ଆଜିର ଅର୍ଥନୀତି/ ସହରୀ ଗରିବଙ୍କ ଉପରେ ମାଡ଼

ପ୍ରତ୍ୟେକ ରାଜ୍ୟ ସରକାର ସେମାନଙ୍କ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇ ଆଣିବାର ଦାୟିତ୍ୱ ହାତକୁ ନେଇଛନ୍ତି। କୋଭିଡ-୧୯ ବ୍ୟାପିବା ଓ ଶିିଳ୍ପ-କାରଖାନାଗୁଡ଼ିକ ବନ୍ଦ ହେବା ପରେ ପ୍ରବାସୀ ଶ୍ରମିକମାନେ ବେକାର ହୋଇଯାଇଥିଲେ। ଏହି ସଙ୍କଟକୁ ଆହୁରି ଜଟିଳ କରିଦେଇଥିଲା ପ୍ରଧାନମନ୍ତ୍ରୀଙ୍କ ହଠାତ୍‌ ଜାତୀୟ ଲକ୍‌ଡାଉନ୍‌ ଘୋଷଣା। ବେକାର ଶ୍ରମିକମାନଙ୍କୁ ଏଥିପାଇଁ ପ୍ରସ୍ତୁତ ହେବାକୁ ଅତି ବେଶିରେ ଚାରିଘଣ୍ଟା ସମୟ ମିଳିଥିଲା। ଟ୍ରେନ୍‌ ଓ ବିମାନ ସେବା ବନ୍ଦ କରି ଲକ୍ଷ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଅଟକି ରହିବାକୁ ବାଧ୍ୟ କରାଯାଇଥିଲା। ଫଳରେ ଶ୍ରମିକମାନେ ହତାଶ ହୋଇ ହଜାର ହଜାର କିଲୋମିଟର ପାଦରେ ଚାଲିଚାଲି କିମ୍ବା ସାଇକେଲ ଚଳାଇ ଘରେ ପହଞ୍ଚିବାକୁ ଚେଷ୍ଟା କରିବାର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ବସ୍‌ ଓ ଟ୍ରେନ୍‌ ମାଧ୍ୟମରେ ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକ ସମୟୋଚିତ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଟକି ରହିଥିବା ପ୍ରବାସୀମାନଙ୍କୁ ଚିହ୍ନଟ କରି ୧୫ ଦିନ ମଧ୍ୟରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀ ପ୍ରବାସୀଙ୍କ ବିରୋଧରେ ପୋଲିସ ପଞ୍ଜୀକୃତ କରିଥିବା ମାମଲା ପ୍ରତ୍ୟାହାର କରିବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଅନୁଯାୟୀ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ କୁହାଯାଇଛି। ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ପରେ ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ସରକାର ଠିକ୍‌ କରିଛନ୍ତି କି ନାହିଁ ତାହା ଉପରେ ବିଚାର କରିବାର ସମୟ ଏହା ନୁହେଁ। କିନ୍ତୁ ଯେଉଁଭଳି ଭାବରେ ଏହି କାର୍ଯ୍ୟ କରାଗଲା ତାହା ଆହୁରି ଭଲରେ କରାଯାଇପାରିଥାନ୍ତା। ରାଜ୍ୟ ସରକାରଗୁଡ଼ିକ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଓ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ସାମୟିକ ରହଣି ପାଇଁ ଯେଉଁସବୁ ବ୍ୟବସ୍ଥା କରିଥିଲେ ତାହା ପର୍ଯ୍ୟାପ୍ତ ନୁହେଁ। ଉଦାହରଣ ସ୍ବରୂପ, ହାତରେ ଅନେକ ସମସ୍ୟା ଥିବାରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ପ୍ରବାସୀଙ୍କ ରହଣି ବିଷୟ ବୁଝିବା ପାଇଁ ସରପଞ୍ଚମାନଙ୍କ ଉପରେ ଓଡିଶା ସରକାରଙ୍କ ଦାୟିତ୍ୱ ହସ୍ତାନ୍ତର ଏକ ବାଧ୍ୟବାଧକତା ହୋଇଥାଇପାରେ। କିନ୍ତୁ ପ୍ରଶାସନ ଦ୍ୱାରା ଏହାର ନିରନ୍ତର ମନିଟରିଂ କରାଯିବା ଦରକାର ଥିଲା। ଅନେକ ସ୍ଥାନରେ ଏହାର ବିପରୀତ ଫଳ ମିଳିଥିବାର ପ୍ରମାଣିତ ହୋଇଛି। ଓଡ଼ିଶା ଏ ପର୍ଯ୍ୟନ୍ତ ପାଞ୍ଚ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିଛି।
ସେମାନଙ୍କୁ ଏବେ କାମ ଯୋଗାଇଦେବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ଉପା ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ପ୍ରମୁଖ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଗ୍ରାମାଞ୍ଚଳର ଗରିବ ଓ ଭୂମିହୀନଙ୍କ ପାଇଁ ସହାୟକ ହୋଇଛି। ଗ୍ରାମାଞ୍ଚଳରେ ଏହି ଯୋଜନା ଅଧୀନରେ ସୃଷ୍ଟି ହୋଇଥିବା ଶ୍ରମ ଦିବସ ବହୁମାତ୍ରାରେ ବୃଦ୍ଧି ଘଟିଛି। ଏହି ଯୋଜନା ପ୍ରବାସୀ ଶ୍ରମିକମାନଙ୍କୁ ଉପକୃତ କରିଛି। କିନ୍ତୁ ସହରାଞ୍ଚଳର ଗରିବମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମରେ କିଛି ନାହିଁ, ଯେଉଁମାନେ କୋଭିଡ୍‌-୧୯ ଯୋଗୁ ଦୁର୍ଦ୍ଦଶାଗ୍ରସ୍ତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ଯେଉଁମାନେ ସହରାଞ୍ଚଳରେ ରାସ୍ତାକଡ଼ରେ କ୍ୟାବିନ୍‌ ପକାଇ ଓ ଠେଲାଗାଡ଼ି କିମ୍ବା ସାଇକେଲରେ ବା ଋତୁକାଳୀନ ବେପାର କରି ଜୀବିକା ନିର୍ବାହ କରୁଥିଲେ ସେମାନେ ବେକାର ହୋଇଯାଇଛନ୍ତି। ବାରମ୍ବାର ଲକ୍‌ଡାଉନର ଅବଧି ବଢ଼ାଯିବା ଦ୍ୱାରା ସେମାନଙ୍କର ଦୁର୍ଦ୍ଦଶା ବୃଦ୍ଧି ପାଇଛି। ନିକଟରେ କେନ୍ଦ୍ର ଦ୍ୱାରା ଘୋଷିତ ନଗଦ ରାଶି ଏବଂ ଖାଦ୍ୟ ଶସ୍ୟ ପ୍ରଦାନ ଯୋଜନା କେବଳ ରାଶନ୍‌ କାର୍ଡ ଥିବା ଲୋକଙ୍କ ପାଇଁ ସୀମିତ ରହିଛି। ବହୁ ସଂଖ୍ୟକ ଲୋକ ଯେଉଁମାନେ ସହରାଞ୍ଚଳରେ ଉନ୍ନତ ସୁଯୋଗ ଖୋଜିବା ପାଇଁ ଗ୍ରାମାଞ୍ଚଳ ଛାଡିଛନ୍ତି, ଏହିପରି ଜରୁରୀ ପରିସ୍ଥିତିରେ ସେମାନଙ୍କ ପାଇଁ କିଛି ସୁଯୋଗ ନାହିଁ। ଅର୍ଥନୀତି ପୂର୍ବରୁ ବିପର୍ଯ୍ୟସ୍ତ ଥିଲା, କରୋନା ସଂକ୍ରମଣଜନିତ ଲକ୍‌ଡାଉନ ପୂର୍ବରୁ ମଧ୍ୟ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଶୁଷ୍କ ହୋଇଯାଇଥିଲା। ସହରାଞ୍ଚଳର ମଜୁରିକୁ ଅଧିକ ରଖୁଥିବା କୌଣସି ନିର୍ମାଣ କାର୍ଯ୍ୟ କିମ୍ବା ଏକ ଚଳଚଞ୍ଚଳ ସେବା ଶିଳ୍ପ ସେମାନଙ୍କ ପାଇଁ ନ ଥିଲା। ଲକ୍‌ଡାଉନ ସେମାନଙ୍କ ଜୀବିକା ଛଡ଼ାଇ ନେଇଛି। ସହରାଞ୍ଚଳର ଗରିବମାନେ ଗ୍ରାମାଞ୍ଚଳକୁ ଯିବାକୁ ବାଧ୍ୟ ହୋଇଛନ୍ତି କାରଣ ସହରଗୁଡ଼ିକରେ ସେମାନଙ୍କ ଲାଗି ରୋଜଗାର ସୃଷ୍ଟି ପାଇଁ କୌଣସି ଯୋଜନା ନାହିଁ। ସହରୀ ଗରିବଙ୍କ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପରି ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ବିଷୟରେ ସରକାର ଚିନ୍ତା କରିବାର ଏହା ହେଉଛି ଉପଯୁକ୍ତ ସମୟ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର କାର୍ଯ୍ୟକାରିତାରେ ତ୍ରୁଟି ରହିବା ସତ୍ତ୍ୱେ ଏହା ଗ୍ରାମାଞ୍ଚଳର ଭୂମିହୀନ ଓ ଗରିବ ଲୋକଙ୍କୁ ସାହାଯ୍ୟ କରିଆସୁଛି। ସହରୀ ଗରିବଙ୍କ ପାଇଁ ଅନୁରୂପ ନିଶ୍ଚିତ କର୍ମନିଯୁକ୍ତିି ଯୋଜନା ପ୍ରବର୍ତ୍ତନ ପାଇଁ ଏହାଠାରୁ ଆଉ ଭଲ ସମୟ ଆସିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri