ଅଣ୍ଟା ସଳଖାଉଛି ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସମସ୍ୟାରେ ରହିଥିବା ମାନୁଫାକ୍‌ଚର ଏବଂ ଟ୍ରେଡର ପାର୍ବଣ ସମୟରେ ବିକ୍ରିରେ ଉନ୍ନତିକୁ ଅପେକ୍ଷା କରି ରହିଛନ୍ତି। ମାତ୍ର ବଜାରର ଚାହିଦା ଏବଂ ଲୋକଙ୍କ ଖର୍ଚ୍ଚ କରିବା ତରିକା ଉପରେ ସବୁ କିଛି ନିର୍ଭର କରୁଛି। କରୋନା ପାଇଁ ଅନେକ ଲୋକ ଚାକିରି ହରାଇଥିବା ବେଳେ ଦରମା କାଟ ଭଳି ଘଟଣା ସାମ୍ନାକୁ ଆସିଛି। ଲୋକମାନେ ବର୍ତ୍ତମାନ ଦେଖି ଚାହିଁ ଖର୍ଚ୍ଚ କରୁଛନ୍ତି। ଅତି ଜରୁରୀ ନ ହେଲେ ଖର୍ଚ୍ଚ କରିବାକୁ କେହି ଆଗଭର ହେଉନାହାନ୍ତି। ଲୋକ ଖର୍ଚ୍ଚ ନ କଲେ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା କଷ୍ଟକର ହେବ ବୋଲି ବିଶେଷଜ୍ଞ କୁହନ୍ତି। ୨୦୧୬-୧୭ରେ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୨% ହାରରେ ଅଭିବୃଦ୍ଧି କରି ଆସୁଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷରେ ଭାରତ ବିଶ୍ୱର ସବୁଠାରୁ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଠାରୁ -୨୩.୯%କୁ ଜିଡିପି ହ୍ରାସ ଦେଖାଯାଇଛି।
ଦଶହରା, ଦୀପାବଳି, ଦୁର୍ଗାପୂଜା, ବଡ଼ଦିନ ଏବଂ ନୂଆବର୍ଷ ସମୟରେ ଲୋକଙ୍କର ମନୋଭାବ ସାଧାରଣତଃ ଭିନ୍ନ ରହିଥାଏ। ଏହି ସମୟରେ ସୁନା, ବାସଗୃହ, ଫ୍ୟାଶନ ସାମଗ୍ରୀ, ଇଲେକଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ ବିକ୍ରି ଉନ୍ନତ ହୋଇଥାଏ। ବର୍ତ୍ତମାନ କରୋନା ଟିକା ଆସିନାହିଁ। ମଲ୍‌ ଏବଂ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ସାମାଜିକ ଦୂରତ୍ୱ ନିୟମ ରହିଛି। ଲୋକଙ୍କ ମନରେ ଭୟ ରହିଥିବାରୁ ଏହା କ୍ରୟ ବ୍ୟବହାର ଉପରେ ପ୍ରଭାବ ପକାଇଛି ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ମହାସଚିବ ପ୍ରଭୀନ ଖଣ୍ଡେଲଓ୍ବାଲ ମତ ପ୍ରକାଶ କରିଛନ୍ତି। ଅଗଷ୍ଟରେ ସରକାର ଭିତ୍ତିଭୂମି ବିକାଶ ଲାଗି ୧.୪୬ ଲକ୍ଷ କୋଟି ଡଲାରର ଭିତ୍ତିଭୂମି ପ୍ରକଳ୍ପକୁ ଉତ୍ସାହିତ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିଭଳି ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ପ୍ରାୟ ୨ ବିଲିୟନ ଡଲାରର ପାଣ୍ଠି ପ୍ରଦାନ କରାଯାଇଛି। ମାର୍ଚ୍ଚ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ସରକାର ପ୍ରଦାନ କରିଛନ୍ତି।
ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ନିକଟରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଥିଲେ। ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ଲାଗି ସରକାରଙ୍କ ପଦକ୍ଷେପ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ ଦେଶର କୃଷି କ୍ଷେତ୍ର କେବଳ ଅଭିବୃଦ୍ଧି ସ୍ଥିତିରେ ରହିଛି। ଚଳିତ ଆର୍ଥତ୍କ ବର୍ଷରେ କୃଷି ଉତ୍ପାଦନ ଉନ୍ନତ ହେବା ନେଇ ଆକଳନ କରାଯାଇଛି। କୋଇଲା, ଇନ୍ଧନ, ଗ୍ୟାସ୍‌, ଷ୍ଟିଲ୍‌ ଏବଂ ସିମେଣ୍ଟ ଭଳି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଉଥିବା ସରକାରଙ୍କ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା କେ.ଭି. ସୁବ୍ରମଣ୍ୟନ କହିଛନ୍ତି। ଚାଇନା ପ୍ରଡକ୍ଟ ବୟକଟ କରିବା ନେଇ ସାରା ଦେଶରେ କ୍ୟାମ୍ପେନ ଚାଲିଛି। ଏହାଦ୍ୱାରା ଘରୋଇ ଫାର୍ମଗୁଡିକୁ ଲାଭ ମିଳିବ ବୋଲି ଖଣ୍ଡେଲଓ୍ବାଲ କହିଛନ୍ତି। ସାରା ଦେଶରେ ୭ କୋଟି ବ୍ୟବସାୟୀ ପ୍ରାୟ ୪୦ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ପାର୍ବଣରେ ଉନ୍ନତ ବିକ୍ରି ନେଇ ଟ୍ରେଡର ଆଶାବାଦୀ ବସିଛନ୍ତି।
ରପ୍ତାନି ସହ ଅନ୍ୟ କ୍ଷେତ୍ର ଟ୍ରାକ୍‌କୁ ଫେରୁଛି
ସେପ୍ଟେମ୍ବର ମାସ ରପ୍ତାନିରେ ୫.୨୫% ବୃଦ୍ଧି ଘଟିଛି। ଏହି ସମୟରେ ବାଣିଜ୍ୟ ନିଅଣ୍ଟ ୨.୯୧ ବିଲିୟନ ଡଲାରକୁ ଖସିଥିବା ଜଣାପଡିଛି। ସେହିଭଳି ମାନୁଫାକଚରିଂ କାର୍ଯ୍ୟକଳାପରେ ମଧ୍ୟ ଉନ୍ନତି ଆସୁଥିବା ପରଚେଜିଂ ମ୍ୟାନେଜର୍ସ ସୂଚୀରୁ ସୂଚନା ରହିଛି। ସେପ୍ଟେମ୍ବରରେ ପେଟ୍ରୋଲ ବିକ୍ରି ଚଳିତ ବର୍ଷର ସବୁଠାରୁ ଉନ୍ନତ ସ୍ଥିତିକୁ ଫେରିଛି। ସେହିଭଳି ଡିଜେଲ ବିକ୍ରି କୋଭିଡ୍‌ ପୂର୍ବ ତୁଳନାରେ ୯୩%ରେ ରହିଛି। ଅଟୋ କମ୍ପାନୀଗୁଡିକର ସେପ୍ଟେମ୍ବର ବିକ୍ରିରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହା ପାର୍ବଣରେ ଆହୁରି ଉନ୍ନତ ହେବ ବୋଲି ଆଶା କରାଯାଉଛି। ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ଚଳିତ ଆର୍ଥତ୍କ ବର୍ଷର ସବୁଠାରୁ ଉନ୍ନତ ସ୍ଥିତିରେ ରହିଛି। ଆଗାମୀ ଦିନରେ ବଜାର ସୁଧୁରିଲେ ଏଥିରେ ଆହୁରି ଉନ୍ନତି ଆସିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri