Posted inଜାତୀୟ

ଘନଉଛି ଶିଶୁ ଅପପୁଷ୍ଟି ସଙ୍କଟ

ନୂଆଦିଲ୍ଲୀ, ୯ା୫(ଆଇଏଏନ୍‌ଏସ୍‌) : କରୋନାର ଘାତକ ଦ୍ୱିତୀୟ ଲହର ଆଗକୁ ଭାରତ ପାଇଁ ଆହୁରି ମାରାତ୍ମକ ସ୍ଥିତି ସୃଷ୍ଟି କରିବ। ବିଶେଷକରି ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବ। ସମ୍ପ୍ରତି ଭାରତରେ ଉକ୍ତ ବୟସ ବର୍ଗର ଶିଶୁଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଅପପୁଷ୍ଟିର ଶିକାର ହେଉଥିବାବେଳେ କରୋନା ଯୋଗୁ ପୋଷଣ ସମସ୍ୟା ଜଟିଳ ହେବ ବୋଲି ୟୁନାଇଟେଡ୍‌ ନେସନ୍ସ ଚିଲ୍‌ଡ୍ରେନ୍‌ ଫଣ୍ଡ୍‌ (ୟୁନିସେଫ୍‌) କହିଛି। କରୋନା କାଳରେ ଭୀଷଣ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଥିବା ଭାରତ ଆଗାମୀ ଦିନରେ ବଡ଼ ଆହ୍ବାନର ସମ୍ମୁଖୀନ ହେବ। କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ ବିପଦ ଆଣିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇସାରିଥିବାବେଳେ ଏବେ ଘାତକ ସାଜିଥିବା ଦ୍ୱିତୀୟ ଲହର ଶିଶୁଙ୍କ ପୋଷଣଜନିତ ସଙ୍କଟକୁ ଡାକି ଆଣିବ। ବିଶେଷକରି ୫ ବର୍ଷରୁ କମ୍‌ ବୟସର ଶିଶୁ ଘୋର ଅପପୁଷ୍ଟିର ଶିକାର ହେବେ ବୋଲି ୟୁନିସେଫ୍‌ ଚିନ୍ତା ବ୍ୟକ୍ତ କରିଛି।
ପ୍ରତିବର୍ଷ ଭାରତରେ ପ୍ରାୟ ୩ କୋଟି ମହିଳା ଗର୍ଭବତୀ ହେବା ସହ ୨ କୋଟି ୭୦ ଲକ୍ଷ ଶିଶୁ ଭୂମିଷ୍ଠ ହୋଇଥାନ୍ତି। ପ୍ରସବ ସମୟରେ ଗର୍ଭବତୀମାନଙ୍କୁ ଜୀବନ ରକ୍ଷାକାରୀ ସେବା ଯୋଗାଣ ବ୍ୟବସ୍ଥାର ସୁବିଧା ଦେବା କଷ୍ଟକର ହୋଇପଡ଼ିବ ବୋଲି ଭାରତରେ ୟୁନିସେଫ୍‌ ପ୍ରତିନିଧି ୟଶମିନ୍‌ ଅଲ୍ଲୀ ହକ୍‌ ଶୁକ୍ରବାର କହିଛନ୍ତି। ହସ୍ପିଟାଲରେ ବିପୁଳ ସଂଖ୍ୟାରେ କୋଭିଡ୍‌ ରୋଗୀ ଭର୍ତ୍ତି ହୋଇଥିବାବେଳେ ଗର୍ଭବତୀ ମହିଳାମାନେ ଠିକ୍‌ ସମୟରେ ଜରୁରୀ ଡାକ୍ତରୀ ପରାମର୍ଶ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହା ସିଧାସଳଖ ମା’ ଓ ଶିଶୁର ସ୍ବାସ୍ଥ୍ୟକୁ ପ୍ରଭାବିତ କରିବ। ଦେଶରେ ରେକର୍ଡ ଭାଙ୍ଗିଚାଲିଥିବା କରୋନା ସଂକ୍ରମଣ ଓ ଏଥିଜନିତ ମୃତ୍ୟୁରେ ମଧ୍ୟ ଶିଶୁ ପ୍ରଭାବିତ। ଛୋଟବେଳୁ ମା’ବାପାଙ୍କୁ ହରାଉଥିବା ଶିଶୁମାନେ ଉପଯୁକ୍ତ ଯତ୍ନ ଅଭାବରୁ ମଧ୍ୟ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବେ। ମାତାପିତା ନ ଥିବା ଶିଶୁଙ୍କୁ ବେଆଇନ ଭାବେ ପୋଷ୍ୟ ରୂପେ ଗ୍ରହଣ କରି ଅନେକେ ସେମାନଙ୍କୁ ଚାଲାଣ କରିବା ତଥା ଆପରାଧିକ କାର୍ଯ୍ୟକଳାପରେ ଲଗାଉଥିବା ଖବର ମଧ୍ୟ ନଜରକୁ ଆସୁଛି। ଏହା ବେଶ୍‌ ଚିନ୍ତାଜନକ ବୋଲି ୟଶମିନ୍‌ ଅଲ୍ଲୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାଠାରୁ ପ୍ରାୟ ୨୪ କୋଟି ୭ ଲକ୍ଷ ପିଲା ଏବେ ଦୂରେଇ ରହିଛନ୍ତି। ଅନ୍‌ଲାଇନ ଯୋଗେ ଶିକ୍ଷାଦାନ ହେଉଥିଲେ ହେଁ ଅନେକେ ଏହି ଡିଜିଟାଲ ଶିକ୍ଷା ପାଇପାରୁନାହାନ୍ତି। ଏଥିଯୋଗୁ ଭାରତରେ କୋଟି କୋଟି ଶିଶୁ ପାଠପଢ଼ାରୁ ବଞ୍ଚିତ ହେବେ ବୋଲି ୟୁନିସେଫ୍‌ କହିଛି। ଲକ୍‌ଡାଉନ୍‌ ଭଳି କଟକଣା ଯୋଗୁ ଘରେ ଆବଦ୍ଧ ରହୁଥିବା ଶିଶୁଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେବା ସହ ଅନେକେ ଘରୋଇ ହିଂସାର ଶିକାର ହେଉଛନ୍ତି। ଭାରତରେ ଯାହା ଘଟୁଛି ତାହା ସମସ୍ତଙ୍କ ପାଇଁ ସତର୍କଘଣ୍ଟି ବଜାଇଛି। ମହାମାରୀ
ଏତେ ଶୀଘ୍ର ଶେଷ ହେବା ଭଳି ଲାଗୁନି। ଏଭଳି ବିପଦ ସମୟରେ ସବୁ ଦେଶ ଏକାଠି ହୋଇ ପରସ୍ପରକୁ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି ବିଶ୍ୱବ୍ୟାପୀ ଶିଶୁମାନଙ୍କୁ ମାନବିକ ସହାୟତା ପ୍ରଦାନକାରୀ ଜାତିସଂଘର ଏହି ସଂସ୍ଥା ଆହ୍ବାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri