Posted inଖେଳ

୪୨ ବର୍ଷରେ ପଦାର୍ପଣ କଲେ ଜାହିର ଖାନ୍‌; ଜନ୍ମଦିନରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ, ୭।୧୦: ଭାରତୀୟ କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଜାହିର ଖାନ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଶିରିଡିଠାରୁ ୪୦ କିମି ଦୂର ଶ୍ରୀରାମପୁରରେ ୭ ଅକ୍ଟୋବର ୧୯୭୮ରେ ଜାହିର ଏକ ମରାଠୀ ମୁସଲିମ ମଧ୍ୟବିତ୍ତ ପରିବାରେ ଜନ୍ମଗ୍ରହଣ କରିଥିଲେ। ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃତ୍ୱ ନେଇଥିବା ଜାହିରଙ୍କ ବାପା ଜଣେ ଫଟୋଗ୍ରାଫର ଥିବାବେଳେ ମା’ ଜଣେ ଶିକ୍ଷୟତ୍ରୀ ଥିଲେ। ସ୍କୁଲ ଶିକ୍ଷା ସମାପ୍ତ ପରେ ଜାହିର ମେକାନିକାଲ ଇଞ୍ଜିନିୟର ଡିଗ୍ରୀରେ ଆଡ୍‌ମିଶନ କରିଥିଲେ। କିନ୍ତୁ ତାଙ୍କ କୋଚ୍‌ ସୁଧୀର ନାୟକ କ୍ରିକେଟ୍‌ ଉପରେ ଫୋକସ୍‌ କରିବାକୁ ଜାହିରଙ୍କୁ ପରାମର୍ଶ ଦେଇଥିଲେ। ଜାହିରଙ୍କ କ୍ରିକେଟ୍‌ ଦକ୍ଷତା ଦେଖି ତାଙ୍କ ବାପା ୧୭ ବର୍ଷ ବୟସରେ ମୁମ୍ବାଇ ନେଇଯାଇଥିଲେ।

ସେଠାରେ ସେ ପ୍ରଥମ ୨ ବର୍ଷ ନ୍ୟାଶନାଲ କ୍ରିକେଟ୍‌ କ୍ଲବ ପକ୍ଷରୁ ଖେଳିଥିଲେ। ଶିବାଜୀ ପାର୍କ ଜିମଖାନ୍ନା ଦଳ ବିପକ୍ଷରେ ୭ ଉଇକେଟ୍‌ ହାସଲ କରିବା ପରେ ସେ ମୁମ୍ବାଇ କ୍ରିକେଟ୍‌ରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଏହାପରେ ଜାହିର ୧୯୯୮-୯୯ ସିଜନରେ ମୁମ୍ବାଇ ୧୯ ବର୍ଷରୁ କମ୍‌ ଦଳ ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ। ଏହି ସମୟ ମଧ୍ୟରେ ସେ ଚେନ୍ନାଇସ୍ଥିତ ଏମ୍‌ଆର୍‌ଏଫ୍‌ ପେସ୍‌ ଫାଉଣ୍ଡେସନରେ ମଧ୍ୟ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲେ। ଯେଉଁଠାରେ ପ୍ରଶିକ୍ଷକ ଥିବା ଅଷ୍ଟ୍ରେଲିଆର ଡେନିସ୍‌ ଲିଲି ଜାହିରଙ୍କ ପ୍ରତିଭା ଚିହ୍ନି ପାରିଥିଲେ।
୧୯୯୯-୨୦୦୦ ସିଜନରେ ଜାହିର ବରୋଦା ପକ୍ଷରୁ ରଣ୍‌ଜୀ ଖେଳିବାର ସୁଯୋଗ ପାଇଥିଲେ। ପଦାର୍ପଣ ସିଜନରେ ଜାହିର ଦେଶର ୩ୟ ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହି ସିଜନରେ ସେ ୮ ମ୍ୟାଚ୍‌ ଖେଳି ୩୫ ଉଇକେଟ୍‌ ନେଇଥିଲେ। ଏହାପର ସିଜନରେ ଜାହିର ବରୋଦାକୁ ରଣ୍‌ଜୀ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରଣ୍‌ଜୀ ଫାଇନାଲରେ ବରୋଦାର ମୁକାବିଲା ରେଲ୍‌ଓ୍ବେ ସହ ହୋଇଥିଲା। ମ୍ୟାଚ୍‌ରେ ଜାହିର ୮ ଉଇକେଟ୍‌ ନେଇ ବରୋଦାକୁ ୨୧ ରନରେ ବିଜୟୀ କରାଇବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଏହାପରେ ୧୦ ଅକ୍ଟୋବର ୨୦୦୦ରେ କେନିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ ସହ ଜାହିର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିଥିବା ଏହି ବାମହାତୀ ଦ୍ରୁତ ବୋଲର କ୍ୟାରିୟରରେ ମୋଟ୍‌ ୬୧୦ ଉଇକେଟ୍‌ (ଟେଷ୍ଟ-୩୧୧, ଦିନିକିଆ-୨୮୨, ଟି୨୦-୧୭) ନେଇଛନ୍ତି। ସେ ତାଙ୍କ କ୍ୟାରିୟରରେ ଦକ୍ଷିଣ ଆଫ୍ରିକାର ଗ୍ରାଏମ୍‌ ସ୍ମିଥ୍‌ (୧୪ଥର)ଙ୍କୁ ସର୍ବାଧିକ ଥର ଆଉଟ୍‌ କରିଛନ୍ତି। ସାଥୀ ଖେଳାଳିଙ୍କ ନିକଟରେ ଜ୍ୟାକ୍‌ ଭାବେ ପରିଚିତ ଏହି ଦ୍ରୁତ ବୋଲରଙ୍କ ଏକ ରେଷ୍ଟୁରାଣ୍ଟ ପୁନେରେ ରହିଛି। ଯାହାର ନାମ ‘ଜେଡ୍‌କେଏସ୍‌’ ରଖିଛନ୍ତି। ଏହାକୁ ତାଙ୍କ ସାନ ଭାଇ ଅନିସ୍‌ ବୁଝାସୁଝା କରୁଛନ୍ତି। ୨୩ ନଭେମ୍ବର ୨୦୧୭ରେ ଜାହିର ଅଭିନେତ୍ରୀ ସାଗରିକା ଘାଟଗେଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri