ଓମ୍‌ଫେଡ: ଦୁଗ୍ଧକୁ ପାଣି

ଭୁବନେଶ୍ୱର,୯।୬(ବ୍ୟୁରୋ): ଓଡ଼ିଶାର ଗୌରବ ବୋଲାଉଥିବା ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ(ଓମ୍‌ଫେଡ୍‌)ର ଜନ୍ମ ୧୯୮୦ରେ ହୋଇଥିଲା। ଦୀର୍ଘ ୪ଦଶନ୍ଧି ପରେ ଏହି ସମବାୟ ସଂସ୍ଥାର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଥିବାର ଖବର ମିଳିଛି। ଜଣାପଡ଼ିଛି ଯେ, ଏହି ସମିତିର ସମ୍ପୂର୍ଣ୍ଣ ଭିତ୍ତିଭୂମି ଯଥା ଜମି, ଚିଲିଂ ପ୍ଲାଣ୍ଟ, ପାଶ୍ଚରାଇଜେଶନ, ପ୍ୟାକିଂ ଏବଂ ଅନ୍ୟାନ୍ୟ ସବୁ ଯନ୍ତ୍ରପାତି ଓ ଘର ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବିପୁଳ ଅର୍ଥ ବିନିଯୋଗ ହୋଇଛି। ଅପରପଟେ ଏହାର ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ମଧ୍ୟ ଅର୍ଥ ବିନିଯୋଗ କରୁଛନ୍ତି। ଏହିସବୁ ସୁବିଧା ପାଉଥିବା ଓମ୍‌ଫେଡ୍‌ର ମୂଳ ଲକ୍ଷ୍ୟ ମୁନାଫା ନ ଥିଲା। ଉଚିତ ଦରରେ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରିକରି ଏକ ସୁସ୍ଥ ବ୍ୟବସାୟିକ ସଂସ୍ଥାଭାବେ ଗଢି ଉଠିବା ଏହି ସମବାୟ ମହାସଂଘର ଉଦ୍ଦ୍ୟେଶ ଥିଲା। ଓମ୍‌ଫେଡ୍‌ରେ ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଚାଷୀ ତାଲିକାଭୁକ୍ତ ଥିବା ସତ୍ତ୍ୱେ ଏବେକାର କୋଭିଡ୍‌-୧୯ ଲକ୍‌ଡାଉନ ସମୟରେ ଚାଷୀଙ୍କୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରାଯାଇଛି। ପୂର୍ବରୁ ୭ଲକ୍ଷରୁ ଊର୍ଦ୍ଧ୍ୱ ଲିଟର ଦୈନିକ ଦୁଗ୍ଧ ସଂଗ୍ରହ କରୁଥିବା ଓମ୍‌ଫେଡ୍‌ ଏହି ଲକ୍‌ଡାଉନ ସମୟରେ ମାତ୍ର ୨ରୁ ୩ଲକ୍ଷ ଲିଟର ସଂଗ୍ରହକୁ ହ୍ରାସ କରିଦେଇଛି। ଏଥିରୁ ପରିଚାଳନାଗତ ତ୍ରୁଟି ଏବଂ ଅପାରଗତାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳୁଛି। କେବଳ ଏହି ସମୟର ଅପାରଗତା ନୁହେଁ ୨୦୧୩-୧୪ରୁ ୨୦୧୭-୧୮ ମସିହାର ଅଡିଟ ରିପୋର୍ଟକୁ ଅନୁଧ୍ୟାନ କଲେ ଓମ୍‌ଫେଡ୍‌ରେ ଘଟିଥିବା ବିରାଟକାୟ ଦୁର୍ନୀତି ଆଡ଼କୁ ଦୃଷ୍ଟି ଆକର୍ଷଣ ହେଉଛି।
ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ୍ରମେ ୨୦୧୩-୧୪ରୁ ୨୦୧୭-୧୮ ମସିହା ମଧ୍ୟରେ ହୋଇଥିବା ବିଭିନ୍ନ ଆର୍ଥିକ ପରିଚାଳନା ସମ୍ପର୍କିତ ଏହି ସ୍ବତନ୍ତ୍ର ଅଡିଟ ରିପୋର୍ଟରେ ଦର୍ଶାଯାଇଛି, କେନ୍ଦ୍ରର ବିଭିନ୍ନ ଯୋଜନା ମାଧ୍ୟମରେ ଓମ୍‌ଫେଡ୍‌କୁ ବିପୁଳ ଅର୍ଥ ଦିଆଯାଇଛି। ହେଲେ ଏହି ଅର୍ଥ ଖର୍ଚ୍ଚ ନ କରି ଭୁଲ୍‌ ରିପୋର୍ଟ ଦେଖାଇ କାମ ହୋଇଛି ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଛି। କେନ୍ଦ୍ରର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିଓ୍ବାଇ)ରେ ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ମୋଟ ଓମ୍‌ଫେଡ ୨୬ଟି ପ୍ରକଳ୍ପ ଲାଗି ୧୩୯କୋଟି ୫୬ଲକ୍ଷ ୯ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ମୋଟ ୧୧୧କୋଟି ୬୭ଲକ୍ଷ ୪୮ହଜାର ଟଙ୍କା କେନ୍ଦ୍ରରୁ ଆସିଛି। ହେଲେ ଏହି ଅର୍ଥରେ ମୋଟ ୧୩ଟି ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା ବେଳେ ସବୁ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଜଣାପଡ଼ିଛି। ପ୍ରାୟ ସବୁ ସ୍ଥାନରେ ଆର୍‌କେଭିଓ୍ବାଇ ପାଣ୍ଠି ଖର୍ଚ୍ଚ ନ କରି କାମ ହୋଇଥିବାର ଭୁଲ୍‌ ରିପୋର୍ଟ ଦେଖାଯାଇଛି। ତେବେ ଏହା ଭିନ୍ନ ଏକ ବାର୍ତ୍ତା ଦେଉଛି। ଅନ୍ୟପଟେ ୧୩୯କୋଟିରେ ୨୬ ପ୍ରକଳ୍ପ ହେବା କଥା କିନ୍ତୁ ସେଥିରୁ ୧୧୧କୋଟି ଖର୍ଚ୍ଚ କରି ସମ୍ପୂର୍ଣ୍ଣ ଭାବେ ୧୩ଟି ପ୍ରକଳ୍ପ କିପରି ହୋଇପାରିଲା ନାହିଁ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିବା ଭଳି ବିଷୟ। ରିପୋର୍ଟର ଏକ ଭାଗରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ଯୋଜନା ମାଧ୍ୟମରେ ଓମ୍‌ଫେଡ୍‌କୁ ଆସିଥିବା ଅର୍ଥରୁ ୩୦ କୋଟି ୬୫ଲକ୍ଷ ଟଙ୍କା କେତେଜଣ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ। ଏକ ଟେବୁଲ ଜରିଆରେ ଟଙ୍କା ଆଦାୟ କରାଯିବାକୁ ଥିବା ଅଧିକାରୀମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଏତଦ୍‌ବ୍ୟତୀତ ୨୦୭ କୋଟିରୁ ଅଧିକ ଟଙ୍କା ବିଭିନ୍ନ ବିବାଦରେ ରହିଛି ବୋଲି ଉକ୍ତ ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି। ଏସବୁ କିପ୍ରକାର ବିବାଦ ଏବଂ ଏତେ ପରିମାଣ ଅର୍ଥ ପାଇଁ କାହିଁକି ବିବାଦ ଉଠୁଛି ତାହା କୌଣସି ଜାଗାରେ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଆହୁରି ଦୁଇଜଣ ଅଧିକାରୀଙ୍କୁ ବିଭିନ୍ନ ଦୁର୍ନୀତି ପାଇଁ ଅଡିଟର ଦାୟୀ କରିଛନ୍ତି। ସେହିପରି ଯେତେସବୁ ଯୋଜନାରେ ଅର୍ଥ ଆସିଛି, ସେସବର କାର୍ଯ୍ୟ ଠିକ୍‌ଭାବେ ବିନିଯୋଗ ହୋଇନାହିଁ ବୋଲି ଜଣାପଡିଛି। ଅନେକ ପ୍ରକଳ୍ପ କାର୍ଯ୍ୟର ୟୁସି(ୟୁଟିଲାଇଜେଶନ ସାର୍ଟିଫିକେଟ) ମଧ୍ୟ ଦାଖଲ କରାଯାଇନାହିଁ। ଅଭିଯୋଗ ଆସିଥିବା କୌଣସି ବ୍ୟକ୍ତିମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଅନ୍ୟପଟେ ଜଣେ କନିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଓମ୍‌ଫେଡ୍‌ର ମୂଳ ଦୁର୍ବଳତା ତାହାର ପ୍ରଶାସନିକ ମୁଖ୍ୟଙ୍କଠାରେ ସୀମିତ ରହିଯାଉଛି। ଯେହେତୁ କୌଣସି ବ୍ୟକ୍ତି ଏହି ବିରାଟକାୟ ମହାସଂଘ ପାଇଁ ଦାୟୀ ରହୁନାହାନ୍ତି ସେହେତୁ ଏହାର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଅର୍ଥ ଦୁରୁପଯୋଗ ହେଉଛି। ଏବେ ମଧ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଆର୍‌. ରଘୁପ୍ରସାଦଙ୍କୁ ଓମ୍‌ଫେଡ୍‌ର ମୁଖ୍ୟଭାବେ ରଖାଯାଇଥିବାରୁ ତାଙ୍କ ସମ୍ପୂର୍ଣ୍ଣ ଦୃଷ୍ଟି ଓଡ଼ିଶାର ଦୁଗ୍ଧ କ୍ଷେତ୍ରର ଉନ୍ନତି ନିମନ୍ତେ ରହୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗଁାରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri