Odisha Elections 2024

କଳାଧନ ନେଇ ୫୦ ଭାରତୀୟଙ୍କୁ ନୋଟିସ ଦେଲା ସୁଇଜରଲାଣ୍ଡ

ନୂଆଦିଲ୍ଲୀ,୧୭-୬: ସ୍ବିସ୍‌ ବ୍ୟାଙ୍କରେ ଅଘୋଷିତ ଅର୍ଥ(କଳାଧନ) ଲୁଚାଇ ରଖିଥିବା ଭାରତୀୟଙ୍କ ବିରୋଧରେ ଉଭୟ ସ୍ବିଜରଲାଣ୍ଡ ଏବଂ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସ୍ବିଜରଲାଣ୍ଡ ଅଧିକାରୀ ଏ ସମ୍ପର୍କରେ ଅତିକମ୍‌ରେ ୫୦ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସୂଚନା ଭାରତୀୟ ଅଧିକାରୀଙ୍କୁ ଦେବାକୁ ଆରମ୍ଭ କରିଛନ୍ତି। ତଥ୍ୟ ପ୍ରଦାନ କରିବା ପୂର୍ବରୁ ସେମାନଙ୍କୁ ସ୍ବିଜରଲାଣ୍ଡ ପକ୍ଷରୁ ନୋଟିସ ଦେବା ଆରମ୍ଭ କରାଯାଇଛି। ଏମାନଙ୍କ ମଧ୍ୟରେ ଜମିଜମା, ଆର୍ଥିକ ସେବା,ପ୍ରଯୁକ୍ତିଗତ, ଟେଲିକମ୍‌,ପେଣ୍ଟ, ଘରୋଇ ସାଜସଜା, କପଡା, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ରନତ୍ ଆଭୂଷଣ କ୍ଷେତ୍ରରେ କାରବାର କରୁଥିବା ବ୍ୟକ୍ତିବିଶେଷ ଓ କମ୍ପାନୀ ରହିଛନ୍ତି। ଏମାନଙ୍କ ମଧ୍ୟରେ କିଛି ଡମି ବା ଭୂତ କମ୍ପାନୀ ମଧ୍ୟ ରହିଛନ୍ତି। କଳାଧନ ରଖିବାର ମୁଖ୍ୟ ପେଣ୍ଠସ୍ଥଳ ବୋଲି ରହିଥିବା ଛବିକୁ ବଦଳାଇବା ପାଇଁ ଏବେ ସ୍ବିଜରଲାଣ୍ଡ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଏହା ଏବେ ନିଜ ଦେଶର ଆଇନରେ ପରିବର୍ତ୍ତନ ଆଣିଛି ଓ ନିୟମରେ ସୁଧାର କରୁଛି। କଳାଧନ ସମ୍ପର୍କରେ ଚୁକ୍ତି ସ୍ବାକ୍ଷର ପରେ ଏହା ବିଭିନ୍ନ ଦେଶକୁ ସମ୍ପୃକ୍ତ ଦେଶର ଆକାଉଣ୍ଟଧାରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଆରମ୍ଭ କରିଛି। ୫୦ ଭାରତୀୟଙ୍କୁ ନୋଟିସ ଜାରି କରି ସେମାନଙ୍କୁ ଅପିଲ କରିବାର ଶେଷ ସୁଯୋଗ ଦେଇଛି ସ୍ବିଜରଲାଣ୍ଡ। ପ୍ରକାଶ ପାଇଥିବା ଗେଜେଟ ଅନୁସାରେ କେବଳ ମେ ୨୧ରେ ୧୧ ଭାରତୀୟଙ୍କୁ ନୋଟିସ ଜାରି କରାଯାଇଥିଲା। ଯେଉଁଥିରେ ଦୁଇଜଣଙ୍କ ସମ୍ପୂର୍ଣ୍ଣ ନାମ ପ୍ରକାଶ କରାଯାଇଛି। ସେମାନେ ହେଲେ ୧୯୪୯ରେ କୃଷ୍ଣ ଭଗବାନ ରାମଚନ୍ଦ୍ର ଏବଂ ସେପ୍ଟେମ୍ବର ୧୯୭୨ରେ ଜନ୍ମିତ କଳ୍ପେଶ ହର୍ଷଦ କିନାରୀଓ୍ବାଲା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନାମର ଆଦ୍ୟ ଅକ୍ଷର ଦର୍ଶାଯାଇଛି। ସେମାନେ ହେଲେ ୨୪ ନଭେମ୍ବର, ୧୯୪୪ରେ ଜନ୍ମିତ ଏଏସ୍‌ବିକେ, ଜୁଲାଇ ୯, ୧୯୪୪ରେ ଜନ୍ମିତ ଏବିକେଆଇ, ୨ନଭେମ୍ବର, ୧୯୮୩ରେ ଜନ୍ମଲାଭ କରିଥିବା ପିଏଏସ୍‌, ୨୨ ନଭେମ୍ବର, ୧୯୭୩ରେ ଜନ୍ମ ନେଇଥିବା ଆର୍‌ଏଏସ୍‌, ୨୭ ନଭେମ୍ବର,୧୯୪୪ରେ ଜନ୍ମ ନେଇଥିବା ଏପିଏସ୍‌, ୧୪ ଅଗଷ୍ଟ, ୧୯୪୯ରେ ଜନ୍ମିତ ଏଡିଏସ୍‌, ୨୦ ମେ’, ୧୯୩୫ରେ ଜନ୍ମିତ ଏମଏଲ୍‌ଏ, ୨୧ ଫେବୃୟାରୀ, ୧୯୬୮ରେ ଜନ୍ମିତ ଏନ୍‌ଏମ୍‌ଏ ଓ ୨୭ ଜୁନ୍‌, ୧୯୭୩ରେ ଜନ୍ମିତ ଏମ୍‌ଏମ୍‌ଏ ସାମିଲ ହୋଇଛନ୍ତି। ୩୦ ଦିନ ଭିତରେ ବ୍ୟକ୍ତିଗତ ଭାବେ ଅଥବା ନିଜର ଅଧିକୃତ ବ୍ୟକ୍ତିଙ୍କ ଜରିଆରେ ହାଜର ହୋଇ ନୋଟିସର ଜବାବ ଦେବା ସହିତ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri