Posted inରାଜ୍ୟ

ଓଡ଼ିଶାରେ ସ୍ବାସ୍ଥ୍ୟସେବା…

ବର୍ତ୍ତମାନର ସ୍ବାସ୍ଥ୍ୟ ସଙ୍କଟ ପରିପ୍ରେକ୍ଷୀରେ ଡାକ୍ତରମାନଙ୍କର ଭୂମିକା ଓ ଗୁରୁତ୍ୱ ସବୁ ବିଭାଗ ଶୀର୍ଷରେ ପହଞ୍ଚତ୍ଛି। ‘ଜାନ୍‌ ହେ ଜହାନ୍‌ ହେ’ ଅର୍ଥାତ୍‌ ଜୀବନ ଅଛି ତ ସବୁ ଅଛି ଜୀବନ ନାହିଁ ତ କିଛି ନାହିଁ ଅନୁଯାୟୀ ବର୍ତ୍ତମାନ ମଣିଷମାନଙ୍କର ଜୀବନରକ୍ଷା ସବୁଠାରୁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆମ ରାଜ୍ୟରେ ଏବେ ୨୨,୦୦୦ ପାଖାପାଖି ରେଜେଷ୍ଟ୍ରିଭୁକ୍ତ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅର୍ଥାତ୍‌ ୧୮,୦୦୦ ଡାକ୍ତର ଡାକ୍ତରୀ ସେବା ପାଇଁ ଉପଲବ୍ଧ। ୮୦୦୦ରୁ ଅଧିକ ଡାକ୍ତର ସରକାରୀ ଡାକ୍ତର ପଦବୀରେ ରହିଥିବା ବେଳେ ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ରେ କେତେକ ଡାକ୍ତର କାମ କରିଥାଆନ୍ତି। କେତେକ ଡାକ୍ତର ଚୁକ୍ତିଭିତ୍ତିକ ଚାକିରି ସରକାରୀ କ୍ଷେତ୍ରରେ କରିଥିବା ବେଳେ କେତେକ ଘରୋଇ ସ୍ବାସ୍ଥ୍ୟ ଚିକିତ୍ସା ଅନୁଷ୍ଠାନଗୁଡ଼ିକରେ ଯୋଗ ଦେଇଥାଆନ୍ତି।
ସାଧାରଣତଃ ତିନି ପ୍ରକାର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଯଥା- କ୍ଲିନିକାଲ ଅର୍ଥାତ୍‌ ରୋଗୀ ଚିକିତ୍ସା ସହ ପ୍ରତ୍ୟକ୍ଷ ଭାବରେ ଜଡିତ, ପାରା କ୍ଲିନିକାଲ୍‌ ଅର୍ଥାତ୍‌, ରୋଗୀ ଚିକିତ୍ସା ସହିତ ପରୋକ୍ଷ ଭାବେ ଜଡିତ ଏବଂ ନନ୍‌ କ୍ଲିନିକାଲ୍‌ ଅର୍ଥାତ୍‌, କେବଳ ମୌଳିକ ଶିକ୍ଷା ଓ ଗବେଷଣା ସହ ଜଡିତ। ସେହିପରି ସାଧାରଣ ଚିକିତ୍ସକ ବିଭିନ୍ନ ବିଷୟରେ ବିଶେଷଜ୍ଞ (ସ୍ପେଶାଲିଷ୍ଟ) ଏବଂ ତା’ପରେ ଅତି ବିଶେଷଜ୍ଞ (ସୁପର ସ୍ପେଶାଲିଷ୍ଟ) ଅଛନ୍ତି। ପାଞ୍ଚ ବର୍ଷ ଏମବିବିଏସ ଓ ଗୋଟିଏ ବର୍ଷ ହାଉସସର୍ଜନଶିପ୍‌ ପରେ ପି.ଜି. ପାଇଁ ଆହୁରି ତିନି ବର୍ଷ, ସୁପର ପି.ଜି. ପାଇଁ ଆହୁରି ତିନିବର୍ଷ ଓ ତା’ପରେ ସିନିୟର ରେସିଡେନ୍ସି ପାଇଁ ଆଉ ତିନି ବର୍ଷ ଅର୍ଥାତ୍‌, ଯଦି ଜଣେ ଗୋଟିଏ ଥରେ ସବୁ ଏନ୍‌ଟ୍ରାନ୍ସ (ଚାରିଗୋଟିଯାକ) କୃତକାର୍ଯ୍ୟ ହୁଏ ତା’ହେଲେ ତାକୁ ସ୍ବୟଂସମ୍ପନ୍ନ ଡାକ୍ତର ହେବା ପାଇଁ କେବଳ ଡାକ୍ତରୀ ପାଠ ୧୭-୧୮ବର୍ଷ ପଢ଼ିବାକୁ ପଡିବ। ଅର୍ଥାତ୍‌, ଏହି ପିଲା ମାଟ୍ରିକ/ସିବିଏସ୍‌ଇ/ଆଇସିଏସ୍‌ଇ/ ବି.ଏ./ଏମ.ଏ. ଇତ୍ୟାଦି ପଢ଼ୁଥିବା ଅବଧିଠାରୁ ମଧ୍ୟ ଲମ୍ବା। ଅଷ୍ଟାଦଶ ଶତାବ୍ଦୀ ବେଳେ ଓଡ଼ିଶାରେ ମରହଟ୍ଟାମାନଙ୍କର ରାଜତ୍ୱ ସମୟରେ ବର୍ତ୍ତମାନ ହୋଇଥିବା ଏସସିବି ମେଡିକାଲ କଲେଜ ପରିସରରେ ଏକ ଫାଷ୍ଟ-ଏଡ୍‌ ସେଣ୍ଟର ବା ଡିସ୍‌ପେନ୍‌ସାରି କାର୍ଯ୍ୟ କରୁଥିଲା। ଏହାର ମୁଖ୍ୟ ଉଦ୍ଦ୍ୟେଶ ଥିଲା ପୁରୀକୁ ଦୂର ଦୂରାନ୍ତରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା। ରଥଯାତ୍ରା ସମୟରେ କଲେରା ପ୍ରାଦୁର୍ଭାବ ବେଳେ ଏହା ଅଧିକ କାମ କରୁଥିଲା।
ଏହା ୧୮୦୩ ମସିହା ପର୍ଯ୍ୟନ୍ତ ଯେତେବେଳେ ଓଡିଶା ଶାସନ ବ୍ରିଟିଶମାନଙ୍କ ହାତକୁ ଗଲା ସେତେବେଳେ ଭଲ ରୂପେ କାର୍ଯ୍ୟକ୍ଷମ ହେଲା ଓ ଇଂରେଜ ଅଧିକାରୀମାନେ ଏହାର ବହୁ ପ୍ରଶଂସା କରିଥିଲେ। ସେମାନେ ‘ଅନ୍ନଛତ୍ର’ ଫଣ୍ଡରୁ ୧୮୭୫ ମସିହାରେ ଏହାର ଉନ୍ନତୀକରଣ କଲେ ଓ ‘ଓଡିଶା ମେଡିକାଲ ସ୍କୁଲ’ ସ୍ଥାପିତ ହେଲା। ଏଥିରେ ୨୦ ଜଣ ଏଲ.ଏମ୍‌.ପି. ଛାତ୍ର ନାମ ଲେଖାଇ ପଢ଼ିଲେ। ଓଡ଼ିଶା-ବିହାର ମେଡିକାଲ ଏକ୍‌ଜାମିନେଶନ ବୋର୍ଡ ଏହି ଡିପ୍ଲୋମା ମଞ୍ଜୁରୀ କଲା।
୧୯୪୪ରେ ଏହା ମେଡିକାଲ କଲେଜ ନାମରେ ନାମିତ ହେଲା ଓ କଟକର ସିଭିଲ୍‌ ସର୍ଜନ ଏହାର ପ୍ରିନ୍ସିପାଲ ଦାୟିତ୍ୱରେ ରହିଲେ। ପରେ ପାରଳା ମହାରାଜା ଗଜପତି କୃଷ୍ଣଚନ୍ଦ୍ରଦେବ, ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ୍‌ ଶୁଭନ୍‌ ଖାନ୍‌, ପଣ୍ଡିତ ଗୋଦାବରୀଶ ମିଶ୍ର ପ୍ରମୁଖଙ୍କ ଉଦ୍ୟମରେ ଜୁନ୍‌ ୧, ୧୯୪୪ରେ ୨୨ ଜଣ ଛାତ୍ର ଏମ.ବି.ବି.ଏସ.ରେ ନାମ ଲେଖାଇଲେ। ସେମାନଙ୍କ ଫାଇନାଲ ଏମ.ବି.ବି.ଏସ. ପରୀକ୍ଷା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ୧୯୪୮ରେ ହୋଇଥିଲା। ୧୯୫୨ରେ ଏହାକୁ ଭାରତୀୟ ଚିକିତ୍ସା ପରିଷଦ (ଏମ୍‌ସିଏଫ୍‌) ମଞ୍ଜୁରୀ ପ୍ରଦାନ କରିଥିଲା। ଏହି ମଞ୍ଜୁରୀ ପିଛିଲା ଭାବେ ୧୯୫୧ରୁ ଦିଆଯାଇଥିଲା। ଏହାପରେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେବଙ୍କ ଆର୍ଥତ୍କ ଏବଂ ସାମଗ୍ରିକ ସାହାଯ୍ୟ ପାଇଁ ତାଙ୍କ ନାମରେ ନାମିତ ହେଲା। ପି.ଜି. ପାଇଁ ୧୯୬୦ରେ ଓ ସୁପର ପି.ଜି. ପାଇଁ ୧୯୮୧ରେ ଏମ.ସି.ଆଇ. ଅନୁମତି ମିଳିଥିଲା।

– ଡା. ରାମଚନ୍ଦ୍ର ରାଉତ
ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଗୁଇନ୍ଦା ଓ ପରିସଂଖ୍ୟାନ, ଓଡିଶା
ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri