Posted inଖେଳ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ: ପ୍ରଥମ ଟେଷ୍ଟ ପୂର୍ବରୁ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌

ମେଲବୋର୍ନ, ୨୯।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ୬୯ ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ଯିବ। ଏଥିପାଇଁ ଆୟୋଜକ ବୋର୍ଡ ପକ୍ଷରୁ ଏହି ଗସ୍ତର ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ବୁଧବାର ପ୍ରକାଶ କରାଯାଇଛି। ଏଥିରେ ଏକ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌କୁ ସାମିଲ କରାଯାଇଛି। ଡିସେମ୍ବର ୧୭ରେ ପିଙ୍କ୍‌ବଲ୍‌ ଟେଷ୍ଟ ଖେଳିବା ପୂର୍ବରୁ ଭାରତୀୟ ଦଳ ଏହି ଓ୍ବାର୍ମଅପ୍‌ ମ୍ୟାଚ ଖେଳିବ। ନଭେମ୍ବର ୧୦ରେ ଆଇପିଏଲ ଫାଇନାଲ ପରେ ୧୨ ତାରିଖରୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ପ୍ରଥମେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ଅବଧି ମଧ୍ୟରେ ସିଡ୍‌ନୀରେ ଟ୍ରେନିଂ ଜାରି ରଖିବେ। ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଡିସେମ୍ବର ୧୭ରୁ ଆଡିଲେଡ ଓଭାଲରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ଦିବାରାତ୍ର ବିଶିଷ୍ଟ ରହିବ। ଏହାପରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଡିସେମ୍ବର ୨୬, ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଜାନୁୟାରୀ ୭ ଓ ଗାବାରେ ଜାନୁୟାରୀ ୧୫ରୁ ପରବର୍ତ୍ତୀ ୩ଟି ଟେଷ୍ଟ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପ୍ରସ୍ତାବ ଅନୁସାରେ ବକ୍ସିଂ ଡେ’ ଟେଷ୍ଟ ଏବଂ ନୂଆବର୍ଷ ଟେଷ୍ଟ ମଧ୍ୟରେ ଏକ ସପ୍ତାହ ବ୍ୟବଧାନ ରହିବ।
ଭାରତୀୟ ଦଳ ସିଡ୍‌ନୀରେ ନଭେମ୍ବର ୧୨ରେ ପହଞ୍ଚତ୍ବ। ସେଠାରେ କ୍ୱାରାଣ୍ଟାଇନ୍‌ରେ ରହିବାପରେ ନଭେମ୍ବର ୨୭ରୁ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳିବ। ଟେଷ୍ଟ ସିରିଜ ପୂର୍ବରୁ ଟୁର୍‌ ମ୍ୟାଚର କାର୍ଯ୍ୟସୂଚୀ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି। ଭାରତ ‘ଏ’ ନ୍ୟୁ ସାଉଥ୍‌ ଓ୍ବେଲ୍ସଠାରେ ଡିସେମ୍ବର ୬ରୁ ୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ‘ଏ’କୁ ଭେଟିବ। ଏହାପରେ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ‘ଏ’ର ଏକ ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ ଡିସେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ରେ ଅନୁଷ୍ଠିତ ହେବ। ଏହାପରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ ଡିସେମ୍ବର ୪, ୬ ଓ ୮ରେ ଖେଳାଯିବ।
କାର୍ଯ୍ୟସୂଚୀ
ଦିନିକିଆ ସିରିଜ
ପ୍ରଥମ ଦିନିକିଆ: ନଭେମ୍ବର ୨୭, ସିଡ୍‌ନୀ (ଦିବାରାତ୍ର)
ଦ୍ୱିତୀୟ ଦିନିକିଆ: ନଭେମ୍ବର ୨୯, ସିଡ୍‌ନୀ (ଦିବାରାତ୍ର)
ତୃତୀୟ ଦିନିକିଆ: ଡିସେମ୍ବର ୨, କାନ୍‌ବେରା (ଦିବାରାତ୍ର)
ଟି୨୦ ସିରିଜ
ପ୍ରଥମ ଟି୨୦: ଡିସେମ୍ବର ୪, କାନ୍‌ବେରା (ଦିବାରାତ୍ର)
ଦ୍ୱିତୀୟ ଟି୨୦: ଡିସେମ୍ବର ୬, ସିଡ୍‌ନୀ (ଦିବାରାତ୍ର)
ତୃତୀୟ ଟି୨୦: ଡିସେମ୍ବର ୮, ସିଡ୍‌ନୀ (ଦିବାରାତ୍ର)
ଟେଷ୍ଟ ସିରିଜ
ପ୍ରଥମ ଟେଷ୍ଟ: ଡିସେମ୍ବର ୧୭ରୁ ୨୧, ଆଡିଲେଡ୍‌ (ଦିବାରାତ୍ର)
ଦ୍ୱିତୀୟ ଟେଷ୍ଟ: ଡିସେମ୍ବର ୨୬ରୁ ୩୦, ମେଲବୋର୍ନ
ତୃତୀୟ ଟେଷ୍ଟ: ଜାନୁୟାରୀ ୭ରୁ ୧୧, ସିଡ୍‌ନୀ
ଚତୁର୍ଥ ଟେଷ୍ଟ: ଜାନୁୟାରୀ ୧୫ରୁ ୧୯, ବ୍ରିସ୍‌ବେନ୍‌


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri