ଏଇ ଭାରତରେ

ଯେଉଁ ବୟସରେ ଖେଳି ବୁଲିବା କଥା ସେହି ସମୟରେ ପରିବେଶ ଚିନ୍ତା କରୁଛନ୍ତି ତାମିଲନାଡୁର ପ୍ରସିଦ୍ଧି ସିଂ। ତାଙ୍କ ବୟସ ଏବେ ୭। ଏଇ କୁନି ପରିବେଶବିତ୍‌ ଆଗାମୀ ଦୁଇ ବର୍ଷ ମଧ୍ୟରେ ୧ ଲକ୍ଷ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ସେ ୧୩,୦୦୦ ଗଛ ଲଗାଇ ସାରିଲେଣି ଓ ରାଜ୍ୟରେ ୧୩ଟି ଫଳ ବଗିଚା କରିସାରିଛନ୍ତି। ତାଙ୍କ ସହ ସାମିଲ କୁନି ପରିବେଶ ଯୋଦ୍ଧାଙ୍କୁ ନେଇ ସେ ଏହା ସମ୍ଭବ କରିପାରିଛନ୍ତି। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିତ୍ବାବେଳେ ସେ ତାଙ୍କ ବାରିରେ ଅନେକ ଗଛ ଲଗାଇବା ସହ ଅଗଣାରେ ଏକ ଔଷଧୀୟ ବଗିଚା କରିଥିଲେ। କିନ୍ତୁ ୨୦୧୬ରେ ଭର୍ଦ୍ଧାରେ ବାତ୍ୟା ଯୋଗୁ ଗଛଗୁଡ଼ିକ ନଷ୍ଟ ହୋଇଯିବା ପରେ ସେ ତାଙ୍କ ସାଙ୍ଗମାନଙ୍କୁ ନେଇ ଏଭଳି ଅଭିଯାନ ଆରମ୍ଭ କରିଥିଲେ। ସେ ସ୍କୁଲରେ ଏକ ଫଳ ବଗିଚା କରିଛନ୍ତି। ତାଙ୍କ ଜନ୍ମଦିନରେ ସେ ଏଥିରେ ୧୦୦ଟି ଫଳଗଛ ଲଗାଇଥିଲେ। ସେ ପ୍ରତିବର୍ଷ ‘ହାପିବାର୍ଥ ଡେ’ ପରିବର୍ତ୍ତେ ‘ଗ୍ରୀନ ବାର୍ଥ ଡେ’ ପାଳନ କରନ୍ତି। ପ୍ରସିଦ୍ଧି ସ୍କୁଲ ,କଲେଜ, ସରକାରୀ ଜାଗାରେ ଗଛ ଲଗାଇବା ଲାଗି ଯୋଜନା କରିଛନ୍ତି। ପେପର, ପେନସିଲ, ବୁକମାର୍କସ ଆଦି ବିକ୍ରି କରିବା ତଥା ଯୋଗ କ୍ଲାସ ଆୟୋଜନ କରି ଲୋକମାନଙ୍କଠାରୁ ପାଣ୍ଠି ଯୋଗାଡ କରୁଛନ୍ତି। ପଡ଼ୋଶୀମାନଙ୍କଠାରୁ ଫଳ ମଞ୍ଜି ସଂଗ୍ରହ କରୁଛନ୍ତି। କରୋନା ମହାମାରୀ ସମୟରେ ସେ ଶନିବାର ଗଛ ଲଗାଉଛନ୍ତି। ଗଛ ଲାଗାଇବାକୁ ଅନଲାଇନ କ୍ଲାସ ମାଧ୍ୟମରେ ପିଲାମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଏବେ ପ୍ରସିଦ୍ଧିଙ୍କ ଅଭିଯାନରେ ସାମିଲ ହେବାକୁ ବହୁ ସଂସ୍ଥା ଆଗକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri