Posted inଖେଳ

ବଟଲରଙ୍କୁ ଗଫ୍‌ଙ୍କ ସତର୍କବାଣୀ

ସାଉଥାମ୍ପଟନ, ୧୪ା୭ (ପି.ଟି.)-ବର୍ତ୍ତମାନ ଫର୍ମରେ ନ ଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟ୍‌ଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଆସନ୍ତା ଦୁଇଟି ଟେଷ୍ଟ ମ୍ୟାଚରେ ଯଦି ଭଲ ପ୍ରଦର୍ଶନ ନ କରନ୍ତି ତେବେ ତାଙ୍କ କ୍ୟାରିୟର ପ୍ରତି ବିପଦ ରହିଛି। ଇଂଲଣ୍ଡର ପୂର୍ବତନ ସିମ୍‌ ବୋଲର ଡାରେନ ଗଫ୍‌ ଏକଥା ପ୍ରକାଶ କରିଛନ୍ତି। ବଟଲର ତାଙ୍କର ଗତ ୧୨ଟି ଟେଷ୍ଟ ଇନିଂସରେ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଜର୍ମେନ ବ୍ଲାକ୍‌ଉଡଙ୍କ କ୍ୟାଚ୍‌ ଡ୍ରପ୍‌ କରିଛନ୍ତି। ଫଳରେ ଏହି ଖେଳାଳି ମ୍ୟାଚ ବିଜୟୀ ୯୫ ରନ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଇଂଲଣ୍ଡ ତରଫରୁ ୫୮ ଟେଷ୍ଟ ମ୍ୟାଚ ଖେଳି ୨୨୯ ଉଇକେଟ ଅକ୍ତିଆର କରିଥିବା ଗଫ୍‌ କହିଛନ୍ତି କ୍ୟାରିୟର ବଞ୍ଚାଇବା ଲାଗି ଗଫ୍‌ଙ୍କ ହାତରେ ଆଉ ଦୁଇଟି ଟେଷ୍ଟ ମ୍ୟାଚରେ ସୁଯୋଗ ରହିଛି। ବଟଲରଙ୍କ ନିକଟରେ ପ୍ରଚଣ୍ଡ ପ୍ରତିଭା ରହିଛି। ବହୁ ଯୁବ ଖେଳାଳି ତାଙ୍କୁ ଅନୁସରଣ କରିଥାନ୍ତି। ହେଲେ ଟେଷ୍ଟ କ୍ରିକେଟରେ ଅବଦାନ ନ ରହିଲେ ଦଳରେ ତିଷ୍ଠି ହେବ ନାହିଁ। ଗଫ୍‌ଙ୍କ ଦୃଷ୍ଟିରେ ସିରିଜର ଅବଶିଷ୍ଟ ମ୍ୟାଚରେ ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ଙ୍କୁ ରୋଟେଶନ ଭିତ୍ତିରେ ଖେଳାଯିବା ଉଚିତ୍‌। ପୁନଶ୍ଚ ଓପନିଂ ଟେଷ୍ଟରେ ଉପେକ୍ଷିତ ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓକ୍ସଙ୍କୁ ଦଳରେ ଖେଳାଇବା ଉଚିତ। ସେ କହିଛନ୍ତି ମୋ ବିଚାରରେ ବ୍ରଡ୍‌ ଯଦି ଦଳକୁ ଫେରନ୍ତି ତେବେ ଓଲ୍ଡ ଟ୍ରାଫୋର୍ଡରେ ଉଡ୍‌ ଏବଂ ଆଣ୍ଡରସନଙ୍କୁ ବିଶ୍ରାମ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri