କ୍ୟାପିଟଲରେ ଦଙ୍ଗା: ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ, ୮।୧:ସର୍ବପୁରାତନ ଗଣତାନ୍ତ୍ରିକ ଦେଶର ଇତିହାସରେ ଯୋଡ଼ିହୋଇଛି କଳଙ୍କିତ ଅଧ୍ୟାୟ। କ୍ଷମତା ଲୋଭ ପାଇଁ ଶକ୍ତିଶାଳୀ ଦେଶ ଆମେରିକା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି। ଶେଷ ମୁହୂର୍ତ୍ତ ଯାଏ ପରାଜୟ ସ୍ବୀକାର କରି ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ସମର୍ଥକଙ୍କ ମନରେ ଜାଳିଛି ପ୍ରତିହିଂସାର ନିଅଁା। ଫଳସ୍ବରୂପ ଗଣତନ୍ତ୍ରର ମନ୍ଦିରରେ ଗଡ଼ିଛି ମୁଣ୍ଡ। ନିର୍ବାଚନ ଫଳାଫଳକୁ ବିରୋଧ କରି କଂଗ୍ରେସରେ ବଳପୂର୍ବକ ଅସ୍ତ୍ର ଧରି ଧସେଇ ପଶିବା, ସିନେଟ ଅଧିବେଶନ ବନ୍ଦ ସହ ହିଂସାକାଣ୍ଡରେ ସ୍ତବ୍ଧ ହୋଇଯାଇଛି ସାରା ବିଶ୍ୱ। ଏଭଳି ଅପ୍ରତ୍ୟାଶିତ ଘଟଣାକୁ ବିଶ୍ୱନେତା ନିନ୍ଦା କରିଛନ୍ତି।

ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ କରି ବୁଧବାର ରାତିରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟଲ ବିଲ୍ଡିଂରେ ପ୍ରବେଶ କରି ଦଙ୍ଗା ସୃଷ୍ଟି କରିବା ଆମେରିକା ସମେତ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ହଜାର ହଜାର ଟ୍ରମ୍ପ୍‌ ସମର୍ଥକ ଓ୍ବାଶିଂଟନ ଡିସିସ୍ଥିତ କ୍ୟାପିଟଲ ବିଲ୍ଡିଂରେ ଧସେଇ ପଶି ହଙ୍ଗାମା କରିଥିଲେ। ଜୋ ବାଇଡେନ୍‌ଙ୍କ ବିଜୟକୁ ଆନୁଷ୍ଠାନିକ ସ୍ବୀକୃତି ଦେବା ଲାଗି ସେଠାରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନ ଚାଲିଥିବାବେଳେ ତାହାକୁ ବନ୍ଦ କରିବା ଲାଗି ଦଙ୍ଗାକାରୀମାନେ ଉଦ୍ୟମ କରିଥିଲେ। ସେମାନେ ବିଲ୍ଡିଂ ପରିସରରେ ଆତଙ୍କ ଖେଳାଇବା ସହ ହିଂସା ସୃଷ୍ଟି କରିଥିଲେ। ଗଣତନ୍ତ୍ରର ହୃଦୟ କୁହାଯାଉଥିବା କ୍ୟାପିଟଲ ହଲ୍‌ରେ ଏଭଳି ଦଙ୍ଗା ଓ ହିଂସାକୁ ବିଶ୍ୱନେତାମାନେ ନିନ୍ଦା କରିଛନ୍ତି।
ବୁଧବାର ଆମେରିକା ଗଣତନ୍ତ୍ରରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଦଙ୍ଗାକାରୀମାନେ କ୍ୟାପିଟଲ ବିଲ୍ଡିଂରେ ପଶି ୪ ଘଣ୍ଟା ଧରି ଆତଙ୍କ ଖେଳାଇଥିଲେ। ସେମାନେ କୁଆଡ଼େ ଗଲେ ବୋଲି ଦଙ୍ଗାକାରୀମାନେ ଚିତ୍କାର କଲାବେଳେ ଭୟରେ ଆମେରିକା କଂଗ୍ରେସ ସଦସ୍ୟ, କର୍ମଚାରୀ ଓ ଅନ୍ୟମାନେ ଟେବୁଲ୍‌ ତଳେ ଲୁଚିଥିଲେ। ଟ୍ରମ୍ପଙ୍କ ସମର୍ଥକମାନେ ସିନେଟ ପ୍ରିଜାଇଡିଂ ଅଫିସର, ହାଉସ୍‌ ସ୍ପିକରଙ୍କ ଆସନ ଏବଂ ସିନେଟ ଡାଇସ୍‌କୁ ଦଖଲ କରିନେଇଥିଲେ। ଟ୍ରମ୍ପ୍‌ ନିର୍ବାଚନ ଜିତିଥିବା ଜଣେ ସମର୍ଥକ ଚିତ୍କାର କରି କହୁଥିଲେ। ସେମାନେ ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ କାର୍ଯ୍ୟାଳୟରେ ପଶି ସେଠାରେ ଥିବା ନେତାମାନଙ୍କ ଫଟୋକୁ ବ୍ୟଙ୍ଗ କରିଥିଲେ। ଜଣେ କେହି ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ଆସନରେ ବସିଥିଲେ। ପୋଲିସ ଗୁଳିରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଗୁରୁତର ଅନ୍ୟ ୩ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। କ୍ୟାପିଟଲରେ ଦଙ୍ଗକାରୀମାନେ ଟ୍ରମ୍ପ୍‌ ପତାକା ଲଗାଇଥିଲେ। ଶେଷରେ ପୋଲିସକୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଥିଲା।
କ୍ଷମତା ବଜାୟ ରଖିବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବିଫଳ ପ୍ରୟାସ ବୁଧବାର ଶେଷ ହେବାକୁ ଯାଉଥିବାବେଳେ ଏଭଳି ବିସ୍ଫୋରକ ସ୍ଥିତି ଉପୁଜିଥିଲା। ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ଙ୍କ ବିଜୟକୁ ଆନୁଷ୍ଠାନିକ ସ୍ବୀକୃତି ଦେବା ଲାଗି ଆମେରିକା କଂଗ୍ରେସର ମିଳିତ ଅଧିବେଶନ ବସିଥିବାବେଳେ ପରାଜୟକୁ ଗ୍ରହଣ କରୁ ନ ଥିବା ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟଲ ହଲ୍‌ରେ ଧସେଇ ପଶି ଏଭଳି ଆତଙ୍କ ଖେଳାଇଥିଲେ। ପୋଲିସ ଦୁଇଟି ପାଇପ୍‌ ବୋମା ଉଦ୍ଧାର କରିଥିବା କହିଛି। ସଶସ୍ତ୍ର ସୁରକ୍ଷା ଅଧିକାରୀମାନେ ୫୨ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟମାନଙ୍କୁ କ୍ୟାପିଟଲ ହଲ୍‌ ପରିସରରୁ ବାହାର କରିବା ପାଇଁ ପୋଲିସ ଫ୍ଲାସ୍‌-ବ୍ୟାଙ୍ଗ୍‌ ଓ ସ୍ବତନ୍ତ୍ର ଗ୍ରେନେଡ୍‌ର ସହାୟତା ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri