୫ରୁ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ରାସ୍ତାରୋକୋ

ସମ୍ବଲପୁର,୨୯ା୧୧(ବ୍ୟୁରୋ): ସମଗ୍ର ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ଦେଖା ଦେଇଛି। ଟୋକନ ସମସ୍ୟା ଚାଷୀଙ୍କ ପାଇଁ କାଳ ସାଜିଛି । ଅନ୍ୟପକ୍ଷେ ଏକର ପିଛା ୧୩ ରୁ ୧୯ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ବିକ୍ରି ନିଷ୍ପତ୍ତି ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି କରିଛି । ଗତ ଏକ ମାସ ହେବ ଚାଷୀମାନେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବାସ୍ତବରେ କୃଷି ଓ ପରିସଂଖ୍ୟାନ ବିଭାଗ କ୍ରଫ୍‌ କଟିଂ ରିପୋର୍ଟକୁ ଆଧାର ନ କରି ମନଇଚ୍ଛା ଧାନ ବିକ୍ରିର ପରିମାଣ ଧାର୍ଯ୍ୟ କରିଛନ୍ତି । ଭୁବନେଶ୍ୱରରେ ବସି ତ୍ରୁଟିପୂର୍ଣ୍ଣ ଧାନ ସଂଗ୍ରହ ନୀତି ଲାଗୁ କରିବା ଚାଷୀଙ୍କ ପାଇଁ ସମସ୍ୟା ହୋଇଛି। ଏଥିପାଇଁ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଶନିବାର ଓଡ଼ିଶା ସାଂସ୍କୃତିକ ସମାଜ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି, ବହୁ ବର୍ଷ ହେବ ଚାଷୀମାନେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆସିଛନ୍ତି । ହେଲେ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ନାମକୁମାତ୍ର ଜିଲାସ୍ତରୀୟ ଧାନ ସଂଗ୍ରହ ବୈଠକ କରାଯାଉଛି। ପୂର୍ବରୁ ଭୁବନେଶ୍ୱରରେ ସବୁ ନିଷ୍ପତ୍ତି ହେଉଛି । ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିମାନେ ବିଧାନସଭାରେ ପ୍ରଶ୍ନ କରି ପାରୁନାହାନ୍ତି । ଜାନୁୟାରୀ ଓ ଫେବୃୟାରୀ ପର୍ଯ୍ୟନ୍ତ ଟୋକନ ଦିଆଯାଇଛି । ଚାଷୀମାନେ ଆଗାମୀ ଚାଷ ପାଇଁ ପ୍ରସ୍ତୁତି କରିବେ ନା ଧାନ ବିକ୍ରି ପାଇଁ ସମୟ ଦେବେ । ଏପରି କି ଚାଷୀଙ୍କ ପାଖରେ ବନ୍ୟପ୍ରାଣୀ ଓ ପ୍ରକୃତି ପ୍ରକୋପରୁ ଫସଲକୁ ରକ୍ଷା କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ । ବହୁଦିନରୁ ଚାଷୀଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଉଗ୍ରରୂପ ନେବ। ଡିସେମ୍ବର ୪ ସୁଦ୍ଧା ସରକାର ଏ ସଂକ୍ରାନ୍ତରେ କୌଣସି ସମାଧାନର ବାଟ ବାହାର ନ କଲେ ଆସନ୍ତା ୫ରୁ ଚାଷୀମାନେ ରାଜରାସ୍ତା ଅବରୋଧ କରିବେ । ଧାନ ବସ୍ତା, ଟ୍ରାକ୍ଟର, ଲଙ୍ଗଳ ସହିତ ବିଭିନ୍ନ ଚାଷ ଉପକରଣ ରାସ୍ତା ଉପରେ ରଖି ଚାଷୀମାନେ ଏହି ଆନ୍ଦୋଳନ କରିବେ । ୨୦୦୧ରେ ବରଗଡ ଜିଲା ବରାଗୁଡାରେ ଚାଷୀମାନେ ଜାତୀୟ ରାଜପଥକୁ ୭୨ ଘଣ୍ଟା ଅବରୋଧ କରିଥିଲେ । ଏହି ଆନ୍ଦୋଳନ ସେହିପରି ହେବ ବୋଲି ପ୍ରଧାନ ଚେତାବନୀ ଦେଇଛନ୍ତି ।

ଚାଷୀନେତା ଲିଙ୍ଗରାଜ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର କୃଷି ବିରୋଧୀ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ କଳା ଆଇନ ଭାବେ ଚାଷୀମାନେ ଗ୍ରହଣ କରିଛନ୍ତି। ସମଗ୍ର ଦେଶରେ ଆନ୍ଦୋଳନ ହେଉଛି । ଏହାକୁ ପଶ୍ଚିମ ଓଡ଼ିଶା ଚାଷୀ ସଙ୍ଗଠନ ସମର୍ଥନ କରୁଛୁ । ଏ ନେଇ କେନ୍ଦ୍ର ଚାଷୀ ସଙ୍ଗଠନ ସହ ଆମେ ଯୋଗାଯୋଗରେ ଅଛୁ । ଚାଷୀଙ୍କ ସହ ଆଲୋଚନା କରି ଧାନ ସଂଗ୍ରହରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରାଯାଉ ବୋଲି ସେ ଦାବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri