‘କୋଭିଡ୍‌ ପରିଚାଳନାରେ କେନ୍ଦ୍ର ବିଫଳ’

ନୂଆଦିଲ୍ଲୀ, ୧୮।୪(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୋଭିଡ୍‌ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବର୍ଷକର ପ୍ରସ୍ତୁତି ସତ୍ତ୍ୱେ ଦେଶବାସୀ ଏବେ ଅସୁରକ୍ଷିତ। ଦ୍ରୁତ ବେଗରେ କାୟା ମେଲାଇ ଚାଲିଛି କରୋନା। ଟିକାକରଣର ସର୍ବନିମ୍ନ ବୟସ ୨୫ ବର୍ଷ ରଖିବା ସହ ଲୋକଙ୍କୁ ଆୟ ସହାୟତା ଯୋଗାଇଦେବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ କରୋନା ଚିକିତ୍ସାରେ ଲାଗୁଥିବା ସମସ୍ତ ଉପକରଣ, ଔଷଧ ଏବଂ ଯନ୍ତ୍ରପାତିକୁ ଜିଏସ୍‌ଟି ମୁକ୍ତ କରିବା ଲାଗି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଅଧ୍ୟକ୍ଷତା କରୁଥିବା ସୋନିଆ ଆହ୍ବାନ ଦେଇଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ ଏକ ଜାତୀୟ ଚ୍ୟାଲେଞ୍ଜ ହୋଇଥିବାରୁ ଏହାକୁ ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରଖିବା ଉପରେ କଂଗ୍ରେସ ବିଶ୍ୱାସ କରେ। ତେଣୁ ବାସ୍ତବ ଗଣତାନ୍ତ୍ରିକ ପରିମ୍ପରାକୁ ସମ୍ମାନ ଦେଇ ତାଙ୍କ ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କଂଗ୍ରେସ ଓ ବିରୋଧୀ ଦଳ ଶାସିତ ରାଜ୍ୟ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ ନ କରି ଭାଜପା ଶାସିତ ରାଜ୍ୟକୁ ଚିକିତ୍ସା କ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିବା ଅଭିଯୋଗ ହୋଇଥିଲା। ଏଭଳି ଚ୍ୟାଲେଞ୍ଜିଂ ସମୟରେ ରାଜନୈତିକ ବିରୋଧୀ ନୁହେଁ ସମସ୍ତଙ୍କୁ ଭାରତୀୟ ଭାବେ ଦେଖିବା ପ୍ରକୃତ ରାଜଧର୍ମ ବୋଲି ସୋନିଆ କହିଥିଲେ।
ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ପ୍ରମୁଖ ନେତାମାନେ କରୋନାର ଦ୍ରୁତ ସଂକ୍ରମଣ, ଟିକା, ଅମ୍ଳଜାନ ଆଦିର ନିଅଣ୍ଟ ସ୍ଥିତି ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଉପଯୁକ୍ତ ମୂଲ୍ୟ ପାଇବାର ସୁଯୋଗ ମିଳିଲେ ସେମାନେ ଚାହିଦା ଅନୁଯାୟୀ ଯୋଗାଣ ବଢ଼ାଇପାରିବେ ବୋଲି ମନମୋହନ କହିଥିଲେ। ବିଶ୍ୱର ସର୍ବାଧିକ ଟିକା ଉତ୍ପାଦନକାରୀ ଦେଶ ଏବେ ସବୁଠୁ ଅଧିକ ସଂକ୍ରମିତ। ବର୍ଷକ ମଧ୍ୟରେ ଭଲ ପ୍ରସ୍ତୁତି କରାଯାଇପାରିଥାନ୍ତା ବୋଲି ରାହୁଲ କହିଥିଲେ। ସୁପରସ୍ପ୍ରେଡର ଉତ୍ସବ, ରାଲି ଆଦିକୁ ତୁରନ୍ତ ବନ୍ଦ କରିବା ଲାଗି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆହ୍ବାନ ଦେଇଥିଲେ।

ପ୍ରଚାରରେ ବ୍ୟସ୍ତ ମୋଦି

ଦେଶରେ କରୋନା ସଂକ୍ରମଣର ଭୟାବହ ସ୍ଥିତି। ଦିନକୁ ପାଖାପାଖି ଅଢ଼େଇ ଲକ୍ଷ ନୂଆ ମାମଲା ସାମ୍‌ନାକୁ ଆସୁଛି। ଅତ୍ୟଧିକ ସଂକ୍ରମିତ ଅଧିକାଂଶ ରାଜ୍ୟରେ ରୋଗୀଙ୍କୁ ରଖିବା ଲାଗି ଆବଶ୍ୟକ ସଂଖ୍ୟାରେ ହସ୍ପିଟାଲ ଓ ବେଡ୍‌ ନାହିଁ। ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ମିଳୁନି। ଟିକାକରଣ ବଢ଼ାଇବା ଜରୁରୀ ହୋଇପଡ଼ିଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଟିକା ମିଳୁ ନ ଥିବାରୁ ଅନେକ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବାକୁ ଅନେକେ ଭଲ ଦୃଷ୍ଟିରେ ଦେଖୁନାହାନ୍ତି। ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର କୋଭିଡ୍‌ ସ୍ଥିତି ଏବଂ ଅକ୍ସିଜେନ୍‌ ଅଭାବ ଆଦି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ। ତେବେ ସେ ପ୍ରଚାରରେ ବ୍ୟସ୍ତ ଥିବାରୁ ତାଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ପୀୟୂଷ ଗୋୟଲ ଉଦ୍ଧବଙ୍କ ଫୋନ୍‌ କଲ୍‌ର ଉତ୍ତର ଦେଇଥିଲେ।
କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ଛତିଶଗଡ଼ ସମେତ ବିଭିନ୍ନ ରାଜ୍ୟ ଟିକା ଅଭାବ ନେଇ ଅଭିଯୋଗ କରିଆସୁଛନ୍ତି। ଦିଲ୍ଲୀରେ ସ୍ଥିତି ସଙ୍ଗିନ ହେଉଥିବାବେଳେ ବେଡ୍‌ ଓ ଅକ୍ସିଜେନ ଅଭାବ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ ଆଣିଛନ୍ତି। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଥିବା ସେ କହିଛନ୍ତି।
ମହାରାଷ୍ଟ୍ରକୁ ପର୍ଯ୍ୟାପ୍ତ ତଥା ନିରବଚ୍ଛିନ୍ନ ମେଡିକାଲ ଅକ୍ସିଜେନ ଯୋଗାଇ ଦିଆଯିବା ସହ ୧,୧୨୧ ଭେଣ୍ଟିଲେଟର ପଠାଯାଉଥିବା ହର୍ଷ ବର୍ଦ୍ଧନ କହିଥିଲେ। ଅନ୍ୟପକ୍ଷରେ ଉଦ୍ଧବ ଛୋଟ ଛୋଟ କଥାକୁ ନେଇ ରାଜନୀତି କରୁଥିବା ରେଳମନ୍ତ୍ରୀ ଗୋୟଲ କହିବା ସହ ତାଙ୍କ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ବୋଲି ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରକୁ ସର୍ବାଧିକ ଅକ୍ସିଜେନ ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାର ପ୍ରତିଦିନ ଏହି ରାଜ୍ୟ ସହ ଯୋଗାଯୋଗରେ ରହିଛନ୍ତି ବୋଲି ଗୋୟଲ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri