ଏଟିଏମ୍‌ରେ ଟଙ୍କା ନ ଥିଲେ ବ୍ୟାଙ୍କକୁ ଜରିମାନା : ୩ଘଣ୍ଟାରୁ ଅଧିକ ସମୟ ଖାଲିଥିଲେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧୫-୬: ଆଗାମୀ ଦିନରେ ଖାଲି ଏଟିଏମ୍‌ ଆଉ ଦେଖିବାକୁ ମିଳିବନି। ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଏଟିଏମ୍‌ରେ ଟଙ୍କା ନ ଥିଲେ ସମ୍ପୃକ୍ତ ବ୍ୟାଙ୍କକୁ ଏଥିପାଇଁ ଭାରି ଜରିମାନା ଗଣିବାକୁ ପଡ଼ିବ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବା ନେଇ ଏକ ସର୍କୁଲାର ଜାରି କରିଛି। ବହୁ ସମୟରେ ଦେଖାଯାଇଛି ଯେ, ସହର ହେଉ କି ଗଁା ଅଥବା ଅର୍ଦ୍ଧ ସହରାଞ୍ଚଳରେ ପ୍ରାୟ ସ୍ଥାନରେ ଦୀର୍ଘ ସମୟ ଧରି ଏଟିଏମ୍‌ ଖାଲି ଥିବା ଦେଖାଯାଉଛି। ଟଙ୍କା ଉଠାଇବାକୁ ଯାଇ ଗ୍ରାହକ ନିରାଶ ହୋଇ ଫେରୁଛି। ଆର୍‌ବିଆଇ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ, କେଉଁ ଅଞ୍ଚଳରେ କେଉଁ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରରେ କେତେ ଘଣ୍ଟାରୁ କେତେଦିନ ପର୍ଯ୍ୟନ୍ତ ଟଙ୍କା ନ ଥିବା ଜଣାପଡିବ, ତାହାକୁ ହିସାବକୁ ନେଇ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଜରିମାନା ସ୍ଥିର କରାଯିବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏଟିଏମ୍‌ରେ ଲାଗିଥିବା ସେନ୍ସର ମାଧ୍ୟମରେ ରିୟଲ ଟାଇମ ବେସିସ୍‌ରେ ଟଙ୍କା ଥିବା ସମ୍ପର୍କରେ ବ୍ୟାଙ୍କ ଜାଣିପାରିଥାଏ। ଏଟିଏମ୍‌ରେ ଲାଗିଥିବା କ୍ୟାଶ୍‌ ଟ୍ରେରେ କେତେ ମାତ୍ରାରେ ଟଙ୍କା ରହିଛି, ତାହା ମଧ୍ୟ ବ୍ୟାଙ୍କ ଜାଣିପାରେ। ଟଙ୍କା ଉଠାଇବାର ହାରାହାରି ସମୟକୁ ହିସାବକୁ ନେଇ ରିଫିଲିଙ୍ଗର ଆବଶ୍ୟକତା କେତେବେଳେ ରହିଛି, ତାହା ମଧ୍ୟ ବ୍ୟାଙ୍କ ଆକଳନ କରିପାରିବ। ତେବେ ବ୍ୟାଙ୍କଗୁଡ଼ିକ ଖାମ୍‌ଖିଆଲି ମନୋଭାବ ପ୍ରଦର୍ଶନ କରୁଛନ୍ତି। ସେହି କାରଣରୁ ସେମାନେ ଦିନ ଦିନ ଧରି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁନାହାନ୍ତି। ଫଳସ୍ବରୂପ ଗ୍ରାହକ ଟଙ୍କା ଉଠାଇବା ଲାଗି ଦୀର୍ଘ ସମୟ ଧରି ଲମ୍ବାଧାଡିରେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ବ୍ୟାଙ୍କର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ ଯେ, ଏଟିଏମ୍‌ ଚାର୍ଜକୁ ନେଇ ଆର୍‌ବିଆଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିିଟି ଗଠନ କରାଯାଇଛି। ଏଟିଏମ୍‌ ବ୍ୟବହାର ପାଇଁ କେତେ ଚାର୍ଜ ଆଦାୟ କରାଯିବା ଆବଶ୍ୟକ ଅଥବା ଚାର୍ଜ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ କି ନା ସେସମ୍ପର୍କରେ ଏହି କମିଟି ତାଙ୍କର ସୁପାରିସ୍‌ କରିବେ। ଅନ୍ୟପକ୍ଷରେ ଖର୍ଚ୍ଚ ବଢ଼ିବା କାରଣରୁ ଏଟିଏମ୍‌ ଚାର୍ଜ ବୃଦ୍ଧି କରିବା ଲାଗି ଏଟିଏମ୍‌ ପରିଚାଳନା ସଂଘ ପକ୍ଷରୁ ଦାବି କରାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri