କାଳିଆପାଣି,୨୬|୬(ଡି.ଏନ୍.ଏ.)- ସୁକିନ୍ଦା ବ୍ଲକ ଖଣି ଅଞ୍ଚଳରେ ଦୈନନ୍ଦିନ ଟ୍ରାଫିକ୍ ସମସ୍ୟା ବଢିବାରେ ଲାଗିଛି। ଖଣିକୁ କ୍ରୋମାଇଟ ଲୋଡିଂ ପାଇଁ ଆସୁଥିବା ଟ୍ରକ୍ଗୁଡିକ ଉପରେ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏପରି ହେଉଥିବା ଅଭିଯୋଗ ହୋଇଛି। ଖଣି ଅଞ୍ଚଳରେ ଫାଷ୍ଟ କମ୍ ଫାଷ୍ଟ ଲୋଡିଂ ବ୍ୟବସ୍ଥା ୬ ଚକିଆ ଟ୍ରକ୍ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ କଡାକଡିଭାବେ ପାଳନ କରାଯାଉଛି। କିନ୍ତୁ ୧୦,୧୨ ଓ ୧୪ ଚକିଆ ଟ୍ରକ୍ କ୍ଷେତ୍ରରେ ଏହା ଲାଗୁ କରାଯାଇ ପାରି ନାହଁି। ଅପରପକ୍ଷେ ବିଭିନ୍ନ ଖଣି ପାଇଁ ହୋଇଥିବା ପାର୍କିଂ ୟାର୍ଡରେ ଛଅ ଚକିଆ ଟ୍ରକ୍ଗଡିକ ରହୁଥିବାବେଳେ ଅନ୍ୟ ଟ୍ରକ୍ଗୁଡ଼ିକ ଟମକା- ମଙ୍ଗଳପୁର ରାସ୍ତା ଉପରେ ପାର୍କିଂ କରାଯାଉଛି। ବିଶେଷକରି ଖଣି ନିଗମ ଦ୍ୱାରା ନିର୍ମିତ କୋଳିପଶୀ ପାର୍କିଂୟାର୍ଡରୁ ଲୋଡିଂ ନିମନ୍ତେ ଖଣିକୁ ଆସୁଥିବା ଟ୍ରକ୍ଗୁଡିକ ଏକା ସମୟରେ ସିରିୟଲରେ ଛାଡାଯାଉଛି। ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଟ୍ରକଗୁଡିକ ରହୁଥିବାରୁ ଘଣ୍ଟାଘଣ୍ଟା ଧରି ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ସେହିପରି ଓଏମ୍ସି ଟାଉନସିପ୍ ନିକଟରେ ରହିଥିବା ଟିସ୍କୋ ରାସ୍ତାରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଖଣି ନିଗମ ପରିବହନ ଓ ଖଣି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ରାଜ୍ୟ ଗୃହ ବିଭାଗର ଓଆଇଏସ୍ଏଫ (ଓଡିଶା ଇଣ୍ଡସଷ୍ଟ୍ରିୟାଲ ସିକ୍ୟୁରିଟି ଫୋର୍ସ ) ନିଯୁକ୍ତି କରାଯାଇଛି। ହେଲେ ଖଣି ଅଞ୍ଚଳରେ ନିଗମ ଦ୍ୱାରା ଉପୁଜିଥିବା ସମସ୍ୟାଗୁଡିକର ସମାଧାନ କରିବା ଦିଗରେ ସଂସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଟ୍ରାଫିକ ସମସ୍ୟା ଦ୍ୱାରା ସ୍କୁଲ ଛାତଛାତ୍ରୀ, ରୋଗୀଙ୍କ ଠାରୁ ଆରମ୍ଭକରି ସାଧାରଣ ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏହା ଉପରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଯୁବନେତା ବୁଲୁ ମହାନ୍ତି, ଦିଲୀପ ମହାନ୍ତି, ଦିଲୀପ ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଏ ବାବଦରେ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।
ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...
ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...
ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି
ଭୁବନେଶ୍ୱର,୨୮ା୧୨(ସୁନିତ୍ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...
୭୦% ଚାଷୀଙ୍କୁ ମିଳୁନି କେସିସି ଋଣ
ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...
୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍ ତଥ୍ୟ
ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...
ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...
ସରକାରଙ୍କ ବଡ଼ ଘୋଷଣା, ଅନ୍ଲାଇନରେ ହେବନି…
କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍ଲାଇନରେ ଗ୍ରହଣ କରାଯିବ।...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
Archives


