Odisha Elections 2024
Posted inଖେଳ

ଆଇସିସି ବିଶ୍ୱକପ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ

କାର୍ଡିଫ,୧୫।୬(ପି.ଟି.)-ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖିନଥିବା ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଶନିବାର ଦ୍ୱିତୀୟ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ବିଶ୍ୱକପ୍‌ର ୨୧ତମ ମ୍ୟାଚ ଜିତି ଉଭୟ ଦଳ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ଟୁର୍ନାମେଣ୍ଟରେ ଉଭୟ ଦଳ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଉଭୟ ଦଳ ପଏଣ୍ଟ ତାଲିକାର ନିମ୍ନରେ ରହିଛନ୍ତି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଏପର୍ଯନ୍ତ ୪ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଗୋଟିଏ ହେଲେ ବିଜୟ ହାସଲ କରିପାରିନାହିଁ। ପ୍ରଥମ ୩ଟି ମ୍ୟାଚ୍‌ରେ ପରାସ୍ତ ହେବା ପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା। ଫଳରେ ପଏଣ୍ଟ ଭାଗ ହୋଇଥିଲା ଓ ଦକ୍ଷିଣ ଆଫ୍ରିକାକୁ ୧ ପଏଣ୍ଟ ମିଳିଥିଲା। ତେଣୁ ୧ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକା ନବମ ସ୍ଥାନରେ ରହିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ, ବାଂଲାଦେଶ ଓ ଭାରତଠାରୁ ପରାସ୍ତ ହୋଇଥିଲା।
ଅପରପକ୍ଷରେ ଆଫଗାନିସ୍ତାନ ମଧ୍ୟ ସମଦଶା ଭୋଗିଛି। ଆଫଗାନିସ୍ତାନ ତା’ର ୩ଟି ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ କିନ୍ତୁ ଆଫଗାନିସ୍ତାନ ଜବରଦସ୍ତ ପ୍ରଦର୍ଶନ କରିଥିଲା ଓ ଅଳ୍ପକେ ବିଜୟ ହାତଛଡ଼ା କରିଥିଲା। ଦକ୍ଷିଣ ଆଫ୍ରିକ ପଛ ରେକର୍ଡକୁ ନ ଦେଖି ଆଫଗାନିସ୍ତାନକୁ ବେଶ୍‌ ଗୁରୁତ୍ୱ ଦେବ ବୋଲି ଆଶା କରାଯାଉଛି। ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ନେଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‌ ବେଶ୍‌ ଦୃଢ। ଯଦିଓ କେତୋଟି ଆଘାତ ସମସ୍ୟା ରହିଛି। ବ୍ୟାଟ୍ସମ୍ୟାନମାନେ ବେଶ୍‌ ସଂଘର୍ଷ କରୁଥିବା ଦେଖାଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୯ ରନରେ ୨ ଉଇକେଟ ହରାଇଥିଲା। ଅବଶ୍ୟ ଏହି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଅଭିଜ୍ଞ ହାସିମ ଅମଲା ଏବେ ଖରାପ୍‌ ଫର୍ମ ଦେଇ ଗତି କରୁଛନ୍ତି। ୨୦୧୫ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି। ଅଧିନାୟକ ଫାଫ୍‌ ଡୁପ୍ଲେସି ଓ କ୍ୱିଣ୍ଟନ ଡି କକ୍‌ଙ୍କ ଉପରେ ସବୁ କିଛି ନିର୍ଭର କରୁଛି। ଏହି ଦୁଇଜଣ ସଫଳ ହେଲେ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର ହାସଲ କରିପାରିବ।
ଆଫଗାନିସ୍ତାନ ପାଇଁ ବ୍ୟାଟିଂ ଦୁର୍ବଳତା ଚିନ୍ତା ସୃଷ୍ଟି କରିଛି। ପୁଣି ଫିଟ୍‌ନେସ କାରଣରୁ ମହମ୍ମଦ ସାହଜାଦ ସ୍ବଦେଶ ଫେରିଛନ୍ତି। କାଗିସୋ ରାବାଡ଼ା ଓ ଇମ୍ରାନ ତାହିରଙ୍କ ଭଳି ଦ୍ରୁତ ଓ ସ୍ପିନ ବୋଲରଙ୍କୁ ସାମନା କରିବା ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି। ତାରକା ଲେଗ୍‌ ସ୍ପିନର ରସିଦ ଖାଁ ପୁଣି ଥରେ କମାଲ କରିବେ ବୋଲି ଆଶା କରାଯାଉଛି।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଏଡେନ ମାରକ୍ରାମ, କ୍ୱିଣ୍ଟନ ଡିକକ୍‌, ହାସିମ ଅମଲା, ରାସି ଭାନ ଡେର ଡୁସେନ, ଡେଭିଡ ମିଲର, କ୍ରିସ୍‌ ମୋରିସ୍‌, ଆଣ୍ଡିଲ ଫେଲୁକ୍ୱାୟୋ, ଜେ.ପି. ଡୁମିନି, ଡ୍ବେନ ପ୍ରିଟୋରିୟସ, ବେଉରନ ଡେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡି, ଇମ୍ରାନ ତାହିର ଓ ତାବ୍ରେଜ ଶାମ୍‌ସି।
ଆଫଗାନିସ୍ତାନ: ଗୁଲବଦିନ ନାଇବ (ଅଧିନାୟକ), ନୁର ଅଲି ଜଡ୍ରାନ, ହଜରତୁଲ୍ଲା ଜାଜାଇ, ରହମତ ଶାହ, ଅସଘର ଆଫଗାନ, ହଶମାତୁଲ୍ଲା ଶହିଦି, ନାଜିବୁଲ୍ଲା ଜଡ୍ରାନ, ସମିଉଲ୍ଲା ଶିନଓ୍ବାରି, ମହମ୍ମଦ ନବୀ, ରସିଦ ଖାଁ, ଦଲତ ଜଡ୍ରାନ, ଅଫତାବ ଅଲମ, ହାମିଦ ହାସନ, ମୁଜିବ ଉର ରହମାନ ଓ ଇକରାମ ଅଲି ଖିଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri