ଡେଲାଙ୍ଗରେ ନିର୍ବାଚନୀ ହିଂସା

ଡେଲାଙ୍ଗ,୧୨।୪(ଡି.ଏନ୍‌.ଏ): ପିପିଲି ଉପନିର୍ବାଚନ ପାଇଁ ରବିବାର ପ୍ରଚାର ଚାଲିଥିବାବେଳେ ପୁଣି ହିଂସାକାଣ୍ଡ ଘଟିଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତର ବ୍ରାହ୍ମଣବାଡ଼ ଗ୍ରାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ୨ଜଣ ଭାଜପା କର୍ମୀ ଗୁରୁତର ଆହତ ହୋଇଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଭାଜପା କର୍ମୀମାନେ ଡେଲାଙ୍ଗ ହାଟବଜାରଠାରେ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପକ୍ଷରେ ବିଜେଡିର ୩ କର୍ମୀଙ୍କୁ ଭାଜପାକର୍ମୀ ମାଡ ମାରିଥିବା ଏବଂ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି। କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି କର୍ମୀମାନେ ପଟ୍ଟନାୟିକିଆ- ଡେଲାଙ୍ଗ ରାସ୍ତାର ରେଞ୍ଚଛକରେ ରାସ୍ତାରୋକୋ କରିଛନ୍ତି। ଉକ୍ତ ଦୁଇଟି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ୫ ଆହତଙ୍କୁ ପ୍ରଥମେ ଡେଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଭାଜପା କର୍ମୀ ମନୋରଞ୍ଜନ ବରାଳ ଓ ସାଗର ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।
ଅଭିଯୋଗ ଅନୁଯାୟୀ, ପୂର୍ବାହ୍ନ ୯ଟାରେ ଜେନାପୁର ପଞ୍ଚାୟତ ପାଇକସାହି ଗ୍ରାମର ଭାଜପା କର୍ମୀ ମନୋରଞ୍ଜନ ବରାଳ, ସାଗର ଦାସ, ଅଶ୍ୱିନୀ କୁମାର ସାହୁ ଓ ସତ୍ୟବାଦୀ ଚୌନି ଏକାଠି ଆଲୋଚନା କରୁଥିଲେ। ଏହି ସମୟରେ ବିଜେଡି କର୍ମୀ ତଥା ଉକ୍ତ ପଞ୍ଚାୟତର ସମିତି ସଭ୍ୟ ପ୍ରଭାତ ଜେନା ସେଠାରେ ପହଞ୍ଚି ସେମାନଙ୍କୁ ଧମକଚମକ ଦେଇଥିଲେ। ଏ ନେଇ ଭାଜପା ପକ୍ଷରୁ ପୂର୍ବାହ୍ନ ୧୦ଟାରେ ଡେଲାଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ମାତ୍ର ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା ବୋଲି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି। ପରେ ଅପରାହ୍ନ ୩ଟାରେ ବ୍ରାହ୍ମଣବାଡ଼ ଗ୍ରାମରେ ଡୋର କ୍ୟାମ୍ପେନିଂ ବେଳେ ସମିତି ସଭ୍ୟ ପ୍ରଭାତ ଜେନା ଓ ସହଯୋଗୀମାନେ ମିଳିତ ଭାବେ ମନୋରଞ୍ଜନ, ସତ୍ୟବାଦୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଆକ୍ରମଣ କରିଥିଲେ। ଏହା ପ୍ରତିବାଦରେ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଭାଜପା ନେତା ସୁରଥ ବିଶ୍ୱାଳ, ମାନସ ମହାନ୍ତି, ପ୍ରଭାତି ପରିଡା, ଗୋଲଖ ମହାପାତ୍ର, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଶତାଧିକ କର୍ମୀ ହାଟବଜାରଠାରେ ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ତହସିଲଦାର ମହେନ୍ଦ୍ର କୁମାର ବଢେଇ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରମୁଖ ପହଞ୍ଚି ବୁଝାଶୁଝା କରିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭାଜପା ନେତାମାନେ କହିଥିଲେ। ସେହିପରି ବିଜେଡିର ୩କର୍ମୀ ପାଇକସାହି ଗ୍ରାମର ଅକ୍ଷୟ ମହାପାତ୍ର, ସାଦପଡ଼ା ଗ୍ରାମର ଗିରିଧାରୀ ଦାସ ଓ ଲକ୍ଷ୍ମୀଧର ମହାପାତ୍ର ବାଇକରେ ଡେଲାଙ୍ଗ ରାସ୍ତାରେ ଘରକୁ ଫେରୁଥିବାବେଳେ ବେରବୋଇ ଲେଭଲ କ୍ରସିଂଠାରେ ଭାଜପା ପତାକା ଲାଗିଥିବା ଏକ ବୋଲେରୋ ଗାଡ଼ିିରୁ ୩/୪ ଜଣ ବାହାରି ସେମାନଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡେଲାଙ୍ଗ ମେଡିକାଲକୁ ପଠାଇଥିଲେ। ଜେନାପୁର ପଞ୍ଚାୟତରେ ବିଜେଡିର ମହିଳା ସମାବେଶରେ ଜଣେ ମହିଳାଙ୍କୁ ଭାଜପା କର୍ମୀମାନେ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି। ବିଜେଡି ବ୍ଲକ ସଭାପତି ବୈରାଗୀ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଛକରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଭୁବନେଶ୍ୱରସ୍ଥିତ ଏମ୍ସକୁ ଯାଇ ଚିକିତ୍ସିତ ହେଉଥିବା କର୍ମୀ ଦ୍ୱୟଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖରେ ପିପିଲି ଥାନା ଅଧୀନ ସହଜପୁର ପଞ୍ଚାୟତର ରାୟଗୁରୁପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଥିଲା। ପ୍ରଚାର ବେଳେ ଜଣେ ଭାଜପା କର୍ମୀଙ୍କୁ ବିଜେଡି ସମର୍ଥକ ମାଡ଼ ମାରିବା ସହ ବାଇକ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ସେହିପରି ବିଜେଡି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri