Posted inଖେଳ

୧୭ରେ ଆଇ-ଲିଗ୍‌ ଟ୍ରଫି ଗ୍ରହଣ କରିବ ମୋହନବାଗାନ

କୋଲକାତା, ୨ା୧୦ (ପି.ଟି.)-ଶେଷରେ ଅକ୍ଟୋବର ୧୭ରେ କ୍ଲବ ଟେଣ୍ଟ୍‌ରେ ଆଇ-ଲିଗ୍‌ ଟ୍ରଫି ଗ୍ରହଣ କରିବ ସହରର ପ୍ରମୁଖ ଫୁଟ୍‌ବଲ ଦଳ ମୋହନବାଗାନ। ଦଳ ୭ ମାସ ପୂର୍ବରୁ ବିଜେତା ଘୋଷଣା ହୋଇ ସାରିଥିଲା। ସମସ୍ତ ପ୍ରକାର କୋଭିଡ୍‌-୧୯ ପ୍ରୋଟୋକଲ ପାଳନ ସହ ଆୟୋଜିତ ହେବାକୁଥିବା ଏକ ସ୍ବତନ୍ତ୍ର ଉତ୍ସବରେ ସର୍ବ ଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସମ୍ପାଦକ କୁଶାଲ ଦାସ ଟ୍ରଫି ହସ୍ତାନ୍ତର କରିବେ ବୋଲି କ୍ଲବ ସୂତ୍ରରୁ ପ୍ରକାଶ। ମାର୍ଚ୍ଚ ୧୦ରେ ପୂର୍ବତନ ଚାମ୍ପିୟନ ଆଇଜଲ ଏଫ୍‌ସିକୁ ୧-୦ ଗୋଲରେ ପରାସ୍ତ କରିବା ପରେ ଆଉ ୪ ରାଉଣ୍ଡ ଖେଳ ବାକି ଥାଇ ମୋହନବାଗାନ ଆଇ-ଲିଗ୍‌ ଟ୍ରଫି ହାସଲ କରିନେଇଥିଲା। ମୋହନ ବାଗାନର ସେନେଗାଲ ଷ୍ଟ୍ରାଇକର ବାବା ଦିଓ୍ବାରା ବିଜୟସୂଚକ ଗୋଲଟିକୁ ସ୍କୋର କରିଥିଲେ। ମୋହନ ବାଗାନ ଚାମ୍ପିୟନ ଘୋଷିତ ହୋଇ ସାରିଥିଲେ ମଧ୍ୟ କୋଭିଡ୍‌-୧୯ ମହାମାରୀ ଯୋଗୁ ଟ୍ରଫି ପାଇ ନ ଥିଲା। ଟ୍ରଫି ପ୍ରଦାନ କ୍ଲବ ଟେଣ୍ଟରେ ଆୟୋଜନ ହେବ। ଦଳର ସଦସ୍ୟମାନେ ଭର୍ଚୁଆଲ ଉପସ୍ଥିତ ରହିବେ। ଅକ୍ଟୋବର ୧୬ରୁ ଟେଣ୍ଟ ଖୋଲିବା ଲାଗି କ୍ଲବର କାର୍ଯ୍ୟନିର୍ବାହୀ କମିଟି ଗୁରୁବାର ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri