କରୋନାରେ ମୃତ ବାଳକଙ୍କ ଶବ ନେଲେ ନାହିଁ ପରିବାର: ଅନ୍ତିମ ସଂସ୍କାର ପାଇଁ ଠେଲାରେ ବୋହି ନିଆଗଲା

ହାଇଦ୍ରାବାଦ, ୧୩।୮:  ମହାମାରୀ କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ତେବେ ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜଣେ କରୋନା ରୋଗୀଙ୍କୁ ଅବହେଳା କରିବା ଘଟଣା ସମ୍ମୁଖକୁ ଆସିଛି।
ଆନ୍ଧ୍ରପ୍ରଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜରୁରୀକାଳିନ ସହାୟତା ପାଇଁ ୧୧୮୦ ନୂତନ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି ସରକାର। ମାତ୍ର ସରକାରଙ୍କ ଏହି ଘୋଷଣା କେବଳ କାଗଜପତ୍ରରେ ସିମିତ ରହିଯାଇଥିବା ମନେ ହେଉଛି। କାରଣ ଆମ୍ବୁଲାନ୍ସ ନ ମିଳିବାରୁ ଜଣେ କରୋନାରେ ମୃତ୍ୟୁ ଘଟିଥିବା ଜଣେ ବାଳକଙ୍କୁ ଠେଲାରେ ବୋହି ନେବାକୁ ପଡ଼ିଛି। ଏହି ଅଘଟଣ ଘଟିଛି। ଗୁଣ୍ଟୁର ବାପଟଲା ଅଞ୍ଚଳରେ। କୁହାଯାଉଛି ପରିବାର ପକ୍ଷରୁ କେହି ମୃତଦେହ ନେବାକୁ ଆସିଲେ ନାହିଁ। ତେଣୁ ହସ୍ପିଟାଲ ପ୍ରଶାସନ ପକ୍ଷରୁ କୋଭିଡ-୧୯ ନିୟମକୁ ପାଳନକରି ମୃତଦେହକୁ ଏକ ବ୍ୟାଗ୍‌ରେ ଗୁଡ଼ାଇ ଅନ୍ତିମ ସଂସ୍କାର ପାଇଁ ମ୍ୟୁନିସିପାଲଟି କର୍ମଚାରୀଙ୍କୁ ହସ୍ତାନ୍ତର କରାଗଲା। ତେବେ ଆମ୍ବୁଲାନ୍ସ ନ ମିଳିବାରୁ ମୃତଦେହକୁ ମ୍ୟୁନିସିପାଲଟି କର୍ମଚାରୀମାନେ ଏକ ଠେଲାରେ ଅନ୍ତିମ ସଂସ୍କାର ପାଇଁ ନେଇଗଲେ। ଏ ନେଇ ସ୍ଥାନୀୟ ଲୋକ ଅସନ୍ତାଷ ପ୍ରକାଶ କରିଛନ୍ତି। ଆନ୍ଦ୍ରପ୍ରଦେଶର ବିଧାନସଭାର ଉପବାଚସ୍ପତି କୋନା ରଘୁପତିଙ୍କ ନିର୍ବାଚନମଣ୍ଡଳୀରେ ଏହି ଅଘଟଣ ଘଟିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ହସ୍ପିଟାଲ ଏବଂ ମ୍ୟୁନିସିପାଲଟି କର୍ମଚାରୀଙ୍କୁ ଏଥିପାଇଁ ଭର୍ତ୍ସନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri