Posted inଖେଳ

ସୌରାଷ୍ଟ୍ର ଛାଡ଼ିଲେ ଜ୍ୟାକ୍‌ଶନ: ପୁଡୁଚେରୀ ତରଫରୁ ଖେଳିବେ

ଚେନ୍ନାଇ/ମୁମ୍ବାଇ,୧୨।୭(ପି.ଟି.): ଶେଲଡନ ଜ୍ୟାକ୍‌ଶନ ସୌରାଷ୍ଟ୍ର ଦଳ ଛାଡିଛନ୍ତି। ସୌରାଷ୍ଟ୍ରକୁ ଗତ ରଣଜୀ ସେସନରେ ଚାମ୍ପିୟନ କରାଇଥିବା ଏହି ତାରକା ବ୍ୟାଟ୍ସମ୍ୟାନ ଆଗାମୀ ଘରୋଇ ସେସନରେ ଏବେ ପୁଡୁଚେରୀ ପକ୍ଷରୁ ଖେଳିବେ। ଏ ନେଇ ଜ୍ୟାକଶନ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟକର ଥିଲା ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ହିଁ ଏହି ନିଷ୍ପତ୍ତି ନେବାର ଉଚିତ୍‌ ସମୟ ବୋଲି ସେ କହିଛନ୍ତି। ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ଦ୍ୱାରା ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ସେ ଏହି କଥା କହିଛନ୍ତି। ୨୦୧୯-୨୦ ସେସନରେ ସେ ୧୦ ମ୍ୟାଚ୍‌ ଓ ୧୮ଟି ଇନିଂସ ଖେଳି ୫୦.୫୬ ରନ ହାରରେ ୮୦୯ ରନ ସଂଗ୍ରହ କରିଥିଲେ।
ପୂର୍ବତନ ଟେଷ୍ଟ ବୋଲର ପଙ୍କଜ ସିଂ ଗତ ସେସନରେ ଇଞ୍ଜୁରି ଯୋଗୁ ଖେଳିପାରି ନ ଥିଲେ ଓ ଏଥର ସେ ପୁଡୁଚେରୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଘରୋଇ କ୍ରିକେଟର ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ ପାରସ ଡୋଗ୍ରା ମଧ୍ୟ ପୁଡୁଚେରୀ ତରଫରୁ ପୁଣି ଖେଳିବେ ବୋଲି କ୍ରିକେଟ ଆସୋସିଏଶନ ଅଫ୍‌ ପୁଡୁଚେରୀ ସମ୍ପାଦକ ଭି. ଚନ୍ଦ୍ରନ କହିଛନ୍ତି। ଜ୍ୟାକ୍‌ଶନ ୨୦୧୧ରେ ସୌରାଷ୍ଟ୍ର ତରଫରୁ ପଦାର୍ପଣ କରିଥିଲେ ଓ ପ୍ରଥମ ଶ୍ରେଣୀ କ୍ରିକେଟରରେ ୪୯.୪୨ ହାରରେ ୫୬୩୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୧୯ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ସାମିଲ ରହିଛି। ଏସ୍‌ସିଏ ତରଫରୁ ଜ୍ୟାକ୍‌ଶନ ନୋ ଅବଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ମଧ୍ୟ ହାସଲ କରିଛନ୍ତି। ସୌରାଷ୍ଟ୍ର ପକ୍ଷରୁ ଖେଳିବାର ଅଭିଜ୍ଞତା ଚମତ୍କାର ଥିଲା। ଖରାପ୍‌ ଓ ଭଲ ସମୟରେ ଦଳ ତରଫରୁ ଯଥେଷ୍ଟ ସହଯୋଗ ମିଳିଥିଲା ବୋଲି ୩୩ ବର୍ଷୀୟ ଜ୍ୟାକଶନ କହିଛନ୍ତି। ଏସ୍‌ସିଏ ସମ୍ପାଦକ ନିରଞ୍ଜନ ଶାହା, ଅଧ୍ୟକ୍ଷ ଜୟଦେବ ଶାହଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ପୁଡୁଚେରୀ ଆସୋସିଏଶନ ତରଫରୁ ମଧ୍ୟ ଜ୍ୟାକ୍‌ଶନଙ୍କୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri