ସୁନାମୁହିଁରେ ଦାମୋଦର ମେଳା

ବାରିପଦା ଅଫିସ,୧୭ା୧-ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ଶନିବାର ଆରମ୍ଭ ହୋଇଛି ଦାମୋଦର ମେଳା। ତିନିଦିନ ଧରି ଏହି ମେଳା ହେବାକୁ ଥିବାବେଳେ ବାରିପଦା ପୌରପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରିପଦା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ଜରାଳି ଓ ସରାଳି ସେତୁର ସଙ୍ଗମସ୍ଥଳ ତ୍ରିବେଣୀ ଘାଟରେ ଅନୁଷ୍ଠିତ ହୋଇଛି। ସାନ୍ତାଳ ସମ୍ପ୍ରଦାୟର ଲୋକେ ଅସ୍ଥିକୁ ଧରି ପାରମ୍ପରିକ ବେଶ, ପୋଷାକ, ନୃତ୍ୟ, ଗୀତରେ ସ୍ଥାନଟି ଲୋକାରଣ୍ୟ ହୋଇପଡ଼ିଛି। ଦାନ ପାଇଁ ବିଭିନ୍ନ ଜିନିଷକୁ ଭାରରେ ବୋହି ତ୍ରିବେଣୀ ଘାଟରେ ପହଞ୍ଚିବା ଦୃଶ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଘାଟ କର୍ମ କରିବା ପାଇଁ ଏହି ସମ୍ପ୍ରଦାୟର ଲୋକେ ଲଣ୍ଡା ହୋଇ ତ୍ରିବେଣୀ ଘାଟରେ ବୁଡ଼ ପକାଇ ନୂଆ ଲୁଗା ପିନ୍ଧି ପୂର୍ବପୁରୁଷଙ୍କୁ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି।
ମୋରଡ଼ା ବ୍ଲକ କୋଇ ଅଞ୍ଚଳର କାରୁ ଚପିଆର ଓ ଚନ୍ଦ୍ର ବେଶ୍ରା ନିଜ ପିତାଙ୍କ ଅସ୍ଥି ଧରି ଘାଟରେ ପହଞ୍ଚି କ୍ରିୟାକର୍ମ କରିଥିଲେ। ଗ୍ରାମର ମୁଖିଆ(ଆଗୁଆନ)ଙ୍କ ନିର୍ଦ୍ଦେଶ କ୍ରମେ ଏହି ପରମ୍ପରାରେ ସାମିଲ ହୋଇ ଘାଟକର୍ମ ସାରି ଘରକୁ ଫେରିଥାନ୍ତି। ଗାଁ ମୁଣ୍ଡରେ ପହଞ୍ଚି ପୂଜା ସାରି କୁକୁଡ଼ା ଓ ଛେଳିକୁ ବଳି ପକାଇ ଗ୍ରାମବାସୀ ଏକାସାଙ୍ଗରେ ଖାଇବା ପରେ ଏହି କର୍ମ ସମ୍ପୂର୍ଣ୍ଣ ହୋଇଥାଏ ବୋଲି ମୁଖିଆ ଲକ୍ଷ୍ମୀକାନ୍ତ ହେମ୍ବ୍ରମ କହିଛନ୍ତି। ଏହି ଯାତ୍ରାକୁ ସଫଳ କରିବା ପାଇଁ ଭଞ୍ଜ ଦିଶମ ପାରଗାନା ମହଲ ବାରୁଣୀଘାଟ ସୁନାମୁହିଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଢାବୁଲ ତାମସାରେ ମହିଳା ପୁରୁଷ ମସଗୁଲ ଥିବା ଦେଖିବାକୁ ମିଳିଛି। ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ ସଜାଗ ରହିଛି। ସେହିପରି କମିଟି ପକ୍ଷରୁ ଆଲୋକୀକରଣ, ୱାଚ ଟାୱାର, ଫାଷ୍ଟଏଡ୍‌, ବିଶ୍ରାମାଗାର, ପିଇବା ପାଣି ଆଦି ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ନିୟମ ପାଳନ କରାଯାଇ ମେଳାରେ ଉଠା ଦୋକାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସଂଘ ସଭାପତି ସଦାସମାତ ସୋରେନ, ସମ୍ପାଦକ ମଦନ ମୋହନ ମାଝୀ, ଭଗନ ହଁାସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମେଳା ଅନୁଷ୍ଠିତ ହୋଇଛି। ବାରୁଣୀ ଘାଟ ଡେଭଲପମେଣ୍ଟ କମିଟି ସଭାପତି ସୁନାରାମ ସୋରେନ ଓ ସୁନାରାମ ମୁର୍ମୁଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ରହି ମେଳା ପରିଚାଳନାରେ ସହଯୋଗ କରିଛନ୍ତି।
ପ୍ରକାଶ ଯେ, ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ଭଳି ପରମ୍ପରାକୁ ମକର ସଂକ୍ରାନ୍ତି ଅବସରରେ ପାଳନ କରାଯାଇଥାଏ। ପରିବାର ଓ ଆତ୍ମୀୟ ସ୍ବଜନମାନେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଅସ୍ଥି ବିସର୍ଜନ କରି ଦାନ ଦକ୍ଷିଣା ଦେବା ସହ ପୁଣ୍ୟ ଅର୍ଜନ କରିବାର ବିଶ୍ୱାସ ରହିଆସିଛି। ଦୀର୍ଘଦିନ ଧରି ଆଦିମ କାଳରୁ ଜଡ଼ିତ ମହାନ ପର୍ବ ଦାମୋଦର ଯାତ୍ରାରେ ଜିଲା, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ହଜାର ହଜାର ଲୋକ ଆସି ଅସ୍ଥି ବିସର୍ଜନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri