ବିହ୍ୱଳ

କରୋନା ଟିକା କୋଭିଶିଲ୍ଡ ଓ କୋଭାକ୍ସିନ୍‌କୁ ଜରୁରୀ ବ୍ୟବହାର ନିମନ୍ତେ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୩ ଡିସେମ୍ବରରେ ମଞ୍ଜୁରୀ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ ଯେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା କୋଭିଶିଲ୍ଡ ପ୍ରସ୍ତୁତ କରାଯାଉଥିବା ବେଳେ ଭାରତ ବାୟୋଟେକ୍‌ କୋଭାକ୍ସିନ ଉଦ୍ଭାବନ ଓ ପ୍ରସ୍ତୁତ କରୁଛି। ଟିକାକୁ ମଞ୍ଜୁରୀ ମିଳିବା ଖବର ପ୍ରସାରିତ ହେବା ପରେ ଅନେକ ଭାରତୀୟ ଆଶ୍ୱସ୍ତ ହୋଇଛନ୍ତି। ହେଲେ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କୋଭିଡ୍‌ ଟିକାକୁ ନେଇ ଦେଇଥିବା ମନ୍ତବ୍ୟ ଏବେ ଆଲୋଚନାର ବିଷୟ ପାଲଟିଛି। ନିକଟରେ ସେ କୋଭିଡ୍‌ ଭାକ୍ସିନ୍‌ ନେବେ ନାହିଁ ବୋଲି କହିଛନ୍ତି। କାରଣ ଦର୍ଶାଇବାକୁ ଯାଇ ଏସବୁକୁ ‘ଭାଜପା ଟିକା’ ବୋଲି ସେ ଅଭିହିତ କରିଛନ୍ତି। ଭାଜପା ନାମ ଉଠାଇଥିବାରୁ ତାଙ୍କୁ ସେହି ଦଳ ପକ୍ଷରୁ ସମାଲୋଚନା କରାଯାଉଛି।
ଏପଟେ ଡିସିଜିଆଇଙ୍କ ମନ୍ତବ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ମନେହୁଏ। ଗୁଜବକୁ ରୋକିବା ଉଦ୍ଦେଶ୍ୟ ରଖି ଗଣମାଧ୍ୟମରେ ଦାବି କରାଯାଉଛି ଯେ ଏହି ଦୁଇ ଟିକା ୧୧୦ ପ୍ରତିଶତ ଫଳପ୍ରଦ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୦୦ ପ୍ରତିଶତ ହେଉଛି ସର୍ବାଧିକ ସଫଳତା। ଏତେବଡ଼ ସଂସ୍ଥା ଦାୟିତ୍ୱହୀନତାରେ ୧୧୦ ପ୍ରତିଶତ କହିବା ଅର୍ଥ ହେଉଛି, ବୋଧହୁଏ ସତେଯେମିତି କରୋନା ଭାଇରସ୍‌ ଟିକା ନେବା ପରେ ସେହି ବ୍ୟକ୍ତିବିଶେଷଙ୍କୁ ଅନେକ ଭିନ୍ନ ରୋଗରୁ ସୁରକ୍ଷା ମିଳିଯିବ। ପୃଥିବୀରେ ସ୍ବୀକୃତି ଲାଭ କରିଥିବା ଫାଇଜର କମ୍ପାନୀର ଟିକାକୁ ନିଜେ ସେହି କମ୍ପାନୀ ୯୫ ପ୍ରତିଶତ ଫଳପ୍ରଦ ବୋଲି କହିଛି। କିନ୍ତୁ ଭାରତ ସରକାରଙ୍କ ଔଷଧ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଯେଉଁଭଳି ପିଲାଳିଆ କଥା କହୁଛନ୍ତି ସେଥିରୁ ମନରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଇତିହାସକୁ ଦେଖିଲେ ଜଣାପଡ଼େ ଯେ ବିଭିନ୍ନ ଟିକାକୁ ବିକଶିତ ଓ ଲୋକଙ୍କ ଉପରେ ପରୀକ୍ଷଣ କରିବା ପାଇଁ ଅନେକ ଥର ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଲାଗିଛି। ଅବଶ୍ୟ ସ୍ବୀକାର କରିବାକୁ ହେବ ଯେ, ପୂର୍ବର ଜ୍ଞାନକୌଶଳ ତୁଳନାରେ ଏବେକାର ବୈଜ୍ଞାନିକମାନଙ୍କ ପାଖରେ ଅଧିକ ଜ୍ଞାନ ଓ ସୁବିଧା ରହିଛି। କିନ୍ତୁ ଭାରତର ଔଷଧୀୟ ନିର୍ମାଣ କ୍ଷେତ୍ର ନିଜସ୍ବ ଜ୍ଞାନକୌଶଳ ବିକାଶ କରି ନୂତନ ଟିକାର ଉଦ୍ଭାବନରେ ଆମ ଦେଶର କୌଣସି ରେକର୍ଡ ନାହିଁ। ବିହ୍ବଳିତ ହୋଇ ଅନେକ ଭାରତୀୟ ଭାବୁଛନ୍ତି ଯେ, ଆମେ ଦେଶରେ ସବୁ ଟିକା ଉଦ୍ଭାବନ ହୁଏ। ବାସ୍ତବ କଥା ହେଲା ଯେ, ଜ୍ଞାନକୌଶଳ ଆସେ ବିଦେଶରୁ ଏବଂ ପୃଥିବୀର ପ୍ରାୟ ୭୦ ପ୍ରତିଶତ ଟିକା ପ୍ରସ୍ତୁତ ହୁଏ ଭାରତର ବିଭିନ୍ନ କାରଖାନାରେ। ସେହି ୭୦ ପ୍ରତିଶତକୁ ସାଧାରଣରେ ଆମେସବୁ ଧରିନେଉଛୁ ଏହା ଆମ ଦେଶର ବୈଜ୍ଞାନିକ ମୁଣ୍ଡରୁ ବାହାରିଛି। ଏହିଭଳି ଅନ୍ୟ ଏକ ଉଦାହରଣ ହେଉଛି ସ୍ବର୍ଗତ ଷ୍ଟିବ୍‌ ଜବ୍‌ସଙ୍କ ଦ୍ୱାରା ଉଦ୍ଭାବିତ ଆଇଫୋନ୍‌ ଚାଇନାରେ ତିଆରି ହେଉଛି। ତାହାର ଅର୍ଥ ନୁହେଁ ଯେ, ଚାଇନାର ବୈଷୟିକବିତ୍‌ମାନେ ଏହି ଫୋନ୍‌କୁ ଉଦ୍ଭାବନ କରିଛନ୍ତି।
ଏଭଳି ପ୍ରଚ୍ଛଦପଟରେ ଦେଖିବାକୁ ଗଲେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ମନ୍ତବ୍ୟ ଅସ୍ବାଭାବିକ ହୋଇ ନ ପାରେ। ଉଲ୍ଲେଖଯୋଗ୍ୟ ଯେ, କୋଭିଶିଲ୍ଡ ଭାରତରେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଅର୍ଥାତ୍‌ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହି କାମ ପାଇଁ ଆଷ୍ଟ୍ରାଜେନିକାର ଲାଇସେନ୍ସପ୍ରାପ୍ତ ପ୍ରସ୍ତୁତକାରୀ। ତା’ର ଜ୍ଞାନକୌଶଳ ଭାରତର ନୁହେଁ। ସେହି ଟିକା ବିକ୍ରିରୁ ମିଳୁଥିବା ଲାଭର ବଡ଼ ପରିମାଣ ପାଇବ ଆଷ୍ଟ୍ରାଜେନିକା। ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଭଳି ପୃଥିବୀର ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଆଷ୍ଟ୍ରାଜେନିକାର ଟିକା ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ କୋଭାକ୍ସିନ୍‌ ସମ୍ପୂର୍ଣ୍ଣ ଭାବେ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ। ତାହାର ଏ ପର୍ଯ୍ୟନ୍ତ ଉଚିତ ପରିମାଣର ପରୀକ୍ଷା କରାଯାଇ ନାହିଁ। ଜଣାଶୁଣା ବ୍ୟକ୍ତି ଭାବେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ ଏହି କୋଭାକ୍ସିନ୍‌ ନେବା ପରେ ତାଙ୍କଠାରେ କରୋନା ପଜିଟିଭ୍‌ ଦେଖାଦେବା ନିକଟ ଅତୀତରେ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ଏଠାରେ କୁହାଯାଇପାରେ ଯେ ଫାଇଜର, ମଡର୍ନା, ଗାମ୍‌ଲୟ ଓ ଆଷ୍ଟ୍ରାଜେନିକା କେତେ ଫଳପ୍ରଦ ହୋଇଛନ୍ତି, ସେ ନେଇ ପ୍ରସିଦ୍ଧ ଗବେଷଣା ଜର୍ନାଲରେ ତଥ୍ୟ ପ୍ରକାଶ ପାଇଛି। ଅଥଚ ଭାରତ ପ୍ରସ୍ତୁତ କୋଭାକ୍ସିନ୍‌ କେତେ ଫଳପ୍ରଦ ହୋଇଛି ସେ ସଂକ୍ରାନ୍ତ ବିବରଣୀ ଅନ୍ତର୍ଜାତୀୟସ୍ତରର ଜର୍ନାଲରେ ପ୍ରକାଶିତ ହୋଇ ସେଭଳି ରେଟିଂ ପାଇ ନ ଥିବାରୁ ସନ୍ଦେହ ପ୍ରକାଶ ହେବା ସ୍ବାଭାବିକ।
ଏବକାର ଭାରତରେ ଏକ ନୂଆ ‘ଭିଡ଼’ ମନୋଭାବ ସୃଷ୍ଟି ହୋଇଛି। ସେଭଳି ଭିଡ଼କୁ ଯୁକ୍ତିଯୁକ୍ତ କଥା ଶୁଣାଇଲେ ତା’ର ପ୍ରଭାବ ପଡ଼ିବା ତ ଦୂରର କଥା, ଅଯଥାରେ ପ୍ରବଳ ବିରୋଧ ହେଉଛି। ଯେମିତିକି ବିମୁଦ୍ରୀକରଣ ପରେ ଅନେକ ଲକ୍ଷ ଅର୍ଥନୀତିଜ୍ଞ ଜନ୍ମ ନେଲେ, ସେହିପରି ଅନେକ କୋଟି ମେଡିକାଲ ବିଶେଷଜ୍ଞ ଏବେ ସୃଷ୍ଟି ହୋଇଯାଇଛନ୍ତି। ସମସ୍ତେ ସବୁ କଥା ଉପରେ ସ୍ପଷ୍ଟ ମତ ଦେବା ସହିତ ଅନ୍ୟର ମତ ଶୁଣିବା ପାଇଁ ଅପ୍ରସ୍ତୁତ। ହୁଏତ ସେଥିପାଇଁ ଅଖିଳେଶଙ୍କ ବ୍ୟକ୍ତିଗତ ମତକୁ ନେଇ ଝଡ଼ ବୋହିଲା। ଅଖିଳେଶ ନିଜେ ଟିକା ନେବେ ନାହିଁ ବୋଲି କହିଥିଲା ବେଳେ ଅନ୍ୟ କାହାରିକୁ ଟିକା ନେବା ପାଇଁ ମନା କରିନାହାନ୍ତି। ଆମ ସମସ୍ତଙ୍କ ଭଳି ତାଙ୍କର ମଧ୍ୟ ବାକ୍‌ ସ୍ବାଧୀନତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri