Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୨.୫୧ କୋଟି

ବାରାଣସୀ,୨୭ା୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ଲାଗି ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ସତ୍ୟପାଠରେ ପ୍ରଧାନମନ୍ତ୍ରୀ ନିଜର ସମ୍ପତ୍ତି ପରିମାଣ ୨.୫୧ କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି। ସେଥିରେ ରହିଛି ଗୁଜରାଟର ଗାନ୍ଧୀନଗରରେ ଏକ ବାସୋପଯୋଗୀ ଜମି, ୧.୨୭ କୋଟି ଟଙ୍କାର ସ୍ଥାୟୀ ଜମା ଏବଂ ନଗଦ ୩୮,୭୫୦ ଟଙ୍କା। ମୋଟ ସମ୍ପତ୍ତି ମଧ୍ୟରୁ ଅସ୍ଥାବର ସମ୍ପତ୍ତି ୧.୪୧ କୋଟି ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତି ପରିମାଣ ୧.୧ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଟିକସ ସଞ୍ଚୟ ଇନ୍‌ଫ୍ରା ବଣ୍ଡ୍‌ରେ ସେ ୨୦ ହଜାର ଟଙ୍କା ରଖିଥିବାବେଳେ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌(ଏନଏସସି)ରେ ୭.୬୧ ଲକ୍ଷ ଏବଂ ଏଲ୍‌ଆଇସିରେ ୧.୯ ଲକ୍ଷ ଟଙ୍କା ଜମା କରିଛନ୍ତି। ସଞ୍ଚୟ ବ୍ୟାଙ୍କ ଖାତାରେ ମୋଦିଙ୍କର ୪୧୪୩ ଟଙ୍କା ରହିଛି। ଏହାବ୍ୟତୀତ ତାଙ୍କର ୪୫ ଗ୍ରାମ ଓଜନର ୪ଟି ସୁନା ମୁଦି ରହିଛି, ଯାହାର ମୂଲ୍ୟ ୧.୧୩ ଲକ୍ଷ ଟଙ୍କା। ଗାନ୍ଧୀନଗର ସେକ୍ଟର-୧ରେ ପ୍ରଧାନମନ୍ତ୍ରୀଙ୍କର ୩୫୩୧ବର୍ଗଫୁଟ୍‌ର ଏକ ପ୍ଲଟ ରହିଛି, ଯାହାର ଦାମ୍‌ ୧.୧ କୋଟି ଟଙ୍କା ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ ସରକାରୀ ବେତନ ଏବଂ ବ୍ୟାଙ୍କ ସୁଧକୁ ଆୟ ଉତ୍ସରେ ସାମିଲ କରିଥିଲାବେଳେ ସ୍ତ୍ରୀଙ୍କ ଆୟ ଉତ୍ସ ଏବଂ ବୃତ୍ତି କିମ୍ବା ପେସା ସମ୍ପର୍କରେ ଜାଣି ନ ଥିବା ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ୧୯୮୩ରେ ଏମ୍‌.ଏ. ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଏବଂ ୧୯୬୭ରେ ଗୁଜରାଟ ବୋର୍ଡରୁ ଏସଏସସି ପରୀକ୍ଷାରେ ପାଶ୍‌ କରିଥିଲେ। ଯଶୋଦାବେନ୍‌ ତାଙ୍କ ସ୍ତ୍ରୀ ବୋଲି ମୋଦି ସତ୍ୟପାଠରେ ଦର୍ଶାଇଛନ୍ତି। ମୋଦିଙ୍କ ନାମରେ କୌଣସି ଅପରାଧ ମାମଲା ନାହିଁ ଏବଂ ସରକାରଙ୍କର ତାଙ୍କର ଉପରେ କୌଣସି ବକେୟା ନ ଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୨୦୧୪ରେ ନାମାଙ୍କନପତ୍ର ଦାଖଲ ବେଳେ ମୋଦି ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୬୫ କୋଟି ଟଙ୍କା ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ମୋଦିଙ୍କୁ ଏମ୍‌ପି ପଚାରିଲେ ଏମିତି କଥା: ହସି ହସି ପ୍ରଧାନମନ୍ତ୍ରୀ ଖୋଲିଦେଲେ…

ନୂଆଦିଲ୍ଲୀ,୧୯।୧୨: ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ...

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଅଣଦେଖା କରିପାରିବ ନାହିଁ: ହାଇକୋର୍ଟ

ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri