରେ ୪.୬%, ଭଦ୍ରକ ୪.୧ ଓ ମୟୂରଭଞ୍ଜରେ ଏହି ହାର ୪.୦% ରହିଛି। ସେହିଭଳି ଏବେବି ଦୈନିକ କରୋନା ମୃତ୍ୟୁ ୬୦ ଉପରେ ରହୁଛି। ତେଣୁ ସରକାରଙ୍କ ଆଗାମୀ ନିଷ୍ପତ୍ତି ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ରାଜ୍ୟର କରୋନା ସ୍ଥିତିକୁ ନିର୍ଣ୍ଣାୟକ ମୋଡ଼ ଦେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri