ଚିକିତ୍ସାଠୁ ବଳିଗଲା ସ୍ଥାନାନ୍ତର ଯାତନା

କଟକ ଅଫିସ, ୨୦।୯: ଜଣେ ସଙ୍କଟାପନ୍ନ ନାବାଳିକାଙ୍କୁ ୯ଦିନରେ ୫ଟି ହସ୍ପିଟାଲ ସ୍ଥାନାନ୍ତର କରାଗଲାଣି। ତେବେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳର ଜଣେ ୧୪ବର୍ଷୀୟା ନାବାଳିକା କୌଣସି ଏକ ଦୁର୍ଘଟଣା ପରେ ପେଟରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ପ୍ରଥମେ ଗତ ୧୧ତାରିଖରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ଆଶୁ ଚିକିତ୍ସା କରିଥିଲେ। ପରେ ୧୨ତାରିଖରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ଅଣାଯାଇଥିଲା। ଡାକ୍ତର ଟେଷ୍ଟ ରିପୋର୍ଟ ଦେଖି ଜରୁରୀ ଅପରେଶନ ପାଇଁ କହିଥିଲେ। କିନ୍ତୁ ହସ୍ପିଟାଲରେ ଆଇସିୟୁ ବେଡ୍‌ ଖାଲି ନ ଥିବା ଡାକ୍ତର କହିବା ପରେ ନାବାଳିକାଙ୍କୁ ପରିବାର ଲୋକେ ଶିଶୁଭବନକୁ ନେଇଥିଲେ। ସେଠାରେ ବି ଡାକ୍ତର ଅପରେଶନ ପାଇଁ କହିଥିଲେ। ଯୋଜନା ମୁତାବକ ୧୪ ତାରିଖରେ ଅପରେଶନ କରାଗଲା। ଏହା ସତ୍ତ୍ୱେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ତେଣୁ ଡାକ୍ତର ୧୫ ତାରିଖରେ ପରିବାର ଲୋକଙ୍କୁ ଡକାଇ ସଙ୍କଟାପନ୍ନ ନାବାଳିକାଙ୍କୁ ସ୍ଥାନାନ୍ତର କରିବାକୁ କହିଥିଲେ। ଏହା ଶୁଣି ପରିବାର ଲୋକେ ଭାଙ୍ଗିପଡ଼ିଥିଲେ। ଏହା ଦେଖି ଜଣେ ଅଟୋ ଚାଳକ ଆମ୍ବୁଲାନ୍ସ ବୁଝି ଦେଇଥିଲେ। ତେବେ ସେମାନଙ୍କୁ କିଛି ନ ଜଣାଇ ସମ୍ପୃକ୍ତ ଆମ୍ବୁଲାନ୍ସ ଚାଳକ ସିଡିଏ ସେକ୍ଟର ୭ ଅଞ୍ଚଳର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ବୋଲି ନାବାଳିକାଙ୍କ ମାଉସୀ କହିଛନ୍ତି ା
ସୂଚନା ଅନୁଯାୟୀ, ଉକ୍ତ ହସ୍ପିଟାଲଟି ଶିଶୁଭବନର ଜଣେ ଡାକ୍ତରଙ୍କର ବୋଲି ପରେ ଜଣାପଡ଼ିଥିଲା। କିନ୍ତୁ ଏଠାରେ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ନାବାଳିକାଙ୍କ ପରିବାରବର୍ଗ ଅକ୍ଷମ ହେବାରୁ ସାମାଜିକ କର୍ମୀଙ୍କ ସହାୟତା ଲୋଡ଼ିିଥିଲେ। ଫଳରେ ସାମାଜିକ କର୍ମୀ ସାର୍ଥକ ରାୟ ରେଡକ୍ରସ୍‌ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଯୋଗାଡ଼ କରାଇଥିଲେ। ସାଙ୍ଗସାଥୀଙ୍କଠୁ କିଛି ଟଙ୍କା ଆଦାୟ କରି ଆଣି ଦେଇଥିଲେ। ଏଥିସହ ସେ ଉକ୍ତ ଘଟଣାକୁ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଅବଗତ କରାଇଥିଲେ। ତେବେ ରୋଗୀ ଚାଲାଣ ହୋଇଥିବା ସନ୍ଦେହ କରି ସାର୍ଥକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ଲାଲବାଗ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଏ ସଂକ୍ରାନ୍ତରେ ୧୯ତାରିଖରେ ଜିଲାପାଳ ଜାଣିବା ପରେ ନାବାଳିକାଙ୍କୁ ପୁଣି ଶିଶୁଭବନ ଫେରାଇ ନେଇ ତାଙ୍କ ଚିକିତ୍ସା ଖର୍ଚ୍ଚ ଓ ଦାୟିତ୍ୱ ବହନ କରିବା ପାଇଁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଲାଇଭ୍‌ ସପୋର୍ଟିଂ ସିଷ୍ଟମ ଥିବା ଆମ୍ବୁଲାନ୍ସ ଯୋଗେ ନାବାଳିକାଙ୍କୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଆଇସିୟୁ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନ ଥାଇ ଶିଶୁଭବନ ଡାକ୍ତର ଅପରେଶନ କରାଇଥିଲେ କାହିଁକି? ଆମ୍ବୁଲାନ୍ସ ଚାଳକ ଶିଶୁଭବନରେ ଚାକିରି କରିଥିବା ଡାକ୍ତରଙ୍କ ନର୍ସିଂହୋମକୁ ନାବାଳିକଙ୍କୁ କାହିଁକି ସ୍ଥାନାନ୍ତର କରିଥିଲେ? ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଡାକ୍ତର ଓ ନର୍ସିଂହୋମ୍‌ ତରଫରୁ ବକେୟା ବିଲ୍‌ ଛାଡ ଭଳି ଅନୁକମ୍ପା ଦେଖାଇଲେ କାହିଁକି? ଏହା ସାହାଯ୍ୟ ନା କରିଥିବା ଭୁଲ୍‌କୁ ଲୁଚାଇବାର ପ୍ରଚେଷ୍ଟା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri