ସୁଶାନ୍ତ ପାଇଁ ଦୀପ ଜାଳୁଛନ୍ତି ପୂର୍ବତନ ପ୍ରେମିକା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ଦୁନିଆରୁ ବିଦାୟ ଦେବାର ଏକ ମାସ ବିତିଗଲାଣି। କାହିଁକି ସୁଶାନ୍ତ ଏହା କରିଛନ୍ତି, ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ପରିବାର ବ୍ୟତୀତ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଅଭିନେତା ଚାଲିଯିବା ପରେ ସବୁଠାରୁ ଚକିତ ହୋଇଯାଇଥିଲେ ସେ ହେଉଛନ୍ତି ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତ ମୃତ୍ୟୁ ପରେ ସେ ସୋସିଆଲ ମିଡିଆରୁ ଦୂରରେ ଥିଲେ। ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ସେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସୁଶାନ୍ତଙ୍କ ପ୍ରତି ଅଙ୍କିତାଙ୍କ ପ୍ରେମ ସ୍ପଷ୍ଟ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଭାଙ୍ଗି ପଡିଛନ୍ତି। ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପୂରଣ ହେବା ପରେ ଅଙ୍କିତା ତାଙ୍କ ଘରେ ପୂଜାପାଠ କରିବା ସହ ଦୀପ ଜାଳିଛନ୍ତି। ଅଙ୍କିତା ଇନ୍‌ଷ୍ଟାଗ୍ରାମରେ ଏହାର ଫଟୋ ଶେୟାର କରିଛନ୍ତି। ଏହି ପୋଷ୍ଟରେ ମାତ୍ର ତିନୋଟି ଶବ୍ଦ ଲେଖିଛନ୍ତି ଭଗବାନଙ୍କ ସନ୍ତାନ। ଯେଉଁଥିରେ ପ୍ରଶଂସକମାନେ ଅଙ୍କିତାଙ୍କ ଯନ୍ତ୍ରଣା ବୁଝିପାରୁଛନ୍ତି। ଅଙ୍କିତାଙ୍କ ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ତାଙ୍କୁ ଏହି ସମୟରେ ଦୃଢ ଼ ରହିବାକୁ ପରାମର୍ଶ ଦେଉଛନ୍ତି।

View this post on Instagram

CHILD Of GOD 😇

A post shared by Ankita Lokhande (@lokhandeankita) on


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri