ଚିତ୍ରକୋଣ୍ଡାରେ ବିଏସ୍‌ଏନ୍‌ଏଲ୍‌ ନେର୍ଟ୍‌ୱକ ଫେଲ୍‌

ଚିତ୍ରକୋଣ୍ଡା, ୨୪।୪(ଡି.ଏନ୍‌.ଏ.): ଡିଜିଟାଲ ଇଣ୍ଡିଆ ସେବା ମାଧ୍ୟମରେ ପ୍ରତ୍ୟେକ ଅଞ୍ଚଳକୁ ଅନ୍ତଃସଂଯୋଗ ପାଇଁ ହୋଇଥିବା ଯୋଜନା ଚିତ୍ରକୋଣ୍ଡାବାସୀଙ୍କ ପାଇଁ ସ୍ବପ୍ନ। ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ମାଓବାଦୀ ପ୍ରବଣ ଆଦିବାସୀ ବହୁଳ ମାଲକାନଗିରି ଜିଲା ଅଧୀନ ଚିତ୍ରକୋଣ୍ଡାରେ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଓ ବ୍ରଡବ୍ୟାଣ୍ଡ ସେବାରେ ବହୁ ଅବ୍ୟବସ୍ଥା। ଉପାନ୍ତ ଚିତ୍ରକୋଣ୍ଡା ଭଳି ଜାଗାରେ ମାତ୍ର ଗୋଟିଏ ବିଏସ୍‌ଏନ୍‌ଏଲ୍‌ ଟାୱାର ବସିଛି। ଚିତ୍ରକୋଣ୍ଡା ବ୍ଲକର ବହୁ ପଞ୍ଚାୟତବାସୀ ଏହା ଉପରେ ନିର୍ଭରଶୀଳ। ଏତେ ସଂଖ୍ୟାରେ ଲୋକଙ୍କ ବହୁଳ ବ୍ୟବହାର ହେତୁ ଟାୱାର ଲୋଡ ନେବାରେ ବିଫଳ ହେଉଛି। ମୋବାଇଲ ଫୋନ ରୁ ୧୦/୧୫ ଥର ଯୋଗାଯୋଗ ପାଇଁ ଚେଷ୍ଟା କଲେ ଥରେ ଲାଗୁଛି ,ବେଳେ ବେଳେ ଅଧାରୁ କଲ୍‌ ମଧ୍ୟ କଟି ଯାଉଛି। ଅନେକ ସମୟରେ ଦିନରେ ନେଟ୍‌ଓ୍ବର୍କ ଥିଲେ ରାତିରେ ରହୁନାହିଁ। ଏହା ମଧ୍ୟରେ ବ୍ରଡବ୍ୟାଣ୍ଡ ସେବା ମଧ୍ୟ ଫେଲ ମାରୁଛି। ଏହା ଫଳରେ ବ୍ୟାଙ୍କ ଲିଙ୍କ, ଅନଲାଇନ ସେବା, ଅଗ୍ରିମ ଟିକେଟ ସଂରକ୍ଷଣ, ରୋଗୀ ସେବା ପାଇଁ ଖବର ଓ ସର୍ବୋପରି ମେଲ ପଠାଇବା ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାର ବିଭିନ୍ନ ଅଞ୍ଚଳରେ ଅନ୍ୟ ନେଟର୍ୱକ ତାର ପ୍ରଭାବ ବିସ୍ତାର କରୁଥିବା ବେଳେ ଚିତ୍ରକୋଣ୍ଡାକୁ ଉକ୍ତ ସେବାର ଲାଭ ମିଳୁନାହିଁ। ଚିତ୍ରକୋଣ୍ଡା ବ୍ୟାଙ୍କ ଛକ ନିକଟରେ ଆଉ ଏକ ୩ଜି ଟାୱାର ତିଆରି କରାଯାଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ଚାଲୁ କରାଯାଇ ନାହିଁ। ସେଥିପାଇଁ ବହୁ ସମସ୍ୟା ଦେଖାଦେଉଛି। ଚିତ୍ରକୋଣ୍ଡାବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁବିଧା ମିଳିପାରିନାହିଁ। ଜିଲା ପ୍ରଶାସନ ଏହାର ସମାଧାନ ତଥା ବିକଳ୍ପ ବ୍ୟବସ୍ଥା ପାଇଁ ଅନ୍ୟ ନେଟ୍‌ଓ୍ବକ ବ୍ୟବସ୍ଥା ସହ ଆଉ ଏକ ବିଏସ୍‌ଏନ୍‌ଏଲ୍‌ ଟାୱାର କାର୍ଯ୍ୟକ୍ଷମ କରାଇବାକୁ ପ୍ରତିଶ୍ରୁତି ଦେଇ ଆସୁଥିଲେ ତାହା ପୂରଣ କରୁନି। ଏ ଦିଗରେ ପ୍ରଶାସନ ଦୃଷ୍ଟି ପକାଇ ବ୍ୟାଙ୍କ ଛକ ନିକଟରେ ଥିବା ଟାଓ୍ବାରକୁ ଚାଲୁ କରିବା ସହ ଅନ୍ୟ ନେଟ୍‌ଓର୍‌ବକ ସେବା ଯୋଗାଇ ଦେବାକୁ ଚିତ୍ରକୋଣ୍ଡାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri