ଡବଲ ସୁପର ଓଭରରେ ପଞ୍ଜାବ ବିଜୟୀ

ଦୁବାଇ,୧୯।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରବିବାର ଅନୁଷ୍ଠିତ ଏକ ରୋମାଞ୍ଚକ ଡବଲ ସୁପର ଓଭର ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ରୋମାଞ୍ଚକଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମ ସୁପର ଓଭରରେ ଯଶପ୍ରୀତ ବୁମ୍‌ରାଙ୍କ ଓଭରରୁ ପଞ୍ଜାବ ୨ ଉଇକେଟ ହରାଇ ମାତ୍ର ୫ ରନ କରିଥିଲା। ଜବାବରେ ମୁମ୍ବାଇ ମହମ୍ମଦ ସାମିଙ୍କ ଓଭରରୁ ସମାନ ୫ ରନ କରିବାରୁ ଆଉଏକ ସୁପର ଓଭରକୁ ମ୍ୟାଚ ଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମିଙ୍କ ଓଭରରୁ ୧୧ ରନ କରିଥିଲା। ଜବାବରେ ପଞ୍ଜାବ ଟ୍ରେଣ୍ଟ ବୋଲ୍ଟଙ୍କ ଓଭରର ୪ ବଲ୍‌ରୁ ୧୫ ରନ ସଂଗ୍ରହ କରି ନେଇଥିଲା।
ନିର୍ଦ୍ଧାରିତ ଓଭରରେ ଉଭୟ ମୁମ୍ବାଇ ଓ ପଞ୍ଜାବ ୧୭୬ ରନ ଲେଖାଏ କରିବାରୁ ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆ ଯାଇଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ୩୮ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଅଧିନାୟକ ରୋହିତ ଶର୍ମା ୯, ଇନ୍‌ଫର୍ମ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିବା ପୁର୍ବରୁ ଏବଂ ଇଶାନ କିଶନ ୭ ରନ କରି ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ଡିକକ ଓ କ୍ରୁନାଲ ପାଣ୍ଡ୍ୟା ୫୮ ରନ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। କ୍ରୁନାଲ ୩୦ ବଲରୁ ୪ ଚୌକା ଓ ୧ ଛକା ସହ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନ କରିପାରି ଥିଲେ। ତେବେ କ୍ୱିଣ୍ଟନ ଡିକକ୍‌ (୫୩, ରନ, ୪୩ ବଲ, ୩ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ହାସଲ ସହ କିରନ ପୋଲାର୍ଡଙ୍କ ୧୨ ବଲ୍‌ରୁ ଦ୍ରୁତ ୩୪(୧ ଚୌକା, ୪ ଛକା) ଓ କୁଲ୍ଟର ନାଇଲ୍‌ଙ୍କ ୧୨ ବଲ୍‌ରୁ ୨୪ (୪ ଚୌକା) ରନ ସ୍କୋର କରିବାରୁ ମୁମ୍ବାଇ ସ୍କୋର ୨୦ ଓଭରରେ ୧୭୬ରେ ପହଞ୍ଚତ୍ ପାରିଥିଲା। ପଞ୍ଜାବ ତରଫରୁ ମହମ୍ମଦ ସାମି ଓ ଅର୍ଶଦୀପ ସିଂ ୨ଟି ଲେଖାଏ ଏବଂ କ୍ରିସ୍‌ ଜୋର୍ଡାନ ଓ ରବି ବିଷ୍ଣୋଇ ଗୋଟିଏ କରି ଉଇକେଟ ହାସଲ କରିଥିଲେ।
ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରିଥିବା ପଞ୍ଜାବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ଖେଳିଥିଲେ ଦର୍ଶନୀୟ ଇନିଂସ। ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦଳକୁ ବିପଦରେ ପକାଇଥିଲେ। ସ୍କୋର ୩୩ ହୋଇଥିବାବେଳେ ଇନ୍‌ଫର୍ମ ଓପନର ମୟଙ୍କ ଅଗ୍ରଓ୍ବାଲ(୧୧ ରନ)ଆଉଟ ହୋଇଥିଲେ। ତୃତୀୟ ସ୍ଥାନରେ ଆସିଥିବା କ୍ରିସ୍‌ ଗେଲ୍‌ ତିନୋଟି ଦର୍ଶନୀୟ ଶଟ୍‌ ଖେଳିଥିଲେ ହେଁ ୨୧ ବଲ୍‌ରୁ ୨୪(୧ ଚୌକା, ୨ ଛକା) ରନ କରି ପାରିଥିଲେ। ମଧ୍ୟଭାଗରେ ନିକୋଲାସ ପୁରନ ଦର୍ଶନୀୟ ଷ୍ଟ୍ରୋକ୍‌ ଖେଳିଥିଲେ ହେଁ ୧୨ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ସହିତ ୨୪ ରନ କରିଥିବାବେଳେ ଯଶପ୍ରୀତ୍‌ ବୁମ୍‌ରାଙ୍କ ଶିକାର ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ବେଲ(୦) ପୁଣି ନିରାଶ କରିଥିଲେ। ୧୬ ବଲ୍‌ରୁ ୨୪ ରନ ଥିବାବେଳେ ଯଶପ୍ରୀତ୍‌ ବୁମ୍‌ରାଙ୍କ ୟର୍କରରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ ରାହୁଲ। ସେ ୫୧ ବଲ୍‌ରୁ ୭ ଚୌକା ଓ ୩ ଛକା ସହ ୭୭ ରନ କରିଥିଲେ। ତାଙ୍କ ବିଦାୟ ଦଳପାଇଁ ଶକ୍ତଧକ୍କା ସଦୃଶ ହୋଇଥିଲା। ଶେଷ ଭାଗରେ ଦୀପକ ହୁଦା ଓ କ୍ରିସ୍‌ ଜୋର୍ଡାନ ଜୋରଦାର ଉଦ୍ୟମ କରିଥିଲେ ହେଁ ମ୍ୟାଚ ଟାଇ ହୋଇ ଯାଇଥିଲା। ଶେଷ ବଲ୍‌ରୁ ୨ ରନ ଆବଶ୍ୟକ ଥିବାବେଳେ ଜୋର୍ଡାନ ୧ ରନ ନେଇ ପାରିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ବୁମ୍‌ରା ୩ଟି ଏବଂ ରାହୁଲ ଚହର ୨ଟି ଉଇକେଟ ନେଇଥିଲେ। ହୁଦା ୧୬ ବଲ୍‌ରୁ ୨୩(୧ ଚୌକା, ୧ ଛକା) ଓ ଜୋର୍ଡାନ ୮ ବଲ୍‌ରୁ ୧୩ ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର:
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୬/୬ (ଡିକକ୍‌- ୫୩, କ୍ରୁନାଲ- ୩୪, ପୋଲାର୍ଡ- ୩୪*, କୁଲ୍ଟର ନାଇଲ- ୨୪*, ସାମି- ୨/୩୦, ଅର୍ଶଦୀପ- ୨/୩୫ , ଜୋର୍ଡାନ- ୧/୩୨, ବିଷ୍ଣୋଇ- ୧/୧୨)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୭୬/୬ (ରାହୁଲ-୭୭, ଗେଲ-୨୪, ପୁରନ-୨୪, ହୁଦା-୨୩*, ବୁମ୍‌ରା-୩/୨୪, ରାହୁଲ ଚହର-୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri