Posted inଖେଳ

ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଫିକ୍ସିଂ ହୋଇନି

ଦୁବାଇ, ୧୮ା୫ (ପି.ଟି.)- ଭାରତର ଇଂଲଣ୍ଡ (୨୦୧୬) ଓ ଅଷ୍ଟ୍ରେଲିଆ (୨୦୧୭) ବିପକ୍ଷ ଟେଷ୍ଟ ମ୍ୟାଚରେ ଫିକ୍ସିଂ ହୋଇଥିବା ନ୍ୟୁଜ୍‌ ଚ୍ୟାନେଲ ଅଲ୍‌ ଜଜିରାରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ତାହାର ଖଣ୍ଡନ କରିଛି। ଏହା ଏକ କପୋଳକଳ୍ପିତ ରିପୋର୍ଟ ବୋଲି ଦର୍ଶାଇଛି। ୨୦୧୮ରେ ଅଲ୍‌ ଜଜିରାରେ ‘କ୍ରିକେଟ୍ସ ମ୍ୟାଚ୍‌ ଫିକ୍ସର୍ସ’ ଶୀର୍ଷକ ଏକ ଡକ୍ୟୁମେଣ୍ଟାରି ରିଲିଜ କରାଯାଇଥିଲା। ଏଥିରେ ୨୦୧୬ରେ ଚେନ୍ନାଇରେ ଭାରତର ଇଂଲଣ୍ଡ ବିପକ୍ଷ ଗେମ୍‌ ଏବଂ ୨୦୧୭ରେ ରାଞ୍ଚତ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଗେମ୍‌ରେ ଫିକ୍ସିଂ ହୋଇଥିବା ବିଷୟ ଚିତ୍ରଣ କରାଯାଇଥିଲା। ଆଇସିସି ଆହୁରି ମଧ୍ୟ ଚ୍ୟାନେଲରେ ପ୍ରସାରଣ କରାଯାଇଥିବା ଡକ୍ୟୁମେଣ୍ଟାରିରେ ଅଂଶଗ୍ରହଣ କରିଥିବା ୫ଜଣ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଛି। ସେମାନଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଯାଇପାରେ ହେଲେ ଦୋଷାରୋପ କଲାଭଳି କୌଣସି ପ୍ରାମାଣିକ ତଥ୍ୟ ଉପଲବ୍ଧ ନ ଥିଲା। ପ୍ରସାରିତ ପ୍ରୋଗ୍ରାମ୍‌ରେ ତଥାକଥିତ ଅନିଲ ମୁନାଓ୍ବାର ନାମକ ଜଣେ ବୁକି ଏହି ଦୁଇଟି ମ୍ୟାଚରେ ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ଥିବା ଦାବି କରିଥିଲେ। ଏଥିରେ ୪ଜଣ ଇଣ୍ଡିପେଣ୍ଡେଣ୍ଟ ବେଟିଂ ଓ କ୍ରିକେଟିଂ ସ୍ପେଶାଲିଷ୍ଟ ଏହାର ବିଶ୍ଳେଷଣ କରିଥିଲେ। ମୁନାଓ୍ବାରଙ୍କ ଦାବି ଉପରେ ଆଇସିସି ପକ୍ଷରୁ ଏକ ତଦନ୍ତ କରାଯାଇଥିଲା। ଆଇସିସି ପକ୍ଷରୁ ଦୋଷମୁକ୍ତ ବ୍ୟକ୍ତିମାନଙ୍କ ନାମ ପ୍ରକାଶ କରାଯାଇନାହିଁ। ହେଲେ ଖବର ଅନୁସାରେ ସେମାନଙ୍କ ମଧ୍ୟରେ ପାକିସ୍ତାନ କ୍ରିକେଟର ହସନ ରାଜା, ଶ୍ରୀଲଙ୍କାର ଥରଙ୍ଗା ଇଣ୍ଡିକା ଓ ଥରିନ୍ଦୁ ମେଣ୍ଡିସ ରହିଛନ୍ତି। ଓ୍ବାଲର୍‌ଡ ଗଭର୍ନିଂବଡି ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ଡକ୍ୟୁମେଣ୍ଟାରିରେ ମୁମ୍ବାଇର ପ୍ରଥମ ଶ୍ରେଣୀ କ୍ରିକେଟର ରବିନ ମୋରିସଙ୍କୁ କିଛି ସମୟ ଦେଖିବାକୁ ମିଳିିଥିଲା, ହେଲେ ତାଙ୍କୁ ତଦନ୍ତରେ ସାମିଲ କରାଯାଇ ନ ଥିଲା। ଏହି ୫ ଜଣ ଆଇସିସିର ଦୁର୍ନୀତି ନିବାରଣ ଆଚରଣ ସଂହିତା ଉଲ୍ଲଂଘନ କରିବା ଭଳି କୌଣସି କାର୍ଯ୍ୟ କରି ନ ଥିବା ଆଇସିସି କହିଛି। ଆଇସିସି ପକ୍ଷରୁ ୩ଟି ଦିଗରୁ ତଦନ୍ତ କରାଯାଇଥିଲା ବୋଲି ଇଣ୍ଟିଗ୍ରିଟି ୟୁନିଟ୍‌ର ଜେନେରାଲ ମ୍ୟାନେଜର ଆଲେକ୍ସ ମାର୍ଶାଲ ପ୍ରକାଶ କରିଛନ୍ତି। ପ୍ରଥମତଃ ପ୍ରୋଗ୍ରାମ ଦ୍ୱାରା ଦାବି କରାଯାଇଥିବା ବିଷୟବସ୍ତୁ, ଦ୍ୱିତୀୟତଃ ଯେଉଁମାନେ ଫିକ୍ସିଂରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ଏବଂ ତୃତୀୟତଃ ଡକ୍ୟୁମେଣ୍ଟାରିପ୍ରସ୍ତୁତ କରିବା ଲାଗି ସେମାନେ କେଉଁଠାରୁ ପ୍ରାମାଣିକ ତଥ୍ୟ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri