କଇଁଛ କାଢ଼ିଛି ବେକ

ଦ୍ୱିତୀ ଚନ୍ଦ୍ର ସାହୁ

ବଲ ପରି ତାକୁ ଫିଙ୍ଗୁଥିଲେ ଉପରକୁ। ଖସି ଆସିଲାବେଳକୁ ଧରୁଥିଲେ ଶୂନ୍ୟରେ। ଖୁବ ମଜା ନେଉଥିଲେ ସେମାନେ। ତିନି ନାତି ଭିତରୁ ଜଣେ ତା’ ପାଳି ବେଳକୁ ଠିକ ଭାବେ ଧରି ପାରିଲା ନାହିଁ। ସିଧା ଯାଇ ତଳେ କଚଡା ଖାଇ ପଡିଲା ସେ। ସମସ୍ତେ ଚୁପ ହୋଇଗଲେ। ଭାବିଲେ କଇଁଛଟି ମରିଗଲା। ଚୁପଚାପ ହୋଇ ଚାହିଁ ରହିଥାନ୍ତି ସେମାନେ। କିଛି ସମୟ ପରିବେଶ ଶାନ୍ତ ହେବାରୁ ଧୀର ଭାବେ ଖୋଳପା ଭିତରୁ ସେ ବେକ କାଢିଲା। ତିନି ଜଣ ହୋ ହୋ ହୋଇ ପାଟିକଲେ। ପୁଣି ଭିତରକୁ ମୁଣ୍ଡ ପୂରେଇଦେଇ ଚୁପ ହୋଇଗଲା କଇଁଛ। ବାଡ଼ି ଅଗଣାରେ ନାତିମାନଙ୍କ ପାଟି ଦେଖି ଜେଜେ ସେଠି ପହଞ୍ଚିଗଲେ। କଥାଟା ଜାଣିଗଲା ପରେ ସେମାନଙ୍କ କବଳରୁ ମୁକ୍ତି ଲାଗି କଇଁଛକୁ ପୋଖରୀ ହୁଡା ତଳେ ଛାଡିଦେବାକୁ କହିଲେ। ନାତିମାନେ ମନା କରିବାରୁ ତାଙ୍କୁ ମନେଇବା ଲାଗି ଏଥର ଜେଜେ କଇଁଛ ବିଷୟରେ ଗପିଲେ।
ଜେଜେ କହିଲେ କଇଁଛ ଖାଲି ଗୋଟେ ଅଜବ ପ୍ରାଣୀ ନୁହଁ। ସେ ଭଗବାନ ବିଷ୍ଣଙ୍କ ଅବତାର। ଦୈତ୍ୟରାଜ ବଳିର ଅତ୍ୟାଚାରରୁ ରକ୍ଷା ଓ ସଂହାର ଲାଗି ଭଗବାନ କଇଁଛ ରୂପ ନେଇ ମନ୍ଦର ପର୍ବତକୁ ନିଜ ପିଠିରେ ବୋହିଥିଲେ। ବାସୁକି ସାପ ସହାୟତାରେ ଦେବତା ଓ ଅସୁର ମିଶି ସମୁଦ୍ର ମନ୍ଥନ କରିଥିଲେ। ସେଥିରୁ ଅମୃତ, ଲକ୍ଷ୍ମୀ ସହ ୧୪ ରତ୍ନ ବାହାରିଥିଲା। ଦେବତାମାନେ ଅମରତ୍ୱ ଲାଗି ଅମୃତ ପାନ କରିଥିଲେ। ଯେତେବେଳେ ପୃଥିବୀ ରସାତଳକୁ ଯାଉଥିଲା ସେତେବେଳେ ବିଷ୍ଣ କଚ୍ଛପ ଅବତାର ଗ୍ରହଣ କରିଥିଲେ ଏବଂ ଏକ ଲକ୍ଷ ଯୋଜନ ପରିସରର ପିଠିରେ ପର୍ବତକୁ ବୋହିଥିଲେ। ଖାଲି ସେତିକି ନୁହେଁ କଇଁଛ ପ୍ରଭାବଶାଳୀର ପ୍ରତୀକ। କଇଁଛ ଘରେ ରଖିଲେ ଜୀବନରେ ହସଖୁସିରେ ଭରିଯାଏ। ସବୁ ଦୋଷ ନିବାରଣ ଲାଗି ଆକ୍ୱାରିମରେ ଛୋଟ ଛୋଟ କଇଁଛ ରଖନ୍ତି ଲୋକେ। କେହି କେହି କାଚର କଇଁଛ ପ୍ରତିମାକୁ ରଖି ସୁଖ ସମୃଦ୍ଧି କାମନା କରନ୍ତି। କଇଁଛ ସଂପର୍କିତ ଏତେ ସବୁ କଥା କହିବା ପରେ ବଡ ନାତି ଟୋକା ଚଟ୍‌ କରି କହିଲା – ‘ଜେଜେ! ତେବେ କରୋନା ଭଳି ପରିସ୍ଥିତିରେ କଇଁଛ ଭଗବାନ କିଛି ଚମକ ଦେଖାଉନି କିଆଁ ! ଜେଜେ ହସିଲେ ଅଥଚ କିଛି କହିଲେନି। କିନ୍ତୁ ଏବେ ଲକ୍‌ଡାଉନ ସରିଲା ପରେ ଖୋଳପା ଭିତରେ ରହିଥିବା ମଣିଷମାନେ ଧୀରେ ଧୀରେ ପଦାକୁ ବାହାରିଲେଣି ଠିକ କଇଁଛ ବେକ ବାହାର କଲା ପରି।
ସୁବିଧା ସୁଯୋଗ ପାଇ ଧୀରେ ଧୀରେ କଇଁଛ ଆଗେଇ ଚାଲେ। ସେହିପରି ଏବେ ମଣିଷ ପୂରା ଚଳଚଞ୍ଚଳ ହୋଇପଡିଛି ଜୀବନଜୀବିକାକୁ ନେଇ। ରାସ୍ତାରେ ଏବେ ମଣିଷ ଚାଲୁଛି ଭିଟାମାଟି ଆଡକୁ। ଗାଡି ଦୌଡୁଛି ପୂର୍ବପରି। ଟ୍ରାକକୁ ଗଡିଲା ରେଳ। ଆକାଶରେ ଉଡାଜାହାଜ। ଦୋକାନ ବଜାର ଖୋଲିଲାଣି। ଖୁଲମ୍‌ଖୁଲା ଲୋକେ ବୁଲିଲେଣି। କରୋନାର ଡର ଆଉ କାହା ଭିତରେ ନାହିଁ ଯେମିତି। ଚାଷୀ କ୍ଷେତକୁ ଗଲାଣି। ଘର ତିଆରି କାମ ପୁଣି ଆରମ୍ଭ ହେଲାଣି। କମ୍ପାନୀରେ ଦ୍ରବ୍ୟ ଉପତ୍ାଦନ ବି ହେଲାଣି। ମଦର ସୁଅ ଛୁଟିଲାଣି। ରାଜନୀତି ବି ପୂର୍ବ ଧାରକୁ ଆସିଗଲା। ସରକାରୀ ଦଳ ଓ ବିରୋଧୀ ଦଳ ମଧ୍ୟରେ ବାକ୍ୟଯୁଦ୍ଧ ଆରମ୍ଭ ହେଲାଣି। ବେଶ୍‌ କିଛି ଦିନ ଧରି ଖୋଳପା ଭିତରେ ଥିବା ଜନନେତାମାନେ ବି ଆତ୍ମନିବାସରୁ ବାହାରିଲେଣି। ପିଲାଏ ପରୀକ୍ଷା ମନସ୍କ ହେଲେ। କାର୍ଯ୍ୟାଳୟଗୁଡିକରେ ଫାଇଲମ୍‌ଗୁଡାକ ଗତିଶୀଳ ହେଲା। ଶ୍ରମିକ ଓ ମଜଦୁରମାନେ ମୃତ୍ୟୁ ସହ ଲଢି ଲଢି ଫେରୁଛନ୍ତି ଭିଟାମାଟିକୁ। ଜୀବନଯୁଦ୍ଧରେ ଯେଉଁମାନେ ବଞ୍ଚିଗଲେ ଗାଁ ମାଟିରେ ଜୀବନଜୀବିକାକୁ ନେଇ ସଂଗ୍ରାମ ଆରମ୍ଭ କଲେଣି। ମଧ୍ୟବିତ୍ତ ପରିବାର ସଞ୍ଚିତ ଧନକୁ ଜୀବନ ରକ୍ଷା ଲାଗି ଲକ୍‌ଡାଉନରେ ଶେଷ କରି ସଂଘର୍ଷ ଆରମ୍ଭ କରିଛି ନିଜେ ଓ ନିଜ ପରିବାର ବଞ୍ଚାଇବା ଲାଗି। ଲାଭକ୍ଷତିର ହିସାବ କରୁଛନ୍ତି ବଡବଡିଆମାନେ। କ୍ଷତି ଭରଣା ଲାଗି ଗଳା ବାଟ ଖୋଜୁଛନ୍ତି। ମୋଟ ଉପରେ ଏବେ ଗତିଶୀଳ ଜୀବନ, ଜୀବିକା ଓ ପୃଥିବୀ। ନୂଆ ସ୍ବପ୍ନରେ ଜଡସଡ ସବୁ ପ୍ରାଣ। ତଥାପି ଅସରନ୍ତି ଭୟ ଓ ଆଶଙ୍କା ଭିତରେ ସମସ୍ତେ। ବଞ୍ଚିବା ଓ ମରିବାର ଖେଳ ଖେଳୁଛନ୍ତି। ବାଉଁଶରାଣୀ ପରି ନିତି ବାଜି ଲଗାଇ ଜୀବିକାନ୍ମୁଖୀ ହୋଇଛନ୍ତି କେବଳ ଜିଇବା ଲାଗି। ତା’ରି ଭିତରେ ଭୂମିକମ୍ପ, ବାତ୍ୟା, ବନ୍ୟା ଓ କୀଟ ଆତଙ୍କର ତାଣ୍ଡବ। ଅର୍ଥନୀତି ବାଟବଣା। ଏସବୁ ଦେଖିଲେ ଲାଗୁଛି ପୃଥିବୀ କୁର୍ମ ପାଲଟି ଯାଇଛି। ତା’ରି ଭିତରେ ସାମାନ୍ୟ ହୋଇ ଆସୁଥିବା ପରିବେଶକୁ ନିଘା କରି କଇଁଛ ବେକ କାଢିଲା ଭଳି ସେ ବି ନିଜକୁ ଧୀର ଭାବରେ ସକ୍ରିୟ ହେଉଛି। କିନ୍ତୁ କଇଁଛ ଜାଣେ ତା’ର ଖୋଳପା ହୁଏତ ଶକ୍ତ କିନ୍ତୁ ବେକ କାଢିଲା ବେଳେ ପ୍ରତି ମୁହୂର୍ତ୍ତରେ ରହିଛି ବିପଦ। ମଣିଷ ସିନା ଖୋଳପା ଭିତରୁ ବାହାରି ମୁକ୍ତିର ଆନନ୍ଦ ପାଇଛି। କିନ୍ତୁ ଖୋଳପା ଯେଉଁଠି ବିପଦ ସେଠି ଜୀବନ ନିଶ୍ଚିତ ସାଂଘାତିକ। ଏଇ ମର୍ମ କଥାକୁ ବୁଝିଥିବାରୁ ଜେଜେ ହିଡ ତଳେ ଛାଡ଼ିବାର ଢେର ସମୟ ପରେ ପରିସ୍ଥିତିକୁ ଅନୁଭବ କରି କଇଁଛ ବେକ କାଢ଼ିଲା ଏବଂ ତରତର ହୋଇ ପାଣି ଭିତରେ ପଶିଗଲା। ସୁତରାଂ ଏ କଥାକୁ ମନେରଖିବାକୁ ହେବ ଜୀବନ ଥିଲେ ଜୀବିକା ରହିବ। କିନ୍ତୁ ଜୀବନ ଲାଗି ଜୀବିକାକୁ ବି ବଞ୍ଚେଇ ରଖିବାକୁ ହେବ। ନିଜକୁ ସଜାଗ ରହିବାକୁ ହେବ।

ଇନ୍ଦିରାନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ:୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri