ବାଇଡେନ୍‌ ଅର୍ଡର

ଓ୍ବାଶିଂଟନ,୨୨ା୧:ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଜୋ ବାଇଡେନ୍‌ ନିଜ ପୂର୍ବସୂରୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ପଲଟାଇବା ଆରମ୍ଭ କରିଦେଇଛନ୍ତି । ଶପଥ ଗ୍ରହଣ ପରେ କାମ ଆରମ୍ଭ କରିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଅଭିମୁଖେ ଯିବାବେଳେ ବାଇଡେନ୍‌ ସୋସିଆଲ ମିଡିଆରେ ଲେଖିଥିଲେ, ଆମକୁ ସାମ୍ପ୍ରତିକ ସଙ୍କଟରୁ ମୁକୁଳିବାକୁ ଅଛି । ଆମ ପାଖରେ ବରବାଦ କରିବା ପାଇଁ ସମୟ ନାହିଁ ।

ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ସର୍ବପ୍ରଥମେ ସେ ୧୫ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଉପରେ ସ୍ବାକ୍ଷର କରିଛନ୍ତି। ଏଥିରେ କରୋନା ମହାମାରୀର ମୁକାବିଲାରେ ସରକାରଙ୍କୁ ସହଯୋଗ ମିଳିବା ସମ୍ପର୍କିତ ଅର୍ଡର ମଧ୍ୟ ସାମିଲ ଅଛି। ଏହା ବ୍ୟତୀତ ଜଳବାୟୁ ସଙ୍କଟ ଓ ଆପ୍ରବାସନ ସମ୍ପର୍କିତ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ବଦଳାଇବା ପାଇଁ ନୂଆ ଆଦେଶ ମଧ୍ୟ ରହିଛି। ଏହା ପୂର୍ବରୁ କଳା ମାସ୍କ ପିନ୍ଧି ଓଭାଲ ଅଫିସକୁ ଆସିଥିବା ରାଷ୍ଟ୍ରପତି ବାଇଡେନ୍‌ ଖବରଦାତାମାନଙ୍କ ସହ ଆଲୋଚନା ବେଳେ କହିଥିଲେ, କୋଭିଡ୍‌ ସଙ୍କଟ, ଆର୍ଥିକ ସଙ୍କଟ ଓ ଜଳବାୟୁ ସଙ୍କଟ ତାଙ୍କ ବଡ଼ ପ୍ରାଥମିକତା ମଧ୍ୟରେ ରହିଛି।
ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ୱରେ ପ୍ରଥମ ସରକାରୀ ଅର୍ଡର ହେଉଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ରେ ଆମେରିକାର ପୁନଃ ଯୋଗଦାନ ସମ୍ପର୍କିତ। ପୂର୍ବସୂରୀ ଡୋନାଲ୍ଡ ଟ୍ରମ୍ପ୍‌ ଗତବର୍ଷ ଡବ୍ଲ୍ୟୁଏଚ୍‌ଓକୁ ଅକ୍ଷମ ଭାବେ ଅଭିହିତ କରିଥିଲେ। ଏହାସହ କରୋନା ମହାମାରୀ ଉପରେ ଚାଇନାର ଚାପରେ ନଇଁପଡ଼ିଥିବା ଦର୍ଶାଇ ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥାରୁ ଆମେରିକା ଓହରିଯିବା ନେଇ ସେ ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଏପ୍ରିଲରେ ସାରା ବିଶ୍ୱକୁ କରୋନା ସଂକ୍ରମଣ ବ୍ୟାପିଥିବାବେଳେ ଟ୍ରମ୍ପ୍‌ ଡବ୍ଲ୍ୟୁଏଚ୍‌ଓ ଚାଇନା ଦ୍ୱାରା ନିୟନ୍ତ୍ରିତ ବୋଲି କହି ଏହାକୁ ଆମେରିକାର ପାଣ୍ଠି ପ୍ରଦାନ ବନ୍ଦ କରିଦେଇଥିଲେ। ଆସନ୍ତା ଜୁଲାଇରେ ତାଙ୍କ ଅର୍ଡର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ବାଇଡେନ୍‌ଙ୍କ ଅର୍ଡର ଏହାକୁ ରଦ୍ଦ କରିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ବୁଧବାର ଏକ ପତ୍ର ଲେଖିଛନ୍ତି। ଘାତକ କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ଡବ୍ଲ୍ୟୁଏଚ୍‌ଓ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ତେଣୁ ଆମେରିକା ନିଜ ସଦସ୍ୟତା ବଜାୟ ରଖିବାକୁ ଚାହେଁ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। ଗୁଟେରେସ୍‌ ବାଇଡେନ୍‌ଙ୍କ ପ୍ରସ୍ତାବକୁ ସ୍ବାଗତ କରିବା ସହ ଓ୍ବାଶିଂଟନର ସମର୍ଥନ ସମସ୍ତ ଦେଶକୁ ଭାକ୍ସିନ ଯୋଗାଣରେ ସହାୟକ ହେବ ବୋଲି କହିଛନ୍ତି।
ନିକଟରେ ଟ୍ରମ୍ପ୍‌ ପ୍ରଶାସନର ଏକ ରିପୋର୍ଟରେ ସ୍କୁଲଗୁଡ଼ିକରେ ଦେଶଭକ୍ତି ଶିକ୍ଷା ପ୍ରଚଳନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହାକୁ ଐତିହାସିକମାନେ ଉପହାସ କରି ଏକ ରାଜନୈତିକ ପ୍ରୋପାଗଣ୍ଡା ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ବାଇଡେନ୍‌ ଟ୍ରମ୍ପ୍‌ଙ୍କ ଏହି ଦେଶଭକ୍ତି ଶିକ୍ଷା ନୀତିକୁ ରଦ୍ଦ କରିଛନ୍ତି। ସେହିପରି ବାଇଡେନ୍‌ ପ୍ରଥମ ଦିନରେ କଂଗ୍ରେସକୁ ଏକ ବିସ୍ତୃତ ଆପ୍ରବାସନ ବିଲ୍‌ ପଠାଇଛନ୍ତି। ବିନା ଦସ୍ତାବିଜରେ ଆମେରିକାରେ ବସବାସ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ନାଗରିକତ୍ୱ ଓ ବୈଧ ମାନ୍ୟତା ପ୍ରଦାନରେ ଏହା ସହାୟକ ହେବ। ଏଥିଯୋଗୁ ହଜାର ହଜାର ଭାରତୀୟ ଆଇଟି ପ୍ରଫେସନାଲ ଉପକୃତ ହେବେ ବୋଲି କୁହାଯାଉଛି।

ବଡ଼ ନିଷ୍ପତ୍ତି
ରାଷ୍ଟ୍ରପତି ବାଇଡେନ୍‌ ନିଜ ଅଫିସରେ ପ୍ରଥମ କିଛି ଘଣ୍ଟା ବିତାଇବାବେଳେ ଟ୍ରମ୍ପ୍‌ଙ୍କ କେତେକ ନୀତିକୁ ପଲଟାଇବା ସହ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କଲେ।
ପ୍ୟାରିସ୍‌ ଜଳବାୟୁ ଚୁକ୍ତିରେ ପୁନଃ ଯୋଗଦାନ ନିମନ୍ତେ ପଥ ଅନୁକୂଳ କରିବା ସହ ବିବାଦୀୟ କିଷ୍ଟୋନ୍‌ ଏକ୍ସଏଲ୍‌ ପାଇପ୍‌ଲାଇନ୍‌ ଯୋଜନାକୁ ରଦ୍ଦ କଲେ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରତି ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଲେ ଏବଂ ସମସ୍ତ ଫେଡେରାଲ ସମ୍ପତ୍ତିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲେ।
ମୁସଲିମ୍‌ ଦେଶଗୁଡ଼ିକ ଉପରେ ଜାରି ହୋଇଥିବା ଯାତ୍ରା କଟକଣା ପ୍ରତ୍ୟାହାର କରିବା ସହ ମେକ୍ସିକୋ ସୀମାରେ ଟ୍ରମ୍ପ୍‌ଙ୍କ ପ୍ରାଚୀର ନିର୍ମାଣକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ।

ଜୋ ବାଇଡେନ୍‌ ଓ ତାଙ୍କ ନୂଆ ପ୍ରଶାସନ ସହ କାର୍ଯ୍ୟ କରିବାକୁ ଆଶାବାଦୀ। ଜଳବାୟୁ ପରିବର୍ତ୍ତନ ଓ କରୋନା ମୁକାବିଲା ସମେତ ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ।
– ବୋରିସ୍‌ ଜନ୍‌ସନ, ବ୍ରିଟେନ ପ୍ରଧାନମନ୍ତ୍ରୀ
କାନାଡା ଓ ଆମେରିକା କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ସହଭାଗିତା ଜାରି ରଖିବେ। ସମସ୍ତଙ୍କ ସମୃଦ୍ଧି ପାଇଁ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାର ନିରନ୍ତର ସମର୍ଥନ ବଜାୟ ରହିବ।
– ଜଷ୍ଟିନ୍‌ ଟ୍ରୁଡୋ, କାନାଡା ପ୍ରଧାନମନ୍ତ୍ରୀ
ଆମେରିକା ସ୍ଥିତିକୁ ଫେରିଛି ଓ ୟୁରୋପ ପ୍ରସ୍ତୁତ ହୋଇରହିଛି। ଜଣେ ପୁରୁଣା ଓ ବିଶ୍ୱସ୍ତ ସହଯୋଗୀଙ୍କ ସହ ପୁନଃ ସମ୍ପର୍କ ପ୍ରତିଷ୍ଠା ପାଇଁ ଆଶାବାଦୀ।
– ଉର୍ସୁଲା ଭୋନ୍‌ ଡେର୍‌ ଲେୟେନ, ୟୁରୋପୀୟ କମିଶନ ଅଧ୍ୟକ୍ଷ
ବେଜିଂ ନୂଆ ପ୍ରଶାସନ ସହ ମିଶି ଚାଇନା-ଆମେରିକା ସମ୍ପର୍କକୁ ଧୀରେ ଧୀରେ ଆଗେଇନେବ। ଦୁଇଦେଶ ମିଳିତ ଭାବେ ବୈଶ୍ୱିକ ସଙ୍କଟକୁ ଦୂର କରିବାରେ ସହାୟକ ହେବେ।
– କୁଇ ଟିଆନ୍‌କାଇ, ଆମେରିକାରେ ଚାଇନା ରାଷ୍ଟ୍ରଦୂତ
ଏହି ମହାନ୍‌ ଦିନ ପାଇଁ ଆମେରିକୀୟମାନଙ୍କୁ ଶୁଭେଚ୍ଛା। ଆମେ ଏକାଠି ରହିଛେ। ସାମ୍ପ୍ରତିକ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବା ପାଇଁ ଆହୁରି ଶକ୍ତିଶାଳୀ ହେବା। ବିଶ୍ୱ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା।
– ଇମାନ୍ବେଲ ମାକ୍‌ରଁ, ଫ୍ରାନ୍ସ ରାଷ୍ଟ୍ରପତି
ଆମେରିକାର ନୂଆ ଆରମ୍ଭ ଗଣତନ୍ତ୍ରକୁ ଆହୁରି ମହାନ୍‌ କରିବ। ‘ଆମେରିକା ୟୁନାଇଟେଡ୍‌’ ଯାତ୍ରାକୁ ଆଗକୁ ବଢ଼ାଇବା ପାଇଁ କୋରିଆବାସୀ ବାଇଡେନ୍‌ଙ୍କ ସହ ଅଛନ୍ତି।
– ମୁନ୍‌ ଜାଏ-ଇନ୍‌, ଦକ୍ଷିଣ କୋରିଆ ରାଷ୍ଟ୍ରପତି
ପ୍ୟାରିସ୍‌ ଚୁକ୍ତିରେ ପୁନଃ ଯୋଗଦାନ ଏବଂ ଡବ୍ଲ୍ୟୁଏଚ୍‌ଓରୁ ଓହରିବାକୁ ବନ୍ଦ କରିବା ନେଇ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଉଦ୍ଦେଶ୍ୟ ସ୍ବାଗତଯୋଗ୍ୟ।
– ଜାସିଣ୍ଡା ଆର୍ଡେନ, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ
ଇସ୍ରାଏଲ୍‌ ଓ ଆରବ ରାଷ୍ଟ୍ରଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ସହ ଦ୍ୱିପାକ୍ଷିକ ମେଣ୍ଟ ସୁଦୃଢ଼ ହେବ।
– ବେଞ୍ଜାମିନ୍‌ ନେତାନ୍ୟାହୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜଣେ ସ୍ବେଚ୍ଛାଚାରୀଙ୍କ ଯୁଗର ଅବସାନ ହୋଇଛି। ବାଇଡେନ୍‌ ଯଦି ପାରିବେ ବିଗତ ୪ ବର୍ଷର କଳଙ୍କକୁ ଆଗାମୀ ୪ ବର୍ଷରେ ଲିଭାଇବାକୁ ଉଦ୍ୟମ କରନ୍ତୁ।
– ହାସନ ରୁହାନି, ଇରାନ ରାଷ୍ଟ୍ରପତି


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ବଢୁଛି: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri