Posted inଖେଳ

ବୃହତ୍‌ ବିଜୟ ସହ ଆରସିବି ତୃତୀୟ

ଶାରଜା, ୧୩।୧୦: ଏବି ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ, ଅସମାପ୍ତ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଏବଂ ବୋଲରଙ୍କ ଚମତ୍କାର ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ବୃହତ୍‌ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୨୦ ଓଭରରେ ୨ ଉଇକେଟ ହରାଇ ୧୯୪ ରନ କରିଥିବାବେଳେ ନାଇଟ ରାଇଡର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ବିରାଟ କୋହଲିଙ୍କ ଦଳ ୮୨ ରନରେ ବିଜୟୀ ହୋଇଥିଲା। ଚଳିତ ଲିଗ୍‌ରେ ୭ ମ୍ୟାଚରୁ ୫ମ ବିଜୟ ସହ ଆରସିବି ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କୋଲକାତା ସମାନ ମ୍ୟାଚରୁ ୩ୟ ପରାଜୟ ବରଣ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା ଆରସିବି। ଦୁଇ ଓପନର ଦେବଦତ୍ତ ପଡିକାଲ ଓ ଆରୋନ ଫିଞ୍ଚ୍‌ ଦ୍ରୁତ ହାରରେ ରନ ସଂଗ୍ରହ କରି ପାଓ୍ବାର ପ୍ଲେ ୬ ଓଭରରେ କୌଣସି ଉଇକେଟ ନ ହରାଇ ୪୭ ରନ ସଂଗ୍ରହ କରି ନେଇଥିଲେ। ୬.୨ ଓଭରରେ ଦଳ ର ୫୦ ରନ ପୂରଣ ହୋଇଥିଲା। ଓପନିଂ ଯୋଡ଼ିରେ ୪୬ ବଲ୍‌ରୁ ୬୭ ରନ ଯୋଗ ହେବାପରେ ଆନ୍ଦ୍ରେ ରସେଲଙ୍କ ବଲ୍‌ରେ ବଡ଼ ଶଟ୍‌ ମାରିବାକୁ ଯାଇ ପଡିକାଲ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ସେ ୨୩ ବଲ୍‌ରୁ ୩୨(୪ ଚୌକା, ୧ ଛକା) ରନ କରିଥିଲେ। ଅଧିନାୟକ ବିରାଟ କୋହଲି କ୍ରିଜ୍‌ରେ ଯୋଗଦେବାପରେ ରନହାର ଧିମେଇ ଯାଇଥିଲା। ସେ ଅତ୍ୟନ୍ତ ଧିମା ଆରମ୍ଭ କରିଥିବାବେଳେ ୧୩ତମ ଓଭରରେ ଫିଞ୍ଚ୍‌ ଆଉଟ ହୋଇଥିଲେ। ସେ ୩୭ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୪୭ ରନ କରିଥିଲେ। ୧୩.୧ ଓଭରରେ ଆରସିବି ୧୦୦ ରନ ପୂରଣ କରିଥିଲା। ଏବି ଡିଭିଲର୍ସ କ୍ରିଜରେ ଯୋଗଦେବାପରେ ଆରସିବି ରନହାର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। କୋହଲି ଧିମା ଖେଳିଥିଲେ ହେଁ ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଆରସିବି ୨୦ ଓଭରରେ ୨ ଉଇକେଟ ହରାଇ ୧୯୪ ରନ କରିବାକୁ ସକ୍ଷମ ହୋଇଥିଲା। ଡିଭିଲର୍ସ ୩୩ଟି ବଲ୍‌ ଖେଳି ୫ ଚୌକା ଓ ୬ ଛକା ସହାୟତାରେ ୭୩ ରନରେ ଅପରାଜିତ ରହିଥିଲେ। ସେହି ତୁଳନାରେ କୋହଲି ୨୮ଟି ବଲ୍‌ ଖେଳିଥିଲେ ହେଁ ମାତ୍ର ଗୋଟିଏ ଚୌକା ମାରି ୩୩ ରନ କରି ପାରିଥିଲେ। ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ୧୦୦ ରନ ସଂଗ୍ରହ ହୋଇ ପାରିଥିଲା। ସେଥିମଧ୍ୟରେ ଡିଭିଲର୍ସଙ୍କ ୭୩ ରନର ଯୋଗଦାନ ରହିଥିଲା। କୋଲକାତା ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବୃହତ୍‌ ସ୍କୋରର ପିଛା କରିଥିବା କୋଲକାତା ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଓପନିଂ ସ୍ଲଟରେ ରାହୁଲ ତ୍ରିପାଠୀ ଭଲ ଖେଳୁଥିଲେ ହେଁ ଏହି ମ୍ୟାଚରେ ନବାଗତ ଟମ୍‌ ବାଣ୍ଟନଙ୍କୁ ଓପନିଂ କରିବାକୁ ଦିଆଯାଇ ତ୍ରିପାଠୀଙ୍କୁ ୭ ନମ୍ବର ସ୍ଥାନରେ ପଠା ଯାଇଥିଲା। ଯୁବ ଓପନର ଶୁବମନ ଗିଲ୍‌ କିଛି ସମୟ ଆରସିବି ବୋଲରଙ୍କୁ ସଫଳ ମୁକାବିଲା କରିଥିଲେ ହେଁ ଅନ୍ୟପଟରେ କ୍ରମାଗତ ବ୍ୟବଧାନରେ ଉଇକେଟ ପତନ କୋଲକାତାକୁ ବିପଦରେ ପକାଇଥିଲା। ବାଣ୍ଟନ ୮, ନୀତୀଶ ରାଣା ୯, ଅଭିଜ୍ଞ ଇଅନ ମୋର୍ଗାନ ୮ ଓ ଦୀନେଶ କାର୍ତ୍ତିକ ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଭଲ ଖେଳୁଥିବା ଶୁବମନ ୨୫ ବଲ୍‌ରୁ ୩୪ (୩ ଚୌକା, ୧ ଛକା) ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ଓଭରପିଛା ଆବଶ୍ୟକ ରନହାର ୧୬ରୁ ଅଧିକ ହେବାରୁ ଆନ୍ଦ୍ରେ ରସେଲ ଓ ତ୍ରିପାଠୀଙ୍କ ଉପରେ ଚାପ ବଢ଼ିଥିଲା। ରସେଲ ୧୦ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୧୬ ରନରେ ଆଉଟ ହେବାସହ କୋଲକାତା ବିଜୟ ଆଶା ଶେଷ ହୋଇଯାଇଥିଲା। ତ୍ରିପାଠୀ ୨୨ ବଲ୍‌ରୁ ୧୬ ରନ କରି ପାରିଥିଲେ। ଆରସିବିର ସମସ୍ତ ବୋଲର ଉଇକେଟ ବାଣ୍ଟି ନେଇଥିଲେ। ଓ୍ବାଶିଂଟନ ସୁନ୍ଦର ଚମତ୍କାର ବୋଲିଂ କରି ୪ ଓଭର ସ୍ପେଲରେ ମାତ୍ର ୨୦ ରନଦେଇ ୨ଟି ଉଇକେଟ ନେଇଥିଲେ। କ୍ରିସ୍‌ ମୋରିସ ମଧ୍ୟ ୪ ଓଭରରେ ୧୭ ରନଦେଇ ୨ଟି ଉଇକେଟ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବଦୀପ ସଇନୀ, ୟୁଜବେନ୍ଦ୍ର ଚହଲ, ଇସୁରୁ ଉଡାନା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୯୪/୨ (ଡିଭିଲର୍ସ-୭୩*, ଫିଞ୍ଚ୍‌-୪୭, ପଡିକାଲ-୩୨, କୋହଲି -୩୩*, ରସେଲ-୧/୫୧, ପ୍ରସିଦ୍ଧ-୧/୪୨)। କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୨ (ଶୁବମନ-୩୪, ମୋରିସ-୨/୧୭, ଓ୍ବାଶିଂଟନ-୨/୨୦, ସଇନୀ-୧/୧୭, ଚହଲ-୧/୧୨, ଉଡାନା-୧/୧୯, ସିରାଜ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri