Posted inଖେଳ

ନୂତନତ୍ୱର ପ୍ରବର୍ତ୍ତନ, ଟେକ୍ନୋଲୋଜି ଦ୍ୱାରା କ୍ରୀଡ଼ା ପରିବେଶ ସୃଷ୍ଟି କରାଯାଇ ପାରିବ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୧୫ା୭ (ସ୍ପୋଟର୍‌ସ ବ୍ୟୁରୋ)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କ୍ରୀଡ଼ାମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଦୁଇଦିନିଆ ବୈଠକ ମଙ୍ଗଳବାର ଆରମ୍ଭ ହୋଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଭାଗ ନେଇଥିଲେ। ନୂତନତ୍ୱର ପ୍ରବର୍ତ୍ତନ, ସହଯୋଗ ଏବଂ ଟେକ୍ନୋଲୋଜି ଦ୍ୱାରା ପୁନର୍ବାର କ୍ରୀଡ଼ା ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ କ୍ରୀଡ଼ାର ପୁନଃ ଆରମ୍ଭ ଦିଗରେ ଓଡ଼ିଶା ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହାର ସେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଅଭୂତପୂର୍ବ କରୋନା ଭାଇରସ୍‌ ସଂକଟ ଯୋଗୁ ଅନିଶ୍ଚିତ ଭବିଷ୍ୟତ ଯୋଗୁ ଦେଶର କ୍ରୀଡ଼ା ମହଲ ଏବେ ଦ୍ୱନ୍ଦ୍ୱରେ। ତେବେ କେନ୍ଦ୍ର ସରକାର କେତେକ କ୍ଷେତ୍ରରେ କୋହଳ ଅବଲମ୍ବନ କରିବା ସହ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ପ୍ରସ୍ତୁତ ଗାଇଡ୍‌ ଲାଇନ୍‌ ଯୋଗୁ କ୍ରୀଡ଼ା କ୍ଷେତ୍ରରେ କିଛି ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟରେ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ କିଛି କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ଆମର କ୍ରୀଡ଼ା ସ୍ଥଳରେ ସମସ୍ତ ଏସ୍‌ଓପି ଜାରି କରିଛୁ। ଏଲିଟ୍‌ ଆଥଲେଟ୍‌ମାନେ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ସ୍ପୋଟର୍‌ସ କମ୍ପ୍ଲେକ୍ସଗୁଡ଼ିକରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ କୋଚିଂ ସମୟରେ ସମସ୍ତ କୋଭିଡ୍‌-୧୯ ପ୍ରୋଟୋକଲ୍‌ ଅନୁପାଳନ ହେଉଛି। ଦୈନିକ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଖେଳ ପଡ଼ିଆ/ପିଚ୍‌ ଏବଂ ଆବାସିକ କମ୍ପ୍ଲେକ୍ସ ସମୟକୁ ସମୟ ସାନିଟାଇଜ୍‌ କରାଯାଉଛି। ସ୍ପୋଟର୍‌ସ ହଷ୍ଟେଲ ଅନ୍ତେବାସୀମାନେ ମେଣ୍ଟାଲ ଓ ଫିଜିକାଲ କଣ୍ଡିଶନିଂ ସମ୍ପର୍କରେ କୋଚମାନଙ୍କଠାରୁ ବ୍ୟକ୍ତିଗତ ଦିଗ୍‌ଦର୍ଶନ ପାଉଛନ୍ତି। ଓ୍ବେବିନାରରୁ ମଧ୍ୟ ସେମାନେ ଉପକୃତ ହେଉଛନ୍ତି। ଆଗକୁ କ୍ରୀଡ଼ା ଟ୍ରେନିଂର କେତେକ ଭାଗ ଅନଲାଇନ୍‌ରେ କରାଯାଇ ପାରିବ। ଟେକ୍ନୋଲୋଜିର ସହାୟତା ଦ୍ୱାରା ଅଧିକ ଜ୍ଞାନର ଆଦାନପ୍ରଦାନ ହୋଇ ପାରିବ। ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ରାଜ୍ୟରେ କ୍ରୀଡ଼ା ଇଭେଣ୍ଟମାନ କ୍ରମେ ଆରମ୍ଭ ହେବ। ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୧ ଫେବୃୟାରୀ-ମାର୍ଚ୍ଚରେ ହେବ ବୋଲି ଫିଫା ଇତିମଧ୍ୟରେ ଘୋଷଣା କରିଛି। ମ୍ୟାଚ ଆୟୋଜନ ବେଳେ କିପରି ସ୍ବାସ୍ଥ୍ୟ ସୁରକ୍ଷା ନିୟମକୁ ଠିକଣାରୂପେ କାର୍ଯ୍ୟକାରୀ କରି ହେବ ସେ ନେଇ ଆମେ ସ୍ଥାନୀୟ ଆୟୋଜକ କମିଟି ସହ ମିଳିମିଶି କାର୍ଯ୍ୟକରିବୁ ବୋଲି ତୁଷାରକାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri