ଖିଲାଡ଼ି ବୟଙ୍କ ସମ୍ପର୍କରେ ଏଭଳି କହିଥିଲେ ଖିଲାଡ଼ି ଗର୍ଲ….

ମୁମ୍ବାଇ, ୮।୬: ବଲିଉଡ୍‌ର ଖିଲାଡି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଶିଳ୍ପା ଶେଟ୍ଟିଙ୍କୁ ମଙ୍ଗଳବାର ୪୬ ବର୍ଷ ପୂରଣ ହୋଇଛି। ସେ ୧୯୭୫ ଜୁନ ୮ରେ ମାଙ୍ଗାଲୋଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ନିଜର ସୃଜନଶୀଳ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି। ୧୯୯୩ରେ ସେ ବାଜିଗର ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ୧୯9୯୪lରେ ମେ ଖିଲାଡ଼ି ତୁ ଅନାଡି, ୨୦୦୦ରେ ଧଡ଼କନ୍‌, ୨୦୦୧ରେ ଇଣ୍ଡିଆନ୍‌, ୨୦୦୨ରେ ରିସ୍ତେ, ୨୦୦୪ରେ ଫିର୍‌ ମିଲେଙ୍ଗେ, ୨୦୦୫ରେ ଦଶ୍‌, ୨୦୦୭ରେ ଲାଇଫ୍‌ ଇନ୍‌ ମେଟ୍ରୋ ଆଦି ଫିଲ୍ମରେ ସେ ଅଭିନୟ କରି ବେଶ୍‌ ସଫଳତା ହାସଲ କରିଥିଲେ। ବାଜିଗର ଫିଲ୍ମର ଛୁପା ନା ଭି ନୈହି ୟାତା.. ଗୀତ ସବୁବେଳେ ସଭିଙ୍କକୁ ଭାବୁକ କରିଥାଏ। ଶିଳ୍ପା ଏବଂ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଥିଲା। ଅକ୍ଷୟଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଶିଳ୍ପା ଏକ ସାକ୍ଷାତ୍‌କାରରେ ଖୋଲାଖୋଲି ପ୍ରକାଶ କରିଥିଲେ। ୨୨ ବର୍ଷ ବୟସରେ ଶିଳ୍ପାଙ୍କ ଜୀବନର ଧାରା ବଦଳି ଯାଇଥିଲା। ଏଥିପାଇଁ ଅକ୍ଷୟ ଦାୟୀଥିବା ସେ କହିଥିଲେ। ସେତେବେଳେ ଶିଳ୍ପାଙ୍କ ଏହି ମନ୍ତବ୍ୟ ନେଇ ବଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୦୯ର ସେ ବିଜ୍‌ନେସ୍‌ ମ୍ୟାନ୍‌ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri