୧୧ ବର୍ଷ ତଳେ ରତ୍ନଭଣ୍ଡାରରୁ ଚୋରି ଚର୍ଚ୍ଚା

ପୁରୀ ଅଫିସ,୧୭।୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ବହୁ ଦୁର୍ମୂଲ୍ୟ ରତ୍ନଅଳଙ୍କାର ଚୋରି ହୋଇଛି। ୧୧ ବର୍ଷ ତଳେ ବରିଷ୍ଠ ଅଧିକାରୀ, ପୋଲିସ ଏବଂ ସେବାୟତଙ୍କ ମଧୁଚନ୍ଦ୍ରିକାରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରେ ରାତିରେ ଲାଗିଥିବା ଏକ ମିନିଟ୍ରକ୍‌ରେ ରତ୍ନଅଳଙ୍କାର ନିଆଯାଇଛି। ଏମିତି ଏକ ଶୀତ ରାତିର କାହାଣୀ ଏବେ ସୋସିଆଲ ମିଡିିଆରେ ଭାଇରାଲ ହେଉଛି। ପୁରୀ ସହରର ବିଭିନ୍ନ କାନ୍ଥ, ପାଚେରୀରେ ମଧ୍ୟ ଏଭଳି ପତ୍ର ଲଗାଯାଇଛି। ଯୋଜନାବଦ୍ଧ ଭାବେ ଏହି ଲୁଟ୍‌ ହୋଇଥିଲେ ହେଁ ସେଦିନ ଜଣେ ଭକ୍ତ କିନ୍ତୁ ଏହାକୁ ଦେଖିଥିଲେ। ରାତି ଅଧରେ ଠାକୁରଙ୍କ ରତ୍ନଅଳଙ୍କାର ବାହାରକୁ କାହିଁକି ନିଆଯାଉଛି ବୋଲି କେତେଜଣ ସେବାୟତଙ୍କୁ ପ୍ରଶ୍ନ କରିଥିଲେ। ହେଲେ ସେମାନଙ୍କ ନାଲିଆଖି ଦେଖି ସମ୍ପୃକ୍ତ ଭକ୍ତ ଚୁପ୍‌ ହୋଇ ଫେରିଆସିଥିଲେ ବୋଲି ଉକ୍ତ ପତ୍ରରେ ଲେଖାଯାଇଛି। ତେବେ ଦୀର୍ଘ ୧୧ ବର୍ଷ ପରେ ଏଭଳି ଏକ ଅଭିଯୋଗର ସତ୍ୟତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗର ସତ୍ୟତା ଜାଣିବାକୁ ହେଲେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି କରାଗଲେ ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।
ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ପତ୍ରରେ ଉଲ୍ଲେଖ ରହିଛି ଯେ, ୧୧ ବର୍ଷ ତଳେ ରତ୍ନଭଣ୍ଡାରରୁ ରତ୍ନଅଳଙ୍କାର ଚୋରି ହୋଇଥିଲା। ପୂର୍ବରୁ ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶୀତଋତୁର ଦ୍ୱିତୀୟ ଶନିବାର ରାତି। ସେଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ସଅଳ ସାରି ରାତ୍ର ପହୁଡ଼ ହୋଇ ସମସ୍ତଙ୍କୁ ବାହାର କରିଦିଆଯାଇଥିଲା। ଏହାପରେ ରତ୍ନଅଳଙ୍କାର ଚୋରି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପଶ୍ଚିମଦ୍ୱାରରେ ଏକ ୪୦୭ ଗାଡ଼ି (ମିନିଟ୍ରକ୍‌) ରଖାଯାଇଥିଲା। ଗାଣ୍ଡୁଆ ଚଉରା ଛକରୁ ପଶ୍ଚିମ ଦ୍ୱାର ଏବଂ ଲକ୍ଷ୍ମୀବଜାରରୁ ପଶ୍ଚିମଦ୍ୱାରକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରାଯାଇଥିଲା। ଅନେକ ପୋଲିସ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ। ଶୀତ ରାତିରେ କେହି ଆଉ ଆସିବେନି ବୋଲି ଏଥିରେ ସମ୍ପୃକ୍ତ ଅଧିକାରୀ, ପୋଲିସ ଏବଂ ସେବାୟତ ଭାବିନେଇଥିଲେ। କିନ୍ତୁ ମହାପ୍ରଭୁ ଚମତ୍କାରିତା କଲେ। ସ୍ବପ୍ନରେ ଜଣେ ଭକ୍ତଙ୍କୁ ଡାକିଲେ। ସମ୍ପୃକ୍ତ ଭକ୍ତ ନିଦରୁ ଉଠି ସିଂହଦ୍ୱାରରେ ପହଞ୍ଚତ୍ଲେ। ସବୁ ଶୂନ୍‌ଶାନ୍‌ ଦେଖି ମନ୍ଦିର ଭିତରକୁ ପ୍ରବେଶ କଲେ। ସାକ୍ଷୀଗୋପାଳ ମନ୍ଦିର ଅତିକ୍ରମ କରିବା ପରେ ବିମଳା ମନ୍ଦିର ପାଖରୁ ଦେଖିବାକୁ ପାଇଥିଲେ ଯେ, କେତେଜଣ ସେବାୟତ ଜଳକ୍ରୀଡ଼ା ମଣ୍ଡପ ନିକଟରେ ଛିଡ଼ା ହୋଇଛନ୍ତି। ସେମାନଙ୍କ ପାଖକୁ ଯିବାରୁ ତାଙ୍କୁ ପ୍ରଶ୍ନ କରାଗଲା କିରେ ଟୋକା ଏତେ ରାତିରେ କୁଆଡ଼େ ଆସିଛୁ? ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଛି କହିବାରୁ ଉତ୍ତର ମିଳିଲା ଠାକୁର ଶୋଇପଡ଼ିିଲେଣି। ଏହି ସମୟରେ ବେହେରଣ ଦ୍ୱାର ଦେଇ ରତ୍ନଅଳଙ୍କାର ପଶ୍ଚିମ ଦ୍ୱାର ଆଡ଼କୁ ନିଆଯାଉଥିବା ଭକ୍ତଙ୍କ ନଜରରେ ପଡ଼ିଲା। ଏତେ ରାତିରେ ଅଳଙ୍କାର କୁଆଡ଼େ ଯାଉଛି ଭକ୍ତ ପଚାରିବାରୁ ମରାମତି ପାଇଁ ଯାଉଥିବା ସେହି ସେବାୟତମାନେ କହିଥିଲେ। ଯଦି ମରାମତି ହେବାର ଥିଲା ରାତି ଅଧରେ କ’ଣ ପାଇଁ ଯାଉଛି ବୋଲି ପଚାରିବାରେ ସେବାୟତ କହିଲେ ‘ତୁ ପୁରୀ ବାହାର ଟୋକା, ଯାହା ଦେଖିଲୁ କାହାକୁ କହିବୁ ନାହିଁ। ଏଠାରୁ ତୁରନ୍ତ ପଳେଇ ଯା।’ ଭୟରେ ଭକ୍ତ ଜଣଙ୍କ ପୁଣି ସିଂହଦ୍ୱାର ଦେଇ ବାହାରକୁ ପଳାଇ ଆସିଲେ। ଦକ୍ଷିଣଦ୍ୱାର ଦେଇ ଆଗକୁ ଗଲେ। ଗାଣ୍ଡୁଆ ଚଉରା ଛକରେ ପୋଲିସ ଅଟକାଇ ଏତେ ରାତିରେ କୁଆଡ଼େ ଯିବ ପଚାରିଲେ। ଜଣେ ବନ୍ଧୁଙ୍କ ଘରକୁ ଯିବି ବୋଲି ସେ କହିଥିଲେ। ମାତ୍ର ପୋଲିସ ଶୁଣି ନ ଥିଲା। ବହୁ ଯୁକ୍ତିତର୍କ ହେବା ପରେ ଛାଡ଼ିିଥିଲା। ପଶ୍ଚିମଦ୍ୱାରରେ ପହଞ୍ଚତ୍ ଦେଖିଲେ କେତେଜଣ ପ୍ରଶାସନିକ ଅଧିକାରୀ, ପୋଲିସ ଛିଡ଼ା ହୋଇଛନ୍ତି ଏବଂ ରତ୍ନଅଳଙ୍କାର ଅଣାଯାଇ ମିନିଟ୍ରକ୍‌ରେ ଲଦାଯାଉଛି। ସେଠାରେ ଯୁକ୍ତିତର୍କ ପରେ ଭକ୍ତ ଜଣଙ୍କ ଘରକୁ ଫେରିଯାଇଥିଲେ। ସେଦିନ ରାତିରେ ଯେଉଁ ସେବାୟତ ନାଲିଆଖି ଦେଖାଇ ମିଛ କହିଥିଲେ କିଛିବର୍ଷ ତଳେ ସେ କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇଥିଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି। ତାଙ୍କଠାରୁ ତଦନ୍ତ ଆରମ୍ଭ ହେଲେ ରତ୍ନ ଅଳଙ୍କାର ଚୋରିର ଗୁମର ଖୋଲିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। ଏ ନେଇ ଅତିରିକ୍ତ ଏସ୍‌ପି ଅରୁଣ ଜେନାଙ୍କୁ ପଚାରିବାରେ କହିଛନ୍ତି, ଏଭଳି ପୋଷ୍ଟର ଲାଗିବା ନେଇ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଯଦି ଅଭିଯୋଗ ଆସେ ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri