ଯୋକଡ଼ିଆରେ ନିର୍ମାଣ ହେବ ୨ୟ ବ୍ୟାରେଜ

ରସୁଲପୁର,୧୩।୭(ଡି.ଏନ.ଏ.): ଯାଜପୁର ଜିଲାର ରସୁଲପୁର ବ୍ଲକ ଅଧୀନ ଯୋକଡ଼ିଆଠାରେ ୧୩୮ବର୍ଷ ପରେ ୨ୟ ବ୍ୟାରେଜ ନିର୍ମାଣ ହେବାର ପରିକଳ୍ପନା କରାଯାଇଛି। ଉକ୍ତ ବ୍ୟାରେଜ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବିଭାଗର ଏହି ପ୍ରସ୍ତାବକୁ ଏକପ୍ରକାର ମଞ୍ଜୁରୀ ମିଳିସାରିଛି। ଉକ୍ତ ପ୍ରକଳ୍ପ ନିର୍ମାଣ ସକାଶେ ନାବାର୍ଡରୁ ୨୫୦ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜାରକା ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉକ୍ତ ବ୍ୟାରେଜ ନିର୍ମାଣ ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାଏ, କୋରେଇ ବିଧାୟକ ଅଶୋକ ବଳ ଓ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ଉପନିର୍ବାହୀଯନ୍ତ୍ରୀ କାମଦେବ ଦାସ, ସହକାରୀ ଯନ୍ତ୍ରୀ ସୁବାସ ସାହୁ, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡିଓ ଉମାକାନ୍ତ ପରିଡା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ଏହାର ସ୍ଥିତାବସ୍ଥା ଦେଖିଛନ୍ତି। ଇଂରେଜମାନେ ନିର୍ମାଣ କରିଥିବା ବ୍ୟାରେଜ କ୍ରମଶଃ ଦୁର୍ବଳ ହୋଇଯିବା ସହ ତାର ଜଳ ଧାରଣ କ୍ଷମତା କମିଯାଉଛି। ନୂତନ ଜ୍ଞାନକୌଶଳରେ ନିର୍ମାଣ ହେବାକୁ ଥିବା ବ୍ୟାରେଜର ଜଳଧାରଣ କ୍ଷମତା ବୃଦ୍ଧି ପାଇବ। ନଦୀଜଳକୁ ନଦୀରେ ବୋହିବାକୁ ଦିଆ ନ ଯାଇ ତା’ର ଉପଯୋଗିତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ ସାହୁ ପ୍ରକାଶ କରିଛନ୍ତି।

୧୮୮୨ରେ ଇଂରେଜମାନେ ଏଠାରେ ବ୍ୟାରେଜ କରିଥିଲେ। ଯାଜପୁର ରୋଡ୍‌ ରେଲୱେ ଷ୍ଟେସନ ସହ ବ୍ୟାରେଜର ସଂଯୋଗ ଥିଲା। ଏହି ଜରିଆରେ ସହଜରେ ସାମଗ୍ରୀ ପରିବହନ ହୋଇପାରୁ ଥିଲା। ବ୍ୟାରେଜ ଉପରେ ଗମନାଗମନ ସୁବିଧା ରହିଥିଲା। ଏହା କ୍ରମଶଃ ଦୁର୍ବଳ ହୋଇଯିବାରୁ ବ୍ୟାରେଜଠାରୁ ୨୦୦ମିଟର ତଳକୁ ଆଉ ଏକ ପୋଲ ନିର୍ମାଣ କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ୧୫ବର୍ଷ ତଳେ ଏହି ପୋଲି ନିର୍ମାଣ କରାଯାଇଥିଲା। ଏଠାରେ ହେବାକୁ ଥିବା ନୂତନ ବ୍ୟାରେଜଟି ପୁରୁଣା ବ୍ୟାରେଜ ଓ ନୂତନ ପୋଲ ମଧ୍ୟସ୍ଥଳରେ ହେବ ବୋଲି ବିଭାଗ ପକ୍ଷରୁ ସ୍ଥାନ ନିରୂପଣ କରାଯାଇଛି। ଏହି ସୂଚନା ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କୁ ଆନନ୍ଦିତ କରିଛି।
ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ହାଇଲେଭଲ କେନାଲ-୨ର ପରିକଳ୍ପନାକୁ ସାକାର କରିବାରେ ସହାୟକ ହେବ। ଖରସ୍ରୋତାର ଯୋକଡ଼ିଆଠାରୁ ବାହାରି ଯାଜପୁର ବ୍ଲକର ରୁଢିଆଠାରେ ବୁଢା ନଦୀକୁ ସଂଯୋଗ କରୁଥିବା ଏହି କେନାଲରେ ବର୍ଷସାରା ଜଳ ପ୍ରବାହିତ ହୋଇପାରିବ। ନଦୀର ବନ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ। କେନାଲରେ ଜଳ ପ୍ରବାହିତ ହେଲେ ଜିଲାର କୋରେଇ, ରସୁଲପୁର ଓ ଯାଜପୁର ବ୍ଲକ ଅଞ୍ଚଳର ଶହଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇପାରିବ। ବ୍ୟାରେଜ ଜରିଆରେ ଜଳଧାରଣ କରିବା ଦ୍ୱାରା ବ୍ରାହ୍ମଣୀ ନଦୀରେ ଅଧିକ ଜଳ ପ୍ରଭାବିତ ହୋଇପାରିବ। ଏସବୁ ବାଦ ଜିଲାର ଇସ୍ପାତ ନଗରୀ କଳିଙ୍ଗ ନଗରକୁ ଏହି ନଦୀରୁଜଳ ଯୋଗାଣ କରାଯାଉଛି। ଏଠାରେ ଥିବା ୧୦ରୁ ଊର୍ଦ୍ଧ୍ୱ କାରଖାନାକୁ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଇ ସମ୍ଭବ ହୋଇପାରିବ। ଏଭଳି ଏକ ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri