କୋଲକାତାର ବୃହତ୍‌ ବିଜୟ: ବରୁଣ ଚକ୍ରବର୍ତ୍ତୀଙ୍କୁ ୫ ଉଇକେଟ

ଆବୁଧାବି,୨୫।୧୦(ପି.ଟି.): ନୀତୀଶ ରାଣା ଓ ସୁନୀଲ ନାରିନଙ୍କ ଦମ୍‌ଦାର ବ୍ୟାଟିଂ ଓ ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ଇନ୍‌ଫର୍ମ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବୃହତ୍‌ ବିଜୟ ହାସଲ କରିଛି। ଶନିବାର ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୨ତମ ମ୍ୟାଚ୍‌ରେ କୋଲକାତା ୫୯ ରନରେ ଦିଲ୍ଲୀକୁ ହରାଇଛି। ଏଥିସହ କୋଲକାତା ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୬ ବିଜୟ, ୫ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନ ବଜାୟ ରଖିଛି। ଅନ୍ୟପଟେ ଦିଲ୍ଲୀ ପରାସ୍ତ ହୋଇଥିଲେ ମଧ୍ୟ ୧୧ ମ୍ୟାଚ୍‌ ଖେଳି ୭ ବିଜୟ, ୪ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛି। ଟସ୍‌ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା କୋଲକାତା ୬ ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ୯ ଉଇକେଟ ହରାଇ ୧୩୫ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ମାତ୍ର ୨୦ ରନ ବ୍ୟୟ କରି ମୂଲ୍ୟବାନ ୫ ଉଇକେଟ ହାସଲ କରିଥିବା କୋଲକାତା ବୋଲର ବରୁଣ ଚକ୍ରବର୍ତ୍ତୀ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୯୫ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ମାତ୍ର ୧୩ ରନରେ ଦୁଇ ଅଭିଜ୍ଞ ଓପନରଙ୍କୁ ହରାଇଥିଲା। ଇନ୍‌ଫର୍ମ ଶିଖର ଧାଓ୍ବନ ୬ ଓ ଅଜିଙ୍କ୍ୟ ରାହାନେ ୬ ରନ ରନ କରି ପ୍ୟାଟ୍‌ କୁମିନ୍ସଙ୍କ ଦ୍ୱାରା ଆଉଟ ହୋଇଥିଲେ। ତୃତୀୟ ଉଇକେଟରେ ଅଧିନାୟକ ଶ୍ରେୟାସ ଆୟାର (୪୭ ରନ, ୩୮ ବଲ, ୫ ଚୌକା) ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ (୨୭ ରନ, ୩୩ ବଲ, ୨ ଚୌକା, ୧ ଛକା) ୫୫ ବଲରୁ ୬୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଦୁହେଁ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ସିମରନ ହେଟ୍‌ମେୟର ୧୦ ରନ କରି ଆଉଟ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୩ ବଲରୁ ୨ ଚୌକା ସହ ୧୪ ରନ କରି ଅପରାଜିତ ରହିଥିଲେ। ବାକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଦିଲ୍ଲୀ ବ୍ୟାଟ୍ସମ୍ୟାନ ଚକ୍ରବର୍ତ୍ତୀଙ୍କ ବଲ୍‌ର ସାମ୍ନା କରିପାରି ନ ଥିଲେ। ବୋଲିଂରେ ଚକ୍ରବର୍ତ୍ତୀ ୫ ଉଇକେଟ ହାସଲ କରିଥିବା ବେଳେ ପ୍ୟାଟ୍‌ କୁମିନ୍ସ ୩ ଓ ଲୋକି ଫର୍ଗୁସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଓପନର ଶୁବମନ ଗିଲ୍‌ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ୯ ରନ କରି ଗିଲ୍‌ ଅନରିଚ୍‌ ନୋର୍ଜଙ୍କ ଦ୍ୱରା ଆଉଟ ହୋଇଥିଲେ। ଏହାପରେ ରାହୁଲ ତ୍ରିପାଠୀ ୧୩, ଦୀନେଶ କାର୍ତ୍ତିକ ୩ ରନ କରି ଯଥାକ୍ରମେ ନୋର୍ଜ ଓ କାଗିସୋ ରାବାଡ଼ାଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଇଅନ ମୋର୍ଗାନ ୧୭ ରନ କରି ମାର୍କୁସ ଷ୍ଟୋଇନିସ୍‌ଙ୍କ ଶିକାର ହୋଇଥିଲେ। ତେବେ ଓପନିଂ କରିବାକୁ ଆସିଥିବା ନୀତୀଶ ରାଣା ନିଜର ଦମ୍‌ ଦେଖାଇଥିଲେ। ସେ ୫୩ ବଲରୁ ୧୩ ଚୌକା ଓ ୧ ଛକା ସହ ୮୧ ରନର ଦ୍ରୁତ ପାଳି ଖେଳିଥିଲେ। ତାଙ୍କୁ ସହଯୋଗ କରିଥିଲେ ନାରିନ। ନାରିନ ମାତ୍ର ୩୨ ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୪ ଛକା ସହ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଚତୁର୍ଥ ଉଇକେଟରେ ରାଣା ଓ ନାରିନ୍‌ ୫୬ ବଲରୁ ୧୧୫ ରନକରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ବୋଲିଂରେ ଦିଲ୍ଲୀ ପକ୍ଷରୁ ନୋର୍ଜ, ରାବାଡ଼ା ଓ ଷ୍ଟୋଇନିସ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୧୯୪/୬
(ରାଣା- ୮୧, ନାରିନ- ୬୪, ନୋର୍ଜ- ୨/୨୭, ରାବାଡ଼ା- ୨/୩୩, ଷ୍ଟୋଇନିସ- ୨/୪୧)।
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୩୫/୯
(ଆୟାର- ୪୭, ପନ୍ତ- ୨୭, ଚକ୍ରବର୍ତ୍ତୀ- ୫/୨୦, କୁମିନ୍ସ- ୩/୧୭, ଫର୍ଗୁସନ- ୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri