Posted inଖେଳ

ବ୍ରିସବେନ୍‌ରେ ପ୍ରଥମଥର ପାଇଁ ଉଡିଲା ତ୍ରିରଙ୍ଗା

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟର ସ୍ବାଦ ଚାଖିଛି ଭାରତ। ଯୁବ କ୍ରିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚ୍‌ରେ ଐତିହାସିକ ବିଜୟ ଲାଭ କରିଛି। ପ୍ରଥମଥର ପାଇଁ ଗାବାରେ ଭାରତ ବିଜୟ ହାସଲ କରିଛି। ଭାରତ ଏଠାରେ ୬ ଟି ଟେଷ୍ଟ ଖେଳି ୫ଟି ହାରି ଗୋଟିଏ ଡ୍ର କରିଥିଲା। ୨୦୦୩ରେ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ଏଠାରେ ମ୍ୟାଚ୍‌ ଡ୍ର କରିଥିଲା। ନିଜ ଘରେ ଟେଷ୍ଟ ସିରିଜରେ ଭାରତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଶେଷ ଥର ପାଇଁ ଭାରତ ନିଜ ଘରେ ୨୦୧୮-୧୯ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା। ଭାରତୀୟ ଦଳ କ୍ରମାଗତ ତୃତୀୟ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫିରେ ବିଜୟର ହ୍ୟାଟ୍ରିକ ଜିତିିଛି। ଏହାପୂର୍ବରୁ ଭାରତ ଶେଷ ଦୁଇଟି ସିରିଜ ଜିତି ବର୍ଡର-ଗାଭାସ୍କର ଟ୍ରଫିକୁ କବଜା କରିଥିଲା। ୨୦୧୮-୧୯ରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ ଜିତିଥିଲା ଏବଂ ଏହାପୂର୍ବରୁ ୨୦୧୬-୧୭ରେ ଭାରତ ଅଷ୍ଟ୍ରେଲିଆକୁ ନିଜ ଘରେ ସମାନ ବ୍ୟବଧାନରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri