ସ୍ଥିତି ହରାଇଲାଣି କୁଣ୍ଡିନଈ

ତିହିଡି, ୨୨।୬ (ଡି.ଏନ.ଏ.) – ଭଦ୍ରକ ଜିଲାରେ ପ୍ରବାହିତ ସାଳନ୍ଦୀର ଶାଖାନଦୀ କୁଣ୍ଡିନଈ ସ୍ଥିତି ହରାଇଲାଣି। ତିହିଡ଼ି ଓ ଭଦ୍ରକ ବ୍ଲକର ୮ଟି ପଞ୍ଚାୟତ ଦିନେ ଏହି ନଈ ପାଇଁ ଶସ୍ୟଶ୍ୟାମଳା ହେଉଥିଲା। ଚାଷୀମାନଙ୍କ ଆର୍ଥତ୍କ ଅବସ୍ଥାର ପରିବର୍ତ୍ତନ ପାଇଁ ମୁଖ୍ୟ ଭୂମିକା ନେଉଥିଲା ଏହି ନଦୀ। ମାତ୍ର ଏବେ ଏହି ନଈ ବର୍ଷରେ ୮ ମାସ ଶୁଖିଲା ପଡୁଛି। ଦୀର୍ଘବର୍ଷ ଧରି ନଈ ସଂସ୍କାର ହୋଇ ନ ଥିବାରୁ ଏପରି ପରିସ୍ଥିତି ଉପୁଜିଛି ବୋଲି ଅଭିଯୋଗ ହେଉଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ନଦୀ ସଂସ୍କାର ଦାବିରେ ବାରମ୍ବାର ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯାଇଛି। ହେଲେ କୌଣସି ସୁଫଳ ମିଳୁ ନାହିଁ। ଏହି ନଦୀ ସଂସ୍କାର ପାଇଁ କୌଣସି ବ୍ୟୟ ଅଟକଳ ନ ଥିବା ସାଳନ୍ଦୀ ଜଳସେଚନ ବିଭାଗ ସୂତ୍ରରୁ ଜଣାଯାଇଛି।
କୁଣ୍ଡିନଈ ସାଳନ୍ଦୀରୁ ବାହାରି ଭଦ୍ରକ ବ୍ଲକର ବେନ୍ତାଳ ଓ କେଦାରପୁର ଏବଂ ତିହିଡି ବ୍ଲକର ଦୋଳସାହି, ନୂଆନନ୍ଦ, ପାଳିଆବିନ୍ଧା, ଅଚକ, ମହରମପୁର ଓ ସୟା ପଞ୍ଚାୟତରେ ପ୍ରବାହିତ ହୋଇଛି। ପରେ ଏହା ଧଳା ନଈରେ ପରିଣତ ହୋଇ ମନ୍ତେଇ ନଦୀରେ ମିଶିଛି। ପୂର୍ବରୁ ଏହି ନଦୀର ପାଣିକୁ ବିନିଯୋଗ କରି ଚାଷୀମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଥିଲେ। ଏଥିସହ ଧାନ ଚାଷ ପାଇଁ ମଧ୍ୟ ନଈ ପାଣି ବ୍ୟବହାର କରାଯାଉଥିଲା। ବନ୍ୟା ସମୟରେ ଚାଷଜମିର ଅଧିକ ପାଣି ନଈ ମାଧ୍ୟମରେ ସମୁଦ୍ରକୁ ନିଷ୍କାସିତ ହୋଇଯାଉଥିଲା। ମୁଖ୍ୟତଃ ୨ଟି ବ୍ଲକର ଚାଷୀଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା କୁଣ୍ଡିନଈ। ଏବେ ନଈ ପ୍ରାୟତଃ ବିଲୁପ୍ତ ହେବାକୁ ବସିଛି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ନଈ ମଧ୍ୟ ସଙ୍କୁଚିତ ହୋଇଯାଇଛି। ଏଭଳି ସ୍ଥିତିରେ ସଂସ୍କାର ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ସଂସ୍କାର ନ ହେଲେ ଆଗାମୀ ଦିନରେ ସାଳନ୍ଦୀ ଜଳସେଚନ ବିଭାଗର ନକ୍‌ସାରୁ କୁଣ୍ଡିନଈ ହଜିଯିବ ବୋଲି କହିଛନ୍ତି ପାଳିଆବିନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ବସନ୍ତ ନାୟକ। କ୍ଷେତ ମଜ୍‌ଦୁର ୟୁନିୟନର ଜିଲା ସମ୍ପାଦକ ଦାମୋଦର ସେନାପତି ଏହି ନଦୀ ସଂସ୍କାର ଦାବିରେ ଅନେକଥର ଆନ୍ଦୋଳନ କରାଯାଇଛି ଏବଂ ସଂସ୍କାର ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି। ଏ ସମ୍ପର୍କରେ ସାଳନ୍ଦୀ ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ଦୁର୍ଗାପ୍ରସାଦ ତ୍ରିପାଠୀଙ୍କୁ ପଚାରିବାରୁ କହିଛନ୍ତି, କୁଣ୍ଡିନଈର ସଂସ୍କାର ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲା। ମାତ୍ର ଏହାକୁ ମଞ୍ଜୁରୀ ମିଳିନାହିଁ। ପ୍ରସ୍ତାବ ମଞ୍ଜୁର ହୋଇ ଅନୁଦାନ ମିଳିଲେ ସଂସ୍କାର ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri