Posted inଖେଳ

ଥମୁନି ଆରସିବି ବ୍ୟାଟ୍ସମ୍ୟାନଙ୍କ ଶତକ ଧାରା

ବାଙ୍ଗାଲୋର,୧।୩ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓପନର ତଥା କର୍ନାଟକ ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲ ଏବେ ଚମତ୍କାର ଫର୍ମରେ। ଚଳିତ ବିଜୟ ହଜାରେ ଟ୍ରଫିରେ ଜାରି ରହିଛି ତାଙ୍କ ଶତକ ଧାରା। ଓଡ଼ିଶା ବିପକ୍ଷରେ ୧୫୨ ଓ କେରଳ ବିପକ୍ଷରେ ୧୨୬* ରନ୍‌ ପାଳି ଖେଳିଥିବା ପାଡିକଲ ପୁଣି ଥରେ ଖେଳିଛନ୍ତି ଶତକୀୟ ଇନିଂସ। ରେଲ୍‌ଓ୍ବେ ବିପକ୍ଷରେ ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ପାଡିକଲ ୧୪୫ ରନ୍‌ର ଅପରାଜିତ ପାଳି ଖେଳିଛନ୍ତି। ୧୨୫ ବଲର ସମ୍ମୁଖୀନ ହୋଇଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଇନିଂସରେ ସାମିଲ ଥିଲା ୯ ଲେଖାଏ ଛକା ଓ ଚୌକା।

୨୦ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଦେଇଥିଲେ ଅଧିନାୟକ ରବିକୁମାର ସମର୍ଥ (୧୩୦*)। ଦୁଇ ଓପନରଙ୍କ ଶତକୀୟ ଇନିଂସ ଯୋଗୁ ରେଲଓ୍ବେ ପକ୍ଷରୁ ଧାର୍ଯ୍ୟ ୨୮୫ ରନ୍‌ର ବିଜୟ ଲକ୍ଷ୍ୟକୁ କର୍ନାଟକ ୪୦.୩ ଓଭରରେ ହାସଲ କରିନେଇଥିଲା। ଏହି ବିଜୟ ସହ କର୍ନାଟକ ସ୍ଥାନ ପକ୍କା କରିଛି କ୍ୱାର୍ଟର ଫାଇନାଲରେ। ଉଲ୍ଲେଖଥାଉ କି, ଚଳିତ ବିଜୟ ହଜାରେ ଟ୍ରଫିରେ ଏପର୍ଯ୍ୟନ୍ତ ୫ ମ୍ୟାଚ୍‌ ଖେଳିଥିବା ପାଡିକାଲ ୫୭୨ ରନ୍‌ କରିସାରିଲେଣି। ଏଥିରେ ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri