Posted inଖେଳ

ସଚିନ କାହିଁକି ଇନିଂସର ପ୍ରଥମ ବଲ୍‌ ସାମ୍ନା କରି ନ ଥାନ୍ତି; ଗୁମର ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୬।୭- ଭାରତୀୟ କ୍ରିକେଟ୍‌ରେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଓପନିଂ ଯୋଡ଼ିରେ ଯେଉଁ ସଫଳତା ପାଇଛନ୍ତି ତାହା ଆଉ କୌଣସି ପ୍ରାରମ୍ଭିକ ଯୋଡ଼ିଙ୍କୁ ମିଳିନି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ସଚିନ ଓ ସୌରଭ ଯୋଡ଼ି ଦେଶ ପାଇଁ ୧୩୬ ଇନିଂସରେ ଓପନିଂ କରିଛନ୍ତି। ଏହି ଯୋଡ଼ି ଓପନିଂରେ ୪୯ରୁ ଊର୍ଦ୍ଧ୍ୱ ଆଭରେଜରେ ୬ ହଜାର ୬୦୯ ରନ୍‌ ମଧ୍ୟ ସଂଗ୍ରହ କରିଛନ୍ତି। ଯାହାକି ତାଙ୍କୁ ବିଶ୍ୱର ଅନ୍ୟତମ ସଫଳ ଓପନିଂ ଯୋଡ଼ିର ମାନ୍ୟତା ଦେଇଛି। କିନ୍ତୁ ଗ୍ଲେନ ମ୍ୟାକ୍‌ଗ୍ରା, ସେନ୍‌ ଓ୍ବର୍ଣ୍ଣ, ସୋଏବ ଅଖତରଙ୍କ ପରି ବୋଲରଙ୍କୁ ସାମ୍ନା କରି ରେକର୍ଡ ଭରା ଇନିଂସ ଖେଳିଥିବା ସଚିନ କେବେ ମଧ୍ୟ ଇନିଂସର ପ୍ରଥମ ବଲ୍‌ ଖେଳି ନ ଥାନ୍ତି। ସଚିନ ସର୍ବଦା ଗାଙ୍ଗୁଲିଙ୍କୁ ଇନିଂସର ପ୍ରଥମ ବଲ୍‌ ଖେଳିବା ପାଇଁ ବାଧ୍ୟ କରିଥାନ୍ତି। ଇନିଂସର ପ୍ରଥମ ବଲ୍‌ ସାମ୍ନା କରିବାକୁ ସଚିନ କାହିଁକି ମନା କରିଥାନ୍ତି ତାହାର ଗୁମର ଖୋଲିଛନ୍ତି ଗାଙ୍ଗୁଲି।
ଭାରତୀୟ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲ ଓ ସୌରଭଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳପ ସମୟରେ ଏହି ଘଟଣା ଉପରୁ ପରଦା ଉଠିଛି। ଏହି ବାର୍ତ୍ତାଳପ ସମୟରେ ମୟଙ୍କ ପଚାରିଥିଲେ, ‘ଦିନିକିଆରେ ଯେତେବେଳେ ଓପନିଂ କରିବାକୁ ଯାଇଥାଅ ସେତେବେଳେ ସଚିନ ପାଜି କଣ ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରିବାକୁ ତୁମକୁ ବାଧ୍ୟ କରିଥାନ୍ତି?’ ଏହାର ଉତ୍ତରରେ ଗାଙ୍ଗୁଲି କହିଥିଲେ, ‘ସବୁବେଳେ ସେ (ସଚିନ) ଏମିତି କରିଥାନ୍ତି। ବେଳେବେଳେ ମୁଁ ତାଙ୍କୁ ମଧ୍ୟ କହିଥାଏ ଯେ ତୁମେ ମଧ୍ୟ କେବେ ପ୍ରଥମ ବଲ୍‌ ସାମ୍ନା କର। ଯାହାର ସଚିନ ୨ଟା ଉତ୍ତର ରଖିଥାନ୍ତି।’ ପ୍ରଥମେ ସଚିନ କୁହନ୍ତି ‘ବର୍ତ୍ତମାନ ସେ ଭଲ ଫର୍ମରେ ରହିଛନ୍ତି। ଏହି ଫର୍ମକୁ ବଜାୟ ରଖିବା ଲାଗି ତାଙ୍କୁ ନନ୍‌ ଷ୍ଟ୍ରାଇକରେ ରହିବା ଆବଶ୍ୟକ।’ ସେହିଭଳି ଯେତେବେଳେ ସଚିନ ଖରାପ ଫର୍ମରେ ଥାନ୍ତି କହିଥାନ୍ତି ‘ଚାପ ହଟାଇବା ଲାଗି ତାଙ୍କୁ ନନ୍‌ ଷ୍ଟ୍ରାଇକରେ ରହିବା ଉଚିତ’। ତେବେ ଗାଙ୍ଗୁଲି ବେଳେବେଳେ କିଛି କୌଶଳ ଅବଲମ୍ବନ କରିଥାନ୍ତି ଯାହା ଫଳରେ ସଚିନ ବାଧ୍ୟ ହୋଇ ଇନିଂସର ପ୍ରଥମ ବଲ୍‌ ସାମ୍ନା କରିଥାନ୍ତି। ଗାଙ୍ଗୁଲି କହିଛନ୍ତି, ‘ଥରେ ଦୁଇଥର ତାଙ୍କୁ (ସଚିନ) ଆଗୁଆ ଅତିକ୍ରମ କରି ମୁଁ ନନ୍‌ ଷ୍ଟ୍ରାଇକରେ ଛିଡ଼ା ହୋଇଯାଇଥାଏ। ସେତେବେଳେ ବାଧ୍ୟ ହୋଇ ସଚିନ ଇନିଂସର ପ୍ରଥମ ବଲ୍‌ ସାମ୍ନା କରିଥାନ୍ତି। କାହିଁକି ନା ଟିଭି କ୍ୟାମେରା ତାଙ୍କ ଉପରେ ପଡ଼ୁଥାଏ।’


Enter your email to get our daily news in your inbox.

All Right Reserved By Dharitri.Com

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri