Posted inଫୁରସତ

କୋଟିପତି କିନ୍ନର, ହାଇପ୍ରୋଫାଇଲ ମର୍ଡର: ସୁପାରି ୫୫ ଲକ୍ଷ

କୋଟିପତି କିନ୍ନରଙ୍କ ହାଇପ୍ରୋଫାଇଲ ମର୍ଡର। ହତ୍ୟା ପାଇଁ ବଛା ଯାଇଥିଲେ ସୁପାରି କିଲର। କୋଟିଏରୁ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। କିନ୍ନର ଗୋଷ୍ଠୀ ବିବାଦ, ଉତ୍ତରାଧିକାରୀ ବଛା ସହ ପତିଆରା ସୃଷ୍ଟି ଥିଲା ମୂଳ କାରଣ। ୭ ମାସ ତଳେ କିନ୍ନର ଏକତା ଜୋଷୀଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ ମାଷ୍ଟରମାଇଣ୍ଡ। ପୋଲିସ ହାତରେ ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ସହଯୋଗୀ। ମାଷ୍ଟରମାଇଣ୍ଡଙ୍କ ବୟାନରୁ କିନ୍ନର ଦୁନିଆର ଏପରି ସତ ସାମ୍‌ନାକୁ ଆଣିଛି, ଯାହା ପୂର୍ବରୁ କେହି ଚିନ୍ତା କରି ନ ଥିବେ।

ନୂଆଦିଲ୍ଲୀ: ୨୦୨୦ ସେପ୍ଟେମ୍ବର ୫ ତାରିଖ ରାତିରେ କିନ୍ନର ଏକତା ଜୋଷୀ ଦିଲ୍ଲୀର ଏକ ଦୋକାନରୁ ଶପିଂ ସାରି ଫେରୁଥିବାବେଳେ ଏକ ଧଳା ସ୍କୁଟିରେ ଆସିଥିବା ୨ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏଥିରେ ଏକତାଙ୍କ ମୃତ୍ୟୁ ଘଟିଥିଲା। ଜଣେ ହାଇପ୍ରୋଫାଇଲ କିନ୍ନରଙ୍କ ହତ୍ୟାକାଣ୍ଡ ସେତେବେଳେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଫେରାର ମାଷ୍ଟରମାଇଣ୍ଡ ଗଗନ ଭରଦ୍ୱାଜ (୩୩)ଙ୍କୁ ଗିରଫ ପାଇଁ ୧ ଲକ୍ଷ ଓ ସହଯୋଗୀ ବରୁଣ(୧୯)ଙ୍କ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ। ସୁପାରିକିଲର ଗଗନ ଓ ବରୁଣ ଏକ ସ୍କର୍ପିଓରେ ନିରଙ୍କରୀ ସମାଗମକୁ ଯିବା ପାଇଁ ବାହାରିଥିବା ନେଇ ପୋଲିସ ଖବର ପାଇବା ପରେ ଉଭୟଙ୍କୁ ସୋମବାର ଗିରଫ କରିବାରେ ସଫଳ ହୋଇଥିଲା। ପଚରାଉଚରା ପରେ ଗଗନ ପୋଲିସ ଆଗରେ ବଖାଣିଛି ହତ୍ୟାକାଣ୍ଡ ପଛର କାହାଣୀ।
ଟଙ୍କା ଦେଇଥିଲେ ଇଲାହି
ଏକତା ଓ ତାଙ୍କୁ ପାଳିଥିବା ମା’ ଅନିତା ଜୋଷୀଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିଲେ ଆଉ ଏକ କିନ୍ନର ଗୋଷ୍ଠୀ, ଯାହାର ମୁଖ୍ୟ ହେଉଛନ୍ତି ମଞ୍ଜୁର ଇଲାହି। ଏଥିପାଇଁ ମଞ୍ଜୁର ଡିଲ୍‌ କରିଥିଲେ ସୁପାରିକିଲର ଗଗନଙ୍କ ସହ। ପ୍ରଥମେ ଗଗନ ଏହି କାମ ପାଇଁ ଦାବି କରିଥିଲେ କୋଟିଏ। କିନ୍ତୁ ପରେ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। ହତ୍ୟା ପୂର୍ବରୁ ଗଗନ ଆଡ୍‌ଭାନ୍ସ ନେଇଥିଲେ ୧୫ ଲକ୍ଷ। ଘଟଣା ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ସପିଂ ସାରି ଫେରୁଥିବାବେଳେ ଏକତାଙ୍କ ଉପରକୁ ଗଗନ ୬ ଥର ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତିଯାଇଥିଲେ ଅନିତା।
ପତିଆରାକୁ ନେଇ ବିବାଦ
କିନ୍ନର ଗୋଷ୍ଠୀ ମଧ୍ୟରେ ବିବାଦ, ବିଭିନ୍ନ ଅଞ୍ଚଳରେ ଟଙ୍କା ଆଦାୟ ତଥା ପତିଆରା ସୃଷ୍ଟି ଘଟଣା ପଛର ମୂଳ କାରଣ ଥିଲା। କିନ୍ନର ସୋନମ ଏବଂ ବର୍ଷାଙ୍କ ନେତୃତ୍ୱରେ ଫରିଦାବାଦର ଏକ ଗ୍ରୁପ୍‌, ଜିଟିଭି ଏନକ୍ଲେଭର ମଞ୍ଜୁର ଇଲାହି ଓ କମଲଙ୍କ ଗୋଷ୍ଠୀ ଏକତାଙ୍କ ବିରୋଧୀ ଥିଲେ। ବିଭିନ୍ନ ଉତ୍ସବ ତଥା କାର୍ଯ୍ୟକ୍ରମରୁ ଟଙ୍କା ଆଦାୟକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେପଟେ ଏକତା ମା’ ଅନିତାଙ୍କ ଉତ୍ତରାଧିକାରୀ ଚୟନ ହେବା ନେଇ ଜଣାପଡ଼ିବା ପରେ ଈର୍ଷା ପରାୟଣ ହୋଇଉଠିଥିଲେ ଇଲାହି। ତେଣୁ ଏକତାଙ୍କ ଭଳି ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ଯୋଜନା କରିଥିଲେ। ଘଟଣାରେ ୭ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି। କିଲର ଗଗନଙ୍କ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଭଳି ଘଟଣାରେ ୧୪ଟି ମାମଲା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri