ନାରିନ୍‌ଙ୍କ ବୋଲିଂ ଆକ୍ସନରେ ତ୍ରୁଟି ନାହିଁ

ଆବୁଧାବି, ୧୯ା୧୦ (ପି.ଟି.): କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ଓ୍ବେଷ୍ଟଇଣ୍ଡିଆନ ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନରେ ତ୍ରୁଟି ନାହିଁ ବୋଲି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସସ୍‌ପେକ୍ଟ ବୋଲିଂ ଆକ୍ସନ କମିଟି କହିଛି। ଗତ ଶନିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ତାଙ୍କ ଟିମ୍‌ର ମ୍ୟାଚ ବେଳେ ନାରିନ୍‌ଙ୍କ ବୋଲିଂ ଆକ୍ସନ ନିୟମ ବହିର୍ଭୂତ ଥିଲା ବୋଲି ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ସସ୍‌ପେକ୍ଟ ବୋଲିଂ ଆକ୍ସନ କମିଟି ନିକଟରେ ରିପୋର୍ଟ ହୋଇଥିଲା। ନାରିନ ପୁନର୍ବାର ତ୍ରୁଟି କରିଥିଲେ ତାଙ୍କୁ ଲିଗ୍‌ରେ ବୋଲିଂରୁ ବଞ୍ଚତ୍ତ କରାଯାଇଥାନ୍ତା। କିନ୍ତୁ ଓ୍ବେଷ୍ଟଇଣ୍ଡିଆନ ବୋଲରଙ୍କ ବୋଲିଂ ଆକ୍ସନରେ କୌଣସି ତ୍ରୁଟି ନାହିଁ ବୋଲି ଆଇପିଏଲ୍‌ କମିଟି ହୃଦୟଙ୍ଗମ କରିଥିଲା। ରିପୋର୍ଟ ପରେ ନାରିନ୍‌ଙ୍କ ନାମ ଆଇପିଏଲ୍‌ ଓ୍ବାର୍ନିଂ ଲିଷ୍ଟରେ ସ୍ଥାନ ପାଇଥିଲା। ନାରିନ୍‌ଙ୍କ ଆକ୍ସନର ଏକ ଅଫିସିଆଲ ଆସେସମେଣ୍ଟ କରିବା ଲାଗି ସମ୍ପୃକ୍ତ କମିଟିକୁ କେକେଆର ଅନୁରୋଧ କରିଥିଲା। ପଛ ପଟ ଏବଂ ପାର୍ଶ୍ୱରୁ ସ୍ଲୋ ମୋଶନ ଫୁଟେଜ୍‌ ମଧ୍ୟ ଉପସ୍ଥାପନ କରାଯାଇଥିଲା। କମିଟି ସତର୍କତାର ସହ ଏହି ଫୁଟେଜର ବିଶ୍ଳେଷଣ କରିଥିଲା। ଓ୍ବେଷ୍ଟଇଣ୍ଡିଆନ ବୋଲର ବୋଲିଂ ଆକ୍ସନ ନିୟମ ଭିତରେ ରହିଛି ବୋଲି କମିଟି ସିଦ୍ଧାନ୍ତରେ ପହଞ୍ଚତ୍ଥିଲା। ନାରିନ ଓ କେକେଆର ବର୍ତ୍ତମାନ ଆଶ୍ୱସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri