Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା ମନକୁ ସାମୟିକ ଆନନ୍ଦ ପ୍ରଦାନ କରୁଥିବା ସମୟରେ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଜନିତ ବିଷୟକୁ ନେଇ ଚିନ୍ତା ବଢ଼ାଇବ। ଅଶ୍ୱିନୀ ନକ୍ଷତ୍ରର ମନରେ ଅସ୍ଥିରତା ଲାଗି ରହିବା କାରଣରୁ ଅନ୍ୟମାନଙ୍କ କଥା ଆପଣଙ୍କୁ ଭଲ ଲାଗିବ ନାହିଁ। ପାପଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ପରିବାରରେ ଉତ୍ଥାନ ପତନ ଲାଗିରହିବ।
ବୃଷ
ବୃଷ

ଆଜି ଦ୍ୱିଜା ନକ୍ଷତ୍ର କ୍ରୀଡ଼ା, କଳା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତା କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଜନିତ ପୀଡ଼ାରେ କଷ୍ଟ ପାଇବାର ସୂଚନା ରହିଛି। ଆର୍ଥିକ ସ୍ଥିତି ପୂର୍ବପରି ରହିବ କିନ୍ତୁ ବନ୍ଧୁଙ୍କ ସହ ମତାନ୍ତର ଘଟିପାରେ।

ମିଥୁନ
ମିଥୁନ
ବୁଧ ଓ ଶୁକ୍ରଙ୍କ ପ୍ରଭାବରୁ ବନ୍ଧୁମିଳନ ସହ ପାରିବାରିକ ଜୀବନ ମଧ୍ୟ ସୁଖରେ କଟିବ। ମୃଗଶିରା ନକ୍ଷତ୍ର ଅଫିସରେ କିଛି କଡ଼ା ଭାଷା ପ୍ରୟୋଗ କରି ଶତ୍ରୁତା ଅର୍ଜନ କରିବେ। ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍ ବଦଳାଇ ଅସହଯୋଗ କରିପାରନ୍ତି।
କର୍କଟ
କର୍କଟ
ରାହୁ ଯୁକ୍ତ ଚନ୍ଦ୍ର ହେତୁ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଲାଗି ରହିଲେ ମଧ୍ୟ ଆପଣ କଦାପି ପଛକୁ ଫେରିବେ ନାହିଁ। ଶିଳ୍ପ,ସାମ୍ବାଦିକତା, ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ। ପୁନର୍ବସୁ ନକ୍ଷତ୍ରର ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।
ସି˚ହ
ସି˚ହ
ନୀଚାରୋହୀ ରବିଙ୍କ ଯୋଗୁ ଶାରୀରିକ ଦୁର୍ବଳତା ଅନୁଭବ କଲେ ମଧ୍ୟ ଦୃଢ଼ ମନୋବଳ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବ। ପୂର୍ବାଫାଲ୍ଗୁନୀ ନକ୍ଷତ୍ର ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାରଣ ନ ଥାଇ ମଧ୍ୟ ସମାଲୋଚିତ ହେବାକୁ ପଡ଼ିବ।
କନ୍ୟା
ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାରେ ପଡ଼ୋଶୀ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ।
ତୁଳା
ତୁଳା
ଆଜି ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଆପଣ କାହାର ମିଠା କଥାରେ ଭାସିବୁଲିଲେ ଅସୁବିଧାରେ ପଡ଼ିବେ। ଖଳ ଲୋକମାନଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
କର୍ମସ୍ଥାନରେ ଶୁକ୍ର ଥିବାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ। ଲେଖାପଢ଼ାରୁ, କଳା,ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସାଧାରଣ କଥାରେ ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁମାନେ ସାହାଯ୍ୟ କରିବେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗିରହିବ।
ମକର
ମକର

କର୍ମକ୍ଷେତ୍ରରେ କେତେକ ଅବହେଳିତ କାମ ସକାଶେ ଚିନ୍ତା କରିପାରନ୍ତି। ଯେତେ ପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇପାରିବ ନାହିଁ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କିଛି ସମସ୍ୟା ଓ ପରିବାରରେ ହଠାତ୍ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହୋଇପାରେ। ଜମିଜମା,କଳକାରଖାନା,ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବାର ସୂଚନା ରହିଛି।
ମୀନମୀନ

ବନ୍ଧୁମାନଙ୍କ ଗହଣରେ ସାଧାରଣ କଥାରେ ଆପଣ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ପରିବାରରେ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ଗୃହ କାମରେ ବ୍ୟସ୍ତ ରହି ବନ୍ଧୁଙ୍କ କଥାକୁ ପାସୋରି ଦେଇ ପାରନ୍ତି। ଆଜିର ଯାତ୍ରା,ଆନୁଷ୍ଠାନିକ କାମ,ବ୍ୟବସାୟ ମନ୍ଦ ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri