Posted inଖେଳ

ବୟସ ମାତ୍ର ୧୭; ହେଲେ ବାବର ଆଜମଙ୍କ ପରେ ଏବେ କୋହଲିଙ୍କ ଉଇକେଟ ନେବାକୁ ସ୍ବପ୍ନ ଦେଖୁଛନ୍ତି ଏହି ପାକିସ୍ତାନୀ ସ୍ପିନର

ନୂଆଦିଲ୍ଲୀ,୨।୪: ପାକିସ୍ତାନର ବାମହାତୀ ସ୍ପିନର ଫୈସଲ ଅକ୍ରମଙ୍କୁ ଏବେ ମାତ୍ର ୧୭ ବର୍ଷ। ହେଲେ କ୍ରିକେଟ ପଡ଼ିଆରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ପ୍ରଶଂସିତ ହେଉଛନ୍ତି। ଏହି ଯୁବ କ୍ରିକେଟର ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି ଅନେକ କହୁଛନ୍ତି। ଏହାଛଡ଼ା ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପୂର୍ବରୁ ପାକିସ୍ତାନ ଦଳ ଫୈସଲଙ୍କୁ ପ୍ରଶିକ୍ଷଣ ଶିବିରକୁ ଡକାଇଥିଲା। ସେଠାରେ ସେ ଦଳର ଅଧିନାୟକ ତଥା ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବାବର ଆଜମଙ୍କ ଉଇକେଟ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ।

ଫୈସଲ ଏକ ବର୍ଷ ପାଇଁ ୧୬ ବର୍ଷରୁ କମ୍‌ କ୍ରିକେଟ ଖେଳିଥିଲେ। ଏଥିରେ ସର୍ବାଧିକ ଉଇକେଟ ନେବା ପରେ ତାଙ୍କୁ ଅଣ୍ଡର-୧୯ ଦଳରେ ସୁଯୋଗ ମିଳିଥିଲା। ନିକଟରେ ସେ ଏହାର ଦିନିକିଆ ସିରିଜର ୧୦ ମ୍ୟାଚ୍‌ରେ ୨୭ ଉଇକେଟ ନେଇଥିଲେ। ହେଲେ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଉଇକେଟ ତାଙ୍କୁ ଗତ ସପ୍ତାହରେ ମିଳିଛି। କାରଣ ସେ ତାଙ୍କର ପ୍ରିୟ ବ୍ୟାଟ୍ସମ୍ୟାନ୍‌ ବାବର ଆଜମଙ୍କୁ ଏଲ୍‌ବିଡବ୍ଲୁ କରିବାରେ ସଫଳ ହୋଇଛନ୍ତି। ଏହାପରେ ଅକ୍ରମ କହିଛନ୍ତି, ବାବର ବିଶ୍ୱସ୍ତରୀୟ ଖେଳାଳି। ଏଣୁ ମୋ ଉପରେ ପ୍ରଥମରୁ ଚାପ ଥିଲା। ମାତ୍ର ୟୁନିସ୍‌ ମନରେ ବିଶ୍ୱାସ ଆଣିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଆଜମଙ୍କ ଉଇକେଟ ନେବା ପରେ ମନରେ ବିଶ୍ୱାସ ବହୁତ ବଢ଼ି ଯାଇଥିଲା ବୋଲି ଅକ୍ରମ କହିଛନ୍ତି।

ଭାରତୀୟ କ୍ରିକେଟ ପ୍ରଶଂସକ ଅକ୍ରମଙ୍କୁ ଭଲ ଭାବେ ଜାଣିନାହାନ୍ତି। ହେଲେ ଆଗାମୀ ଦିନରେ ବିଶ୍ୱ ତାଙ୍କ ନାମ ମନେ ରଖିବ ବୋଲି ଆଶା କରାଯାଉଛି। କାରଣ ବିରାଟ କୋହଲିଙ୍କ ଉଇକେଟ ନେବାକୁ ତାଙ୍କର ସ୍ବପ୍ନ। ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପାଇଁ ଏକ ବ୍ୟାଟ୍‌ ସ୍ପନ୍ସର କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri