ସ୍ତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନାହିଁ

ଯାଜପୁର ଅଫିସ,୩୧ା୩: ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ୩ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଧର୍ମଶାଳା ଥାନା ପୋଲିସ ହାତ ଖାଲି ରହିଛି। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ ହେଁ ଗୁରୁତର ଆହତ ବେହୁରାଙ୍କ ସ୍ତ୍ରୀ ରିଲୁଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯାଉ ନ ଥିବା ଆଇନଜୀବୀ ଉଦୟନାଥ ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ରିଲୁ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଯାଜପୁରରୋଡ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ଗ୍ରହଣ କରିଥିବାବେଳେ ଅଭିଯୋଗ ପତ୍ରରେ ଧର୍ମଶାଳା ଆଇଆଇସିଙ୍କ ସ୍ବାକ୍ଷର ରହିଛି। ଏହାପୂର୍ବରୁ ପୋଲିସ ନିଜ ଆଡୁ ଶନିବାର ଅପରାହ୍ନ ୨ଟା ୫୮ ମିନିଟରେ ଏକ ମାମଲା ରୁଜୁ କରିଛି। ପୋଲିସ ଯଦି ନିଜ ଆଡୁ ମାମଲା ରୁଜୁ କରିଥିଲା, ତେବେ ରିଲୁଙ୍କ ଅଭିଯୋଗକୁ କାହିଁକି ପୁଣି ଗ୍ରହଣ କରିଛି। ଏପରି ପରିସ୍ଥିତିରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିବା ନେଇ ରିଲୁଙ୍କୁ ସୂଚନା ଦେଇ ଏଫ୍‌ଆଇଆର କପି ଦେଇ ପାରିଥାନ୍ତେ। ପୋଲିସର ମାମଲା ଉପରେ ଯଦି ଅଧିକ ଅଭିଯୋଗ ରହିଛି, ତେବେ ରିଲୁଙ୍କ ବୟାନ ରେକର୍ଡ କରି ପାରିଥାନ୍ତେ ବୋଲି ଆଇନଜୀବୀ ସାହୁ କହିଛନ୍ତି।
ରିଲୁଙ୍କ ଅଭିଯୋଗ ଅନୁସାରେ, ଧର୍ମଶାଳା ବ୍ଲକ ଇମାମନଗରରେ ଅନୁଷ୍ଠିତ ଅଷ୍ଟପ୍ରହରୀରେ ତାଙ୍କ ସ୍ବାମୀ ସର୍ବେଶ୍ୱର ଯୋଗଦେବାକୁ ଯାଇଥିଲେ। ଫେରୁଥିବା ସମୟରେ ରାତି ପ୍ରାୟ ୯ ଟା ୧୦ରେ ଇମାମନଗର ଗଡାଣିଠାରେ ଅନ୍ଧାରରେ ଠିଆ ହୋଇଥିବା ୨ ଜଣ ୪ଟି ବୋମା ସର୍ବେଶ୍ୱରଙ୍କ କାର ଉପରକୁ ଫିଙ୍ଗିଥିଲେ। ଅନ୍ଧାର ହୋଇଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହେଲାନାହିଁ। ସର୍ବେଶ୍ୱରଙ୍କ ଶରୀରରେ କାଚ ଓ ଲୁହା ଖଣ୍ଡ ପଶି ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି କରିଛି। ଜିଲାର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ତାଙ୍କ ସ୍ବାମୀ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ, ହାଇକୋର୍ଟ, ଲୋକାୟୁକ୍ତ ପ୍ରମୁଖ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଛାଖଣ୍ଡି, ଡଙ୍କାରୀ, ଆରୁହା ଆଦି ପାହାଡ଼ରୁ ଖଣିଲୁଟ ଦୁର୍ନୀତିର ତଦନ୍ତ ପାଇଁ ସେ ପଦକ୍ଷେପ ନେଇଛନ୍ତି। ୧୪ା୩ା୨୦୨୧ରେ ମୁକୁନ୍ଦପୁରଠାରେ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପରିମାଣର ବିସ୍ଫୋରକ ଜବତ ହୋଇଥିଲା। ଏନେଇ ତାଙ୍କ ସ୍ବାମୀ ତଦନ୍ତ ପାଇଁ ଦାବି କରିଥିଲେ। କେଲୁଅ ନଦୀବନ୍ଧ ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ଚାପି ଦେବା ପାଇଁ ଗତ ବନ୍ୟା ସମୟରେ ଡିନାମାଇଟ ଲଗାଇ ବନ୍ଧକୁ ଭାଙ୍ଗି ଦିଆଯାଇଥିଲା। ଏ ସମ୍ପର୍କରେ ତାଙ୍କ ସ୍ବାମୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲୋ ଏହିସବୁ ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣି ମାଫିଆମାନେ ସମ୍ପୃକ୍ତ ଥିବାର ଅଭିଯୋଗ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ସ୍ବାମୀ ଦାବି କରି ଆସୁଛନ୍ତି। ଲୋକାୟୁକ୍ତରୁ କେସ୍‌ ପ୍ରତ୍ୟାହାର ପାଇଁ ଖଣି ମାଫିଆ ଓ ବିଧାୟକ ପ୍ରଣବଙ୍କ ଦଳୀୟ ଗୁଣ୍ଡାମାନେ ତାଙ୍କ ସ୍ବାମୀଙ୍କୁ ଚାପ ପ୍ରୟୋଗ ସହ ଧମକ ଦେଇ ଆସୁଥିଲେ। ତେଣୁ ଏହି ଘଟଣାରେ ବିଧାୟକ ବଳବନ୍ତରାୟ ଓ ଖଣି ମାଫିଆଙ୍କ ଷଡଯନ୍ତ୍ର ରହିଛି ବୋଲି ରିଲୁ ଅଭିଯୋଗରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷେ ଧର୍ମଶାଳା ଥାନାର ଏସ୍‌ଆଇ ଅକ୍ଷୟ କୁମାର ନାୟକଙ୍କ ଅଭିଯୋଗ ଅନୁସାରେ ୨ ଦୁର୍ବୃତ୍ତଙ୍କ ବୋମାମାଡରେ ସର୍ବେଶ୍ୱର ଓ ତାଙ୍କ ସହଯୋଗୀ ସୁଶାନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ କାର (ଓଆର ୦୪ ଏନ ୦୦୪୯) ଆଂଶିକ କ୍ଷତିଗସ୍ତ ହୋଇଛି। ତଦନୁସାରେ ଧର୍ମଶାଳା ଥାନାରେ ଏକ ମାମଲା(ନଂ. ୧୬୨/୨୦୨୧) ରୁଜୁ ହୋଇଛି। ଯାଜପୁର ଏସ୍‌ପି ରାହୁଲ ପିଆରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଏଯାଏ କାହାରିକୁ ଗିରଫ କରାଯାଇ ନାହିଁ। ତେବେ ପୋଲିସର ଏତଲା ଉପରେ ମାମଲା ରୁଜୁ ହୋଇଛି। ସୂଚନାକୁ ନେଇ ତଦନ୍ତ ହେଉଥିବାରୁ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଉପରେ ମାମଲା କରିବାର କୌଣସି ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri